www.samajalive.in
Thursday, December 11, 2025
27.1 C
Bhubaneswar

ମନରେଗା ପ୍ରକଳ୍ପରେ ଜାଲିଆତି ଅଭିଯୋଗ

ବାସୁଦେବପୁର : ମନରେଗା ଯୋଜନାରେ ଗୋଟିଏ ପରେ ଗୋଟିଏ ଅଭିଯୋଗ । ଅଙ୍ଗନବାଡୀ ଦିଦି, ଘରୋଇ ଶିକ୍ଷାନୁଷ୍ଠାନର ଶିକ୍ଷୟତ୍ରୀ,ଛାତ୍ର ମନରେଗା ଯୋଜନାରେ ଜବକାର୍ଡ ହାତେଇ କାମ କରିଥିବା ବେଳେ ମୃତକଙ୍କ ନାମରେ ଜବକାର୍ଡ ଜରୀଆରେ ଟଙ୍କା ଉଠାଣ ହୋଇଥିବାକୁ ନେଇ ଆଜି ଅଭିଯୋଗ ଆସିଛି ବାସୁଦେବପୁର ବ୍ଲକ ଅଧିନ ସୁଦର୍ଶନପୁର ପଞ୍ଚାୟତରେ । ସୁଦର୍ଶନପୁର ପଞ୍ଚାୟତରେ ମୃତକ ସାବିତ୍ରୀ ସାହୁ ଅମୃତ ସରୋବର ରୋଳା ପୋଖରୀ ପ୍ରକଳ୍ପରେ କାମ କରିଥିବା ନେଇ ଟଙ୍କା ଉଠାଣ କରାଯାଇଥିବାକୁ ନେଇ ଅଭିଯୋଗ ଆସିବା ସହିତ ଇରମ କଲେଜର କର୍ମଚାରୀ ବିଦ୍ୟାଧର ପୁହାଣ ଜବକାର୍ଡ ଜରୀଆରେ ଏହି ପ୍ରକଳ୍ପରେ କାମ କରିଥିବା ଅଭିଯୋଗ ହୋଇଛି ।

ସେହିପରି ଜଗନ୍ନାଥୀ ଅଙ୍ଗନବାଡୀର କର୍ମଚାରୀ ଲକ୍ଷ୍ମୀପ୍ରିୟା ସାହୁ, ଘରୋଇ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଶିକ୍ଷୟତ୍ରୀ ସବିତା ପଲାଇ ଓ ମୀନାକୁମାରୀ ଧଳ, ସିଆରପି ପ୍ରମିଳା ନାୟକ, ସୁଦର୍ଶନପୁର ପଞ୍ଚାୟତର ନୂତନ ସେବା ସମବାୟ ସମିତିର କର୍ମଚାରୀ ନିରଞ୍ଜନ ସାହୁ ମନରେଗା ଯୋଜନାରେ ଜବକାର୍ଡ ଜରୀଆରେ କାମ କରିଥିବା ଅଭିଯୋଗକାରୀ ତପନ କୁମାର ବାରିକ ଜଣାଇଛନ୍ତି । ତେବେ ଘରୋଇ ଶିକ୍ଷାନୁଷ୍ଠାନ ହେଉ ଅଥବା ସରକାରୀ ଦପ୍ତର, କାର୍ଯ୍ୟରତ କର୍ମଚାରୀମାନେ କିପରି ଭାବରେ ନିଜର କାର୍ଯ୍ୟସ୍ଥଳରେ ନରହି ମନରେଗା ଯୋଜନାରେ ଉପସ୍ଥିତ ରହି କାମ କରୁଥିଲେ । ତାହା ଏବେ ସଭିଙ୍କୁ ଚକିତ କରିଛି । ଏ ସଂକ୍ରାନ୍ତରେ ବିଡିଓ ସଞ୍ଜୀବ କୁମାର ସାହୁଙ୍କ ନିକଟରେ ଲିଖିତ ତପନ କୁମାର ବାରିକ ଅଭିଯୋଗ କରିଛନ୍ତି।

- Advertisement -

ପୂର୍ବରୁ ଏହି ପଞ୍ଚାୟତରେ ମନରେଗାର ବିଭିନ୍ନ ପ୍ରକଳ୍ପରେ ଜାଲିଆତି ଅଭିଯୋଗ ଆସିବା ପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ପ୍ରକଳ୍ପ ବାବଦକୁ ଉଠାଣ କରୋଯାଇଥିବା ଟଙ୍କାର ଫେରସ୍ତ କରାଯିବା ପାଇଁ ଆଦେଶ ହୋଇଥିଲା । ଆଜିର ଅଭିଯୋଗକୁ ଭିତ୍ତି କରି ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡିଓ ସଞ୍ଜିବକୁମାର ସାହୁ ସୂଚନା ଦେଇଛନ୍ତି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories