www.samajalive.in
Monday, December 8, 2025
27.1 C
Bhubaneswar

ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କଲା କଂଗ୍ରେସ, ହିମାଚଳ ପ୍ରଦେଶରେ ବିଜେପିର ବାଜିମାତ

ସିମଲା: ହିମାଚଳ ପ୍ରଦେଶରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନ କଂଗ୍ରେସକୁ ଶକ୍ତ ଧକ୍କା ମିଳିଛି। ସଂଖ୍ୟା ଥାଇ ବି ବିଜେପି ପ୍ରାର୍ଥୀଙ୍କଠାରୁ ହାରିଯାଇଛି କଂଗ୍ରେସ। କଂଗ୍ରେସର ଅଭିଷେକ ମନୁ ସିଙ୍ଘଭି ବିପକ୍ଷରେ ବିଜେପି ପ୍ରାର୍ଥୀ ହର୍ଷ ମହାଜନ ବିଜୟୀ ହୋଇଛନ୍ତି। କ୍ରସ ଭୋଟିଂ ଯୋଗୁଁ ଉଭୟଙ୍କୁ ମିଳିଥିଲା ୩୪ ଖଣ୍ଡ ଲେଖାଏଁ ଭୋଟ। କଂଗ୍ରେସର ୬ ବିଧାୟକ ବିଜେପି ସପକ୍ଷରେ ଭୋଟ ଦେଇଥିବା ସୂଚନା ମିଳିଛି। ଶେଷରେ ଟସ ମାଧ୍ୟମରେ ହର୍ଜ ମହାଜନ ନିର୍ବାଚିତ ହୋଇଥିବା ନେଇ ଘୋଷଣା କରାଯାଇଛି।

କଂଗ୍ରେସ ଅଭିଷେକ ମନୁ ସିଙ୍ଘଭୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ହର୍ଷ ମହାଜନଙ୍କୁ ଟିକେଟ ଦେଇଥିଲା। କ୍ରସ ଭୋଟିଂ ଯୋଗୁ ବିଜେପି ସପକ୍ଷରେ ୩୪ ଖଣ୍ଡ ଭୋଟ ପଡ଼ିଥିଲା। କଂଗ୍ରେସର ଜଣେ ବିଧାୟକ ଅସୁସ୍ଥତା କାରଣରୁ ଭୋଟ ଦେବାକୁ ଆସି ନଥିଲେ। ତେଣୁ ୩୪-୩୩ରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କଂଗ୍ରେସ ମଧ୍ୟ ପରାଜୟ ସ୍ୱୀକାର କରିବା ସହ ବିଜେପିର ହର୍ଷ ମହାଜନଙ୍କୁ ଶୁଭେଚ୍ଛା ଜଣାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories