www.samajalive.in
Monday, December 8, 2025
27.1 C
Bhubaneswar

ସରପଞ୍ଚରୁ ରାଜ୍ୟସଭା ଯାତ୍ରା; ଜାଣନ୍ତୁ ସୁଲତା ଦେଓଙ୍କ ରାଜନୈତିକ କ୍ୟାରିୟର

ଭୁବନେଶ୍ୱର: ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଜେଡିର ୪ ପ୍ରାର୍ଥୀ । ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି ଆଜି ବିଧିବଦ୍ଧ ଭାବେ ସଚିବାଳୟ ପରିସରରେ ପ୍ରାର୍ଥିପତ୍ର ଭରିଛନ୍ତି । ଓଡ଼ିଶାରୁ ରାଜ୍ୟସଭା ପାଇଁ ସ୍ମିତଙ୍କୁ ଛାଡ଼ିଦେଲେ ପ୍ରଥମଥର ପାଇଁ ୩ ନୂଆ ମୁହଁ ରାଜ୍ୟସଭା ଯାଉଛନ୍ତି । ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଯାଜପୁର ବିଧାନସଭା ମଣ୍ଡଳୀର ମହିଳା ପ୍ରାର୍ଥୀ ସୁଲତା ଦେଓ । ସୁଲତା ତାଙ୍କ ରାଜନୈତିକ କ୍ୟାରିୟର ସରପଞ୍ଚରୁ ଆରମ୍ଭ କରିଥିଲେ । ହେଲେ ଆଜି ରାଜ୍ୟସଭା ଯାଏ ପହଞ୍ଚିଛନ୍ତି ।

ଆସନ୍ତୁ ଜାଣିବା ସୁଲତାଙ୍କ ଏହି ରାଜନୈତିକ କ୍ୟାରିୟର ବିଷୟରେ । ସୁଲତା ପ୍ରଥମେ ୨୦୦୨ ମସିହାରେ ବରୀ ବ୍ରହ୍ମବରଦା ପଞ୍ଚାୟତର ସରପଞ୍ଚ ଥିଲେ । ପରେ ୨୦୦୭ରେ ଜିଲ୍ଲା ପରିଷଦ ଜୋନ (୩୬)ରୁ ସଭ୍ୟା ଭାବେ ନିର୍ବାଚିତ ହେଲେ । ୨୦୦୯ ମସିହାରେ ଜିଲ୍ଲା ପରିଷଦ ସଭ୍ୟା ପଦରୁ ଇସ୍ତଫା ଦେଇ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଇଲେ । ୨୦୧୨ରେ ସୁଲତାଙ୍କ ରାଜନୈତିକ କ୍ୟାରିୟରରେ ବଡ଼ ପରିବର୍ତ୍ତନ ଆସିଲା । ବିଜେଡିରୁ ବରୀ ବିଧାୟକ ଦେବାଶିଷ ନାୟକ ନିଲମ୍ୱତ ହେବା ପରେ ୨୦୧୨ରୁ ୨୦୧୩ ଯାଏ ବରୀ ନିର୍ବାଚନମଣ୍ଡଳୀର ବିଜେଡି ସାଂଗଠନିକ ଦାୟିତ୍ୱରେ ରହିଲେ ।

- Advertisement -

ପରେ ତାଙ୍କୁ ବିଜେଡିର ପ୍ୟାନେଲିଷ୍ଟ ଭାବେ ୨୦୧୬ରୁ ୨୦୧୮ ଯାଏ ଦାୟିତ୍ୱ ମିଳିଥିଲା । ୨୦୧୮​‌ରେ ତାଙ୍କୁ ବିଜେଡି ସୁଲତାଙ୍କୁ ଦୁଇ ଦୁଇଟି ପଦବୀ ଦେଇଥିଲା । ବିଜେଡି ମୁଖପାତ୍ର ସହ ରାଜ୍ୟ        ବିଜୁ ମହିଳା ଜନତା ଦଳର ସମ୍ପାଦିକା ଥିଲେ । ୨୦୨୦ ମସିହାରୁ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ସହିତ ମହିଳା ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଭାବେ କାର୍ଯ୍ୟ ଭାର ତୁଲାଇଛନ୍ତି ସୁଲତା । ହେଲେ ବର୍ତ୍ତମାନ ପୁଣି ବିଜେଡି ତାଙ୍କ ଉପରେ ଭରସା କରି ରାଜ୍ୟସଭା ପଠାଇଛି । ରାଜ୍ୟସଭା ଯିବାକୁ ନେଇ ସୁଲତା ଖୁବ୍‌ ଖୁସି ଅଛନ୍ତି ।

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories