www.samajalive.in
Monday, December 8, 2025
27.1 C
Bhubaneswar

ବୋଟ୍ ଆଣିଲା ନୂଆ ଇୟରବଡ୍ସ, ଦାମ୍ ମାତ୍ର ଏତିକି…

ନୂଆଦିଲ୍ଲୀ : ଭାରତୀୟ କମ୍ପାନୀ ବୋଟ୍ ନିଜ ଅଡିଓ ସାମଗ୍ରୀର ତାଲିକାରେ ଆଉ ଏକ ନୂଆ ନାଁ ସାମିଲ କରିଛି । କମ୍ପାନୀ ଭାରତରେ ନିଜ ଟ୍ରୁ ଓୟାରଲେସ୍ ଇୟରବଡ୍ସ ଲଞ୍ଚ୍ କରିଦେଇଛି । ଏହାରନାଁ ବୋଟ୍ ଏୟାରଡପ୍ସ ୩୧୧ ପ୍ରୋ । ଏହି ଇୟରବଡ୍ସ ଦମଦାର ସାଉଣ୍ଡ କ୍ବାଲିଟି ସହିତ ଆସିଥାଏ ଯାହା ଉପଭୋକ୍ତାଙ୍କୁ ଗୀତ ଶୁଣିବାରେ ଏକ ଉତ୍ତମ ଅନୁଭୂତି ପ୍ରଦାନ କରିବ । ଏହା ଜଳରୋଧୀ କ୍ଷମତା ସହ ଆସୁଛି ଏବଂ ୫୦ ଘଣ୍ଟା ବ୍ୟାଟେରୀ ବ୍ୟାକଅପ୍ ଦେବ ବୋଲି କମ୍ପାନୀ ସୂଚନା ଦେଇଛି ।

ଏହାର ଦାମ୍ ୧୧୯୯ ଟଙ୍କା ରଖିଛି କମ୍ପାନୀ । କିନ୍ତୁ ଲଞ୍ଚ୍ ଅଫର ଅନୁସାରେ ଏହାକୁ ମାତ୍ର ୯୯୯ ଟଙ୍କାରେ କିଣିପାରିବେ ଗ୍ରାହକ । ଏହି ଇୟରବଡ୍ସ ୪ ରଙ୍ଗର ବିକଳ୍ପ ସହିତ ଆସୁଛି ଯେଉଁଥିରେ ଲଭେଣ୍ଡର ରଶ, ସ୍ପେସ୍ ଗ୍ରେ, ଡସ୍କ ବ୍ଲୁ ଏବଂ ଆକ୍ଟିଭ୍ ବ୍ଲାକ୍ ରଙ୍ଗ ସାମିଲ । ଏହା ୫.୩ ବ୍ଲୁଟୁଥ୍ ଭର୍ସନ ସହିତ ଆସୁଛି । ଗ୍ରାହକ ଏହାକୁ ଇ-ବାଣିଜ୍ୟିକ ପ୍ଲାଟଫର୍ମ ଆମାଜନ, ଫ୍ଲିପକାର୍ଟ ଓ ବୋଟର ଅଫିସିଆଲ ଓ୍ବେବସାଇଟରୁ କିଣିପାରିବେ ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories