ଭଦ୍ରକ: ବାସୁଦେବପୁର ଥାନା ସୁଆଁ ଗ୍ରାମରେ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀ ଦୁଇ ଦିନଧରି ନିଖୋଜ ହୋଇଥିବା ସୂଚନା ମିଳିଛି। ମତ୍ସ୍ୟଜୀବୀଙ୍କ ନାମ ଭୈରବ ମଲିକ ଓ ତାଙ୍କ ବୟସ ୫୭ବର୍ଷ ବୋଲି ଜଣାପଡ଼ିଛି। ଭୈରବ ତାଙ୍କ ଘର ନିକଟସ୍ଥ ନାଳକୁ ମାଛ ଧରିବାକୁ ଯାଇ ଥିଲେ ଏବଂ ସେ ଦୁଇ ଦିନ ହେଲା ଘରକୁ ଫେରି ନାହାନ୍ତି। ତେଣୁ ପରିବାର ଲୋକେ ଭୈରବ ବାତ୍ୟା ୟସ ପ୍ରଭାବରେ ନିଖୋଜ ହୋଇ ଯାଇଥିବା ଆଶଙ୍କା ପ୍ରକାଶ କରିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ଅନୁଧାନ କରୁଛି।
Popular Categories



