www.samajalive.in
Monday, December 8, 2025
20.1 C
Bhubaneswar

ଅଞ୍ଚଳର ସଫେଇ ପାଇଁ ବି.ଡ଼ି.ଓ ଧରିଲେ କୋଡ଼ି କୋଦାଳ

ଫୁଲବାଣୀ : କରୋନାକୁ ପ୍ରତିହତ କରିବା ପାଇଁ ଜିଲା ପ୍ରଶାସନ ଘୋଷଣା କରିଚି ୪ ଦିନିଆ ସଟ୍‍ଡ଼ାଉନ୍‍। ଏଭଳି ସ୍ଥିତିରେ କନ୍ଧମାଳ ଜିଲା ରାଇକିଆ ବ୍ଳକ ପ୍ରଶାସନ ପକ୍ଷରୁ ଆଜି ଆୟୋଜନ କରାଯାଇଥିଲା ଏକ ଭିନ୍ନ କାର୍ଯ୍ରକ୍ରମ। ଅଞ୍ଚଳରେ ଆବର୍ଜନ ସଫା କରି ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି ରାଇକିଆ ବି.ଡ଼ି.ଓ ପ୍ରବୀଣ କୁମାର ବାଣୁଆ ଓ ଅନ୍ୟ ବ୍ଳକ କର୍ମଚାରୀମାନେ। ଏହାକୁ ବିଭିନ୍ନ ମହଲରେ ମଧ୍ୟ ବେଶ୍‍ ସ୍ୱାଗତ କରାଯାଇଛି।
ନିଜ ଅଂଚଳକୁ ପରିଷ୍କାର ପରିଛନ୍ନ କରିବା ପାଇଁ ଏଭଳି ଅଭିନବ ଉପାୟ ମଧ୍ୟ ଅନେକଙ୍କୁ ବେଶ୍‍ ପ୍ରଭାବିତ କରିଛି। ରବିବାର ସକାଳୁ ସକାଳୁ ବି.ଡ଼ି.ଓ ଓ ଅନ୍ୟ କର୍ମଚାରୀମାନେ ହାତରେ କୋଡ଼ି କୋଦାଳ ଧରି ମୁହଁରେ ମାକ୍ସ ପିନ୍ଧିବା ସହିତ ହାତରେ ଗ୍ଳୋବ୍‍ସ ପିନ୍ଧି ଆରମ୍ଭ କରିଥିଲେ ସଫେଇ ଅଭିଯାନ। ରାଇକିଆ ସହରର ବିଭିନ୍ନ ସ୍ଥାନରେ ପଡ଼ିଥିବା କୁଢ କୁଢ ଅଳିଆ ଆବର୍ଜନା ସଫା କରିବା ସହିତ ବହୁ ଡ଼୍ରେନ୍‍ ମଧ୍ୟ ସଫା କରିଥିଲେ କର୍ମଚାରୀମାନେ। ଏହି ସଫେଇରେ ବ୍ଳକ କାର୍ଯ୍ୟାଳୟର ଏ.ପି.ଓ କେଦାର ପଣ୍ଡା , ବି.ପି.ଏମ୍‍ ଜୟଦେବ ପ୍ରଧାନ , କମଲ ପ୍ରସାଦ ନାୟକ ,ସନ୍ଧିପ୍‍ ଦିଗାଲ , ରାଜ କିଶୋର ପରିଛା ଓ ଅନ୍ୟ କର୍ମଚାରୀ ମାନେ ମଧ୍ୟ ସାମିଲ୍‍ ହୋଇଥିଲେ। ଆଜି ବି.ଡ଼ି.ଓ ସଫେଇ କରିବା ସହିତ ସଂପୃକ୍ତ ଅଞ୍ଚଳବାସୀଙ୍କୁ ମଧ୍ୟ ଏଭଳି ମଇଳା ନପକାଇବା ପାଇଁ ପରାମର୍ଶ ଦେଇଥିଲେ। ଆଜି ବିଜୟ ହାଇସ୍କୁଲ , ଚାରିଛକ , ମନ୍ଦିର ଛକରେ ଥିବା କୁଢ କୁଢ ଅଳିଆ ସଫାକୁ ଅନେକ ମଧ୍ୟ ଭିଡ଼ିଓ ଉଠାଇ ବେଶ୍‍ ଭାଇରାଲ କରିଥିବାର ଦେଖାଯାଇଚି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories