www.samajalive.in
Monday, December 8, 2025
27.1 C
Bhubaneswar

ଶୁଣିଲାନି ନୃଶଂସ ବାପା; ଝିଅର ତଣ୍ଟି ଚିପି କଲା ହତ୍ୟା, ଭାଇରାଲ ହେଉଛି ଅସହାୟ ଝିଅର ଅଡିଓ

ଦରଭଙ୍ଗା: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ମୃତ ଅସହାୟ ଝିଅର ଅଡିଓ । ଅଡିଓରେ ଝିଅଟି ବାପାକୁ କାକୁତିମିନତି ହୋଇ ତାକୁ ନମାରିବାକୁ ନିବେଦନ କରୁଛି । ହେଲେ ନୃଶଂସ ବାପା ତାର କଠୋର ହୃଦୟ ଆଗରେ ଝିଅଟିକୁ ହତ୍ୟା କାରୁଛି । ଅଡିଓଟିରେ ଝିଅଟି କହୁଛି ବାପା ମୁଁ ତୁମ ଝିଅ । ମତେ ମାରନାହିଁ, ମତେ ଛାଡ଼ି ଦିଅ । ମୁଁ ତୁମକୁ ହାତ ଯୋଡୁଛି । ଆହ୍ଲାଙ୍କ ରାଣ ଖାଇଛି ମତେ ଛାଡ଼ିଦିଅ । ହେଲେ ତାର ବାପା ତାକୁ ପରେ ନୃଶଂସ ଭାବେ ତଣ୍ଟି ଚିପି ହତ୍ୟା କରିଛି । ହତ୍ୟା କରିବା ପରେ ଝିଅର ମୃତଦେହକୁ ଗାଁ ନିକଟସ୍ଥ ଏକ ପୋଖରୀରେ ଫିଙ୍ଗିଦେଇଥିଲା ଅଭିଯୁକ୍ତ ବାପା ।

ଏପରି ଏକ ଘଟଣା ବିହାରର ବାରଦାତ୍‌ ମୋରୋ ଥାନା ଅଧିନ ରତନପୁର ଗାଁରେ ଘଟିଥିବା ବେଳେ ଝିଅର କୋହଭାରା କଣ୍ଠର ଅଡିଓ ଭାଇରାଲ ହେବାର ଲାଗିଛି । ସୂଚନା ମୁତାବକ ୨୦ ବର୍ଷର ଯୁବତୀ ଆଫ୍ରିନ୍‌ ତାଙ୍କ ବାପାଙ୍କ ବୟସର ଜଣେ ବ୍ୟକ୍ତିଙ୍କ ସହ ଲାଗିଥିବା ବିବାହ ପ୍ରସ୍ତାବକୁ ମନା କରିଦେଇଥିଲେ । ଜଣେ ଯୁବକଙ୍କୁ ମଧ୍ୟ ପ୍ରେମ କରୁଥିଲେ । ତାହାସହ ସେ ଅଧିକ ପଢ଼ିବାକୁ ଚାହୁଁଥିଲେ ଏବଂ ସେଥିପାଇଁ ନାମ ଲେଖାଇଥିଲେ । ହେଲେ ଏହି ଘଟଣାକୁ କେନ୍ଦ୍ର କରି ଆଫ୍ରିନଙ୍କ ବାପା ଆଫ୍ରନଙ୍କୁ ହତ୍ୟା କରିଥିବା ଅଭି​‌ଯୋଗ ହୋଇଛି । ହତ୍ୟା କରିବା ସମୟରେ ଆଫ୍ରିନଙ୍କ ପୁରୁଷ ବନ୍ଧୁ ଫେନ୍‌ କରି ହତ୍ୟା ସମୟର ସମସ୍ତ ଅଡିଓ ରୋକର୍ଡ କରିଥିବା ଜଣାପଡ଼ିବା ପରେ ଘଟଣା ଉପରୁ ନରଦା ହଟିଛି । ପରେ ଅଫ୍ରିନଙ୍କ ମା’ ଓ ପୂରା ପରିବାର ତାଙ୍କ ବାପାଙ୍କୁ ଗିରଫ କରିବା ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

- Advertisement -

ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ଗତ ଏପ୍ରିଲ ୧୫ ତାରିଖରେ ଘଟିଥିବା ଜଣାପଡ଼ିଛି । ହତ୍ୟା ସମୟରେ ଆଫ୍ରନ୍‌ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କଥା ହେଉଥିଲେ । ସେହି ସମୟରେ ଆଫ୍ରିନଙ୍କ ବାପା ତାଙ୍କୁ ମାଡ଼ ମାରିବା ବେଳେ ଆଫ୍ରନଙ୍କ ପୁରୁଷ ବନ୍ଧୁ କଲ୍‌ ରେକର୍ଡିଂ ଆରମ୍ଭ କରିଥିଲେ । ଯାହାଦ୍ୱାରା ଏହି ହତ୍ୟା  ଘଟଣା ଉପରୁ ପରଦା ହଟିଛି । ପୁଲିସ ଅଭିଯୁକ୍ତ ବାପାକୁ ଗିରିଫ କରିବା ସହ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories