www.samajalive.in
Monday, December 8, 2025
20.1 C
Bhubaneswar

ବର୍ଣ୍ଣବୋଧ ଭାଗ୍ୟ ଫିଟିଲା, ଆଜି ମୁଖ୍ୟମନ୍ତ୍ରୀ କରିବେ ଲୋକାର୍ପଣ

ଭୁବନେଶ୍ୱର: ଦୀର୍ଘବର୍ଷ ପରେ ଫିଟିଲା ‘ବର୍ଣ୍ଣବୋଧ’ର ଭାଗ୍ୟ। ବହୁ ବାଦବିବାଦ, ମାମଲା ପରେ ଆସନ୍ତାକାଲି ‘ବର୍ଣ୍ଣବୋଧ’ର ଲୋକାର୍ପଣ କରାଯିବ। ମଧୁସୂଦନ ରାଓଙ୍କ ଜନ୍ମତିଥିରେ କୃଷିଭବନଠାରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏହି ପୁସ୍ତକକୁ ଲୋକାର୍ପିତ କରିବେ ବୋଲି ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ସୂଚନା ମିଳିଛି। ଏହି ଉତ୍ସବରେ ଦୁଇ ଉପମୁଖ୍ୟମନ୍ତ୍ରୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପରବର୍ତ୍ତୀ ସମୟରେ କେତେ କପି ଛପାଯିବ ଏବଂ କେଉଁ ବିଦ୍ୟାଳୟକୁ ଦିଆଯିବ ତାହା ସରକାର ଧାର୍ଯ୍ୟ କରିବେ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁର ସୂଚନା ଦିଆଯାଇଛି। ଉତ୍ସବରେ ‘ଭାଷାପତ୍ର’, ‘ସତ୍ୟନାରାୟଣ ବହିଦାର’ ଏବଂ ‘ବାସୁଦେବ ସାହୁ’ ପୁସ୍ତକ ଲୋକାର୍ପିତ ହେବ।

ଓଡ଼ିଆ ଭାଷା ଶିଖିବାର ମ଼ୂଳଦୁଆ ପକାଇଥିଲା ବର୍ଣ୍ଣବୋଧ। ମଧୁସୂଦନ ରାଓଙ୍କ ରଚିତ ଏ ପୁସ୍ତକରେ ବନାନଠୁ ନେଇ ଯୁକ୍ତାକ୍ଷର ସହିତ ଗଣିତ ଜ୍ଞାନ ଆଦି ଛୋଟପିଲାଙ୍କ ପାଇଁ ରହିଥିଲା। ବିଶେଷ କରି ଓଡ଼ିଆ ଭାଷା ଓ ଜାତି ପାଇଁ ମଧୁସୂଦନ ରାଓଙ୍କ ଏ ବହିଟି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା। ହେଲେ ପୁସ୍ତକର ମୂଳ ପ୍ରକାଶନକୁ ବାଦ ଦେଇ ଛପାଯିବାରୁ ଏହାକୁ ନେଇ ବିବାଦ ଦେଖାଦେଇଥିଲା। ୨୦୧୧ ରେ ଭାଷା ପ୍ରତିଷ୍ଠାନର ୪ର୍ଥ କାର୍ଯ୍ୟନିର୍ବାହୀ ବୈଠକରେ ଛପା ଯିବାକୁ ନିଷ୍ପତ୍ତି ହୋଇଥିଲା। ୨୦୧୩ରେ ବର୍ଣ୍ଣବୋଧ ପ୍ରକାଶ ପାଇଥିଲା।

- Advertisement -

ସେହି ସମୟରେ ୧୪ ଲକ୍ଷ ଟଙ୍କା ବ୍ୟୟରେ ୧.୫ ଲକ୍ଷ ପୁସ୍ତକ ଛପା ଯାଇଥିଲା। ହେଲେ ମୂଳ ପୁସ୍ତକକୁ ବାଦ ଦେଇ ଛପା ହୋଇଥିଲା। ଏହାକୁ ନେଇ ଅନେକ ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିବା ସହିତ ଅଦାଲତରେ ମାମଲା କରିଥିଲେ। ୨୦୧୯ରେ ଏହି ସମସ୍ୟାର ସମାଧାନ ହୋଇଥିଲା ଏବଂ ଅଦାଲତ ମୂଳକପିରେ ଯାହା ଥିଲା ସେପରି ଛାପିବାକୁ କହିଥିଲେ। ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ଏବଂ ବିଚାରବିମର୍ଶ କରିବା ପରେ ଶେଷରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଛାପିବା ପାଇଁ ନିଷ୍ପତ୍ତି ହୋଇଥିଲା। ମାତ୍ର ନିର୍ବାଚନ ଯୋଗୁଁ ସମ୍ଭବ ହୋଇପାରି ନଥିଲା। ନୂଆ ସରକାର ଆସିବା ପରେ ମଧ୍ୟ ଏଥିପ୍ରତି ଗୁରୁତ୍ବ ଦେଇନଥିଲେ, ଶେଷରେ ବର୍ଣ୍ଣବୋଧର ଭାଗ୍ୟ ଫିଟିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories