ହରଭଙ୍ଗା : ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ଓ ବାଣୀଭୁଷଣପୁର ପଂଚାୟତ କାର୍ଯ୍ୟାଳୟ ହାତପାହାନ୍ତାରେ ବସବାସକରୁଥିବା ଠିଡିକାଯୋର ଗ୍ରାମର ବୃଦ୍ଧ ଦମ୍ପତି ଚୈତନ୍ୟ ମାଝୀ ଏବଂ ତାଙ୍କ ପନ୍ତ୍ରୀ ସାବିତ୍ରୀ ମାଝୀ ଛେଳି ଚରାଇ ଭଙ୍ଗାକୁଡିଆ ଘରେ ପଲିଥିନ ଟାଣି ଜୀବନ ବିତାଉଥିବା ଏକ ଶୀର୍ଷକ ଖବର ଗତ ୨୪ ତାରିଖ ସମାଜରେ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ବ୍ଲକ କର୍ମଚାରୀ ବୃଦ୍ଧ ଦମ୍ପତିଙ୍କ ନିକଟରେ ପଂହଚିଥିଲେ। ଦୁହେଁ ବାର୍ଦ୍ଧକ୍ୟ ଭତ୍ତା ଏବଂ ଗ୍ରାମୀଣ ଆବାସ ପାଇଁ ଯୋଗ୍ୟହିତାଧିକାରୀ ଥିବା ଜଣାପଡିବା ପରେ ସେମାନଙ୍କୁ ଉକ୍ତ ସରକାରୀ ସହାୟତା ଯୋଗାଇଦେବାକୁ ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା ପ୍ରତିଶ୍ରୁତି ଦେଇଛନ୍ତି।
Popular Categories



