www.samajalive.in
Monday, December 8, 2025
17.1 C
Bhubaneswar

ପ୍ରତିଷ୍ଠା ଦିବସରେ କେନ୍ଦ୍ରକୁ ଜବାବ ମାଗିଲେ ନବୀନ

ଭୁବନେଶ୍ୱର: ବିଜେଡିର ୨୧ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ୯ଟି ଭିନ୍ନ ଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ ପଚାରି ‘ଜବାବ ମାଗୁଛି ଓଡ଼ିଶା’ ବୋଲି ବିଜେପିକୁ ପ୍ରତି ଆକ୍ରମଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କେନ୍ଦ୍ର ସରକାର ଟେଲିକମ୍‍ କ୍ଷେତ୍ରରେ ସଫଳତା ହାସଲ କରିଥିବା କହୁଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ଓଡ଼ିଶା ଗାଁ ଗହଳିରେ ଟେଲିକମ୍‍ ସେବା ଅପହଞ୍ଚ ଅଛି। ମେ।।ବାଇଲ୍‍ ନେଟ୍‍ୱର୍କ ପାଇଁ ଛାତ ଉପରେ କିମ୍ବା ଗଛ ଉପରକୁ ଚଢ଼ିବାକୁ ପଡ଼ୁଛି। ରେଳବାଇରେ ଓଡ଼ିଶାକୁ ଅବହେଳା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଲେ ଯେ ରେଳବାଇ ଓଡ଼ିଶାରୁ ପ୍ରାୟ ୨୦ ହଜାର କୋଟି ଟଙ୍କାର ରାଜସ୍ୱ ନେଉଥିବା ବେଳେ ମାତ୍ର ୨ ହଜାର କୋଟି ଟଙ୍କାର ସେବା ଦେଉଛି। ଖୋର୍ଦ୍ଧା-ବଲାଙ୍ଗୀର ରେଲ୍‍ୱେ ଲାଇନ୍‍ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଓ ପ୍ରକଳ୍ପ ଖର୍ଚ୍ଚର ଅଧା ଦେବା ପାଇଁ ପ୍ରତିଶ୍ରୁତି ଦେବା ସତ୍ତେ୍ୱ ପ୍ରକଳ୍ପର ଅଗ୍ରଗତି ପାଇଁ କେନ୍ଦ୍ର ସରକାରଙ୍କ ଆନ୍ତରିକତା ନାହିଁ। ଲାଗୁଛି ଏହା କେବଳ ଇତିହାସ ହୋଇ ରହିଯିବ। କୋଷ୍ଟାଲ୍‍ ହାଇୱେ ଓ ଜାତୀୟ ରାଜପଥ ନିର୍ମାଣରେ ଓଡ଼ିଶାକୁ ଅବହେଳା କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ଦୁଇ ବର୍ଷ ହେଲା କେନ୍ଦ୍ର ସରକାର ଦେଇ ନାହାନ୍ତି। ଉଜ୍ଜ୍ୱଳା ଯୋଜନାରେ କେନ୍ଦ୍ର ସରକାର ମହିଳାମାନଙ୍କୁ ମାଗଣାରେ ଗ୍ୟାସ ଯୋଗାଇ ଦେବା କଥା କହୁଛନ୍ତି। କିନ୍ତୁ ଅଧିକ ଦର ଥିବାରୁ ମାତ୍ର ଗୋଟିଏ ସିଲିଣ୍ଡର ନେବା ପରେ ଦ୍ୱିତୀୟ ସିଲିଣ୍ଡର ନେଉ ନଥିବା ଅଭିଯୋଗ ହେଉଛି। ବିମୁଦ୍ରାକରଣ ବେଳେ ଲୋକେ ନାହିଁ ନଥିବା ହଇରାଣ ହୋଇଛନ୍ତି। ଲୋକଙ୍କୁ ଏ ପର୍ଯ୍ୟନ୍ତ ବ୍ୟାଙ୍କିଙ୍ଗ ସୁବିଧା ମିଳୁନି। ମହାନଦୀ କୋଲ୍‍ ଫିଲ୍ଡ ବାର୍ଷିକ ୨୦ ହଜାର କୋଟି ଟଙ୍କାର ଲାଭ କରୁଛି। ବଦଳରେ ଓଡ଼ିଶାବାସୀଙ୍କୁ ପ୍ରଦୂଷଣ ଦେଉଛି। ଚାଷୀଙ୍କୁ ଫସଲ ବୀମା ମିଳୁନି। ବଦଳରେ ଘରୋଇ ବୀମା କମ୍ପାନୀ ଲାଭବାନ ହେଉଛନ୍ତି। ମହାନଦୀ ଓ ପୋଲାଭରମ୍‍ ପ୍ରସଙ୍ଗରେ ଆମକୁ ସୁପ୍ରିମକୋର୍ଟକୁ ଯିବାକୁ ପଡ଼ିଛି। ଏ ସବୁର ଜବାବ ମାଗୁଛି ଓଡ଼ିଶା। ଏହି ଅବସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉକ୍ତିକୁ ଉଦ୍ଧାର କରି ନବୀନ ପଟ୍ଟନାୟକ କହିଲେ ବିଜୁ ବାବୁ କହୁଥିଲେ ଆମକୁ କେନ୍ଦ୍ର ସହାୟତା କିମ୍ବା ସ୍ୱତନ୍ତ୍ର ପାହ୍ୟା ଆବଶ୍ୟକ ନାହିଁ। କେବଳ ଓଡ଼ିଶାରୁ ଯେତିକି ରାଜସ୍ୱ କେନ୍ଦ୍ର ସରକାର ନେଉଛନ୍ତି ତାହା ଛାଡ଼ କରିଦିଅନ୍ତୁ। ଓଡ଼ିଶାକୁ ଆର୍ଥିକ ସ୍ୱତନ୍ତ୍ରତା ଦିଅନ୍ତୁ। ମୋ ଓଡ଼ିଶାର ଟଙ୍କାରେ ମୋ ରାଜ୍ୟର ବିକାଶ ସାଧିତ ହେବ। ଆମର ହକ୍‍ ପାଇଁ ଲଢ଼େଇ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories