www.samajalive.in
Monday, December 8, 2025
27.1 C
Bhubaneswar

ମାଙ୍କଡ ଆକ୍ରମଣରେ ଭାଜପା ନେତାଙ୍କ ପତ୍ନୀ ମୃତ

କଇରାନା (ଶାମଲି): ଉତ୍ତର ପ୍ରଦେଶର ଶାମଲି ଜିଲାରେ ମାଙ୍କଡଙ୍କ ଆତଙ୍କରାଜରେ ଜନସାଧାରଣ ତ୍ରାହି ତ୍ରାହି ଡାକୁଛନ୍ତି। ପୂର୍ବରୁ ମାଙ୍କଡଙ୍କ ଆକ୍ରମଣରେ ଅନେକ ଗୁରୁତର ଭାବେ ଆହତ ହେବା ସହିତ କେତେକଙ୍କର ଜୀବନ ଯାଇଥିବାବେଳେ ସଦ୍ୟ ଏମିତି ଏକ ଦୁଃଖଦ ଘଟଣା ଘଟିଛି। ଘର ଛାତ ଉପରେ ଥିବା ଜଣେ ମହିଳାଙ୍କୁ ମାଙ୍କଡ କାମୁଡିବା ସହିତ ତଳକୁ ଠେଲି ଦେବାରୁ ଉକ୍ତ ମହିଳାଙ୍କର ମୃତ୍ୟୁ ଘଟିଛି। ତଳକୁ ଖସିପଡିବା ପରେ ମହିଳାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହି ମହିଳା ଶାମଲି ଜିଲାରେ ଜଣେ ଭାଜପା ନେତାଙ୍କ ପତ୍ନୀ ବୋଲି ଜଣାଯାଇଛି। ତାଙ୍କ ନାମ ସୁଷମା ଦେବୀ ଓ ବୟସ ୫୪ ବର୍ଷ।
ଶାମଲିର କଇରାନା ତହସିଲ ଅନ୍ତର୍ଗତ ଅଲ କାଲାନ ମୋହଲ୍ଲାରେ ରହୁଥିବା ସୁଷମା କିଛି କାମରେ ଘର ଛାତ ଉପରକୁ ଯାଇଥିଲେ। ସେଠାରେ କିଛି ମାଙ୍କଡ ତାଙ୍କୁ ଘେରିଯାଇ କାମୁଡିବା ସହିତ ଡିଆଁ ଡେଇଁ କରି ତାଙ୍କୁ ଛାତ ତଳକୁ ଠେଲି ଦେଇଥିଲେ। ମହିଳାଙ୍କୁ ତୁରନ୍ତ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି ଯେ ପ୍ରତିଦିନ ମାଙ୍କଡମାନେ ଛୋଟପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ଉପରେ ଆକ୍ରମଣ କରୁଛନ୍ତି। ସେମାନେ ଏ ସମ୍ପର୍କରେ ପ୍ରଶାସନକୁ ଅନେକ ଥର କହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ନିଆଯାଉନାହିଁ। ପ୍ରାୟ ବର୍ଷକ ତଳେ ଦଳେ ମାଙ୍କଡଧରାଳିଙ୍କୁ ମଥୁରାରୁ ଅଣାଯାଇଥିଲା ଏବଂ ସେମାନେ କିଛି ଆକ୍ରମଣକାରୀ ମାଙ୍କଡଙ୍କୁ ଧରିଥିଲେ। ସେବେଠାରୁ ପ୍ରଶାସନ ଆଉ କିଛି ଶୁଣୁନାହିଁ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories