www.samajalive.in
Monday, December 8, 2025
27.1 C
Bhubaneswar

ଛୁଆ ମରିଗଲା ପରେ ରକ୍ତ ମୁଖା ମା’ ଭାଲୁ ନେଲା ପ୍ରତିଶୋଧ ; ଦୁଇ ଦିନରେ ନେଲା ୩ ମୁଣ୍ଡ

ରେଢାଖୋଲ : ରକ୍ତମୁଖା ଭାଲୁର ଆଉ ଏକ ଶିକାର। ଘଟଣାଟି ଘଟିଛି ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡ ବଡବାହାଳ ରେଂଜ ଅନ୍ତର୍ଗତ କରଡାପାଳ ଠାରେ। ଗତକାଲି ଠାରୁ ରକ୍ତମୁଖା ମା’ ଭାଲୁ ସୋମାବାର ପୁଣି ଜଣଙ୍କୁ ଶିକାର କରିଛି। ରବିବାର ଯେଉଁ ସ୍ଥାନରେ ଉକ୍ତ ଭାଲୁଟି ଦୁଇ ଜଣଙ୍କୁ ମାରି ଥିଲା ସୋମବାର ପୁଣି ସେହି ଠାରୁ ଅଳ୍ପ ଦୂରରେ ବଣିଆ ବନ୍ଧ ଗ୍ରାମର ଆଉ ଜଣେ ଯୁବକକୁ ମାରିଦେଇଛି। ମୃତ ଯୁବକ ଜଣକ ହେଲେ ବଣିଆବନ୍ଧ ଗ୍ରାମର ସୁରୁ ନାଏକ (୨୨)। ଗତକାଲି ମା’ ଭାଲୁର ଗୋଟିଏ ଛୁଆ ମରିଯାଇଥିବାରୁ ସେ ବହୁତ୍‍ ହିଂସ୍ର ହୋଇ ପଡିଥିବା ଜଣାପଡ଼ିଛି। ତେଣୁ ମାରି ଥିବା ଯୁବକର ମସ୍ତିଷ୍କକୁ ଖିନଭିନ୍‍ କରିଦେଇଛି। ଏବେ ଏଇ ଭାଲୁଟି ଅଂଚଳରେ ଆତଙ୍କ ଖେଳେଇ ଦେଇଛି। ଲୋକେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି। ବନ ବିଭାଗ ପକ୍ଷରୁ ଠୋସ୍‍ ପଦକ୍ଷେପ ନିଆଯାଉ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସୂଚନା ଅନୁଯାୟୀ, ଆଜି ଗ୍ରାମର ସୁରୁ ନାଏକ ଓ ଅଗସ୍ତୀ ନାଏକ ଗ୍ରାମ ନିକଟସ୍ଥ କରଡାପାଳ ପାଣୁନାଳି ଜଙ୍ଗଲକୁ କୌଣସି କାମରେ ଯାଇଥିବା ବେଳେ ହଠାତ୍‍ ଭାଲୁ ସୁରୁ ଉପରେ ଅତର୍କିତ ଆକ୍ରମଣ କରିଥିଲା। ହେଲେ ଜୀବନ ବିକଳରେ ଅଗସ୍ତୀ ଦୌଡି ପଳାଇଯାଇ ଘଟଣା ସଂକ୍ରାନ୍ତରେ ଗ୍ରାମବାସୀଙ୍କୁ କହିଥିଲେ। ଗ୍ରାମାବସୀ ଖବର ପାଇବା ପରେ ବନବିଭାଗକୁ ସୂଚନା ଦେବା ସହ ଏକତ୍ରିତ ହୋଇ ଘଟଣା ସ୍ଥଳକୁ ପହଞ୍ଚିଲା ବେଳକୁ ମା’ ଭାଲୁଟୁ ସୁରୁଙ୍କ ମୁଣ୍ଡକୁ ଖିନଭିନ କରିବା ସହିତ ଭୟଙ୍କର ଗର୍ଜନ କରୁଥିଲା। ଗତକାଲି ଅର୍ଥାତ୍‍ ରବିବାର ଅପରାହ୍ନ  ସମୟରେ ଏହି ଗ୍ରାମର ୫ ଜଣ ଗ୍ରାମବାସୀ ନିକଟସ୍ଥ କରଡାପାଳ ଜଙ୍ଗଲକୁ ମହୁ ଖାଇବାକୁ ଯାଇ ଭାଲୁ ଆକ୍ରମଣରେ ଚେରୁ ମୁଣ୍ଡା(୫୦) ଓ କୃଷ୍ଣ ମୁଣ୍ଡା(୪୮) ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ସେହିପରି ଭାଲୁ ମଣିଷ ଲଢେଇରେ ଗୋଟିଏ ଭାଲୁର ମଧ୍ୟ ମୃତ୍ୟୁ ହୋଇଥିଲା। ଘଟଣାର ଖବର ପାଇ ବନ କର୍ମଚାରୀ ଘଟଣାସ୍ଥଲକୁ ପହଞ୍ଚିଥିବା ଜଣାପଡିଛି।

- Advertisement -

 

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories