www.samajalive.in
Sunday, November 16, 2025
15.1 C
Bhubaneswar

ବିପଦ ସଙ୍କେତ ଉପରେ ସୂବର୍ଣ୍ଣରେଖା, ୫ ଟି ପଞ୍ଚାୟତର ୩୦ରୁ ଉର୍ଦ୍ଧ୍ୱ ଗାଁ ପ୍ରଭାବିତ

ବାଲିଆପାଳ: ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ଉପର ମୁଣ୍ଡରେ ଥିବା ଗାଲୁଡିହ ବ୍ୟାରେଜରୁ ଗେଟ ଖୋଲାଯିବା ସହ ବନ୍ୟାଜଳ ନିଷ୍କାସନ ହେବା ଫଳରେ ତଳମୁଣ୍ଡରେ ଥିବା ବାଲିଆପାଳ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୋମବାର ସନ୍ଧ୍ୟାରୁ ଏହି ବନ୍ୟା ଜଳ କୂଳ ଲଙ୍ଘି ବାଲିଆପାଳ ବ୍ଲକରେ ପ୍ରବେଶ କରିଛି । ଆଜି ସନ୍ଧ୍ୟା ୬ଟା ସୁଦ୍ଧା ରାଜଘାଟ ଠାରେ ଏହି ନଦୀର ବିପଦ ସଙ୍କେତ ୧୦.୩୬ ମିଟର ଉପରେ ୧୦.୮୭ ମିଟରରେ ପ୍ରବାହିତ ହେଉଛି । ଏହାର ପ୍ରଭାବରେ ତଳ ମୁଣ୍ଡରେ ଥିବା ବାଲିଆପାଳ ବ୍ଲକର ନିଖିରା, ଅସ୍ତି, ବାଲିଆପାଳ, ବିଷ୍ନୁପୁର, ଜାମକୁଣ୍ଡା, ମଧୁପୁରା ପ୍ରଭୃତି ପଂଚାୟତ ଜଳମଗ୍ନ ହୋଇଛି ।

ଚଡପାଳ ପଡା, ତଳ ଧାନଦା, ଚଡବଢାପାଳ, ପାଳଚମ୍ପେଇ, ଛୋଟଖାନପୁର, ସୂର୍ଯ୍ୟାପୁର,ରାଉତୁରାପୁର, କୁଦମାନସିଂ, କୁଦମାନସିଂ ଚଡ, ମନୁନଗର, ସୁଙ୍ଘମୁହଁ, ତଳ ବାଲିଆପାଳ, ରାମନଗର-ରସଲପୁର, ବିଷ୍ନୁପୁର ଚଡସାହି ନୟାବାଲି, ଇକଡପାଳ, ଚଉଧୁରିକୁଦ, ଚଡବସ୍ତ କାଳରୁହି, ତାଳପଦା, କୁହ୍ଲାଚଡ, ନଖପାଳ, ପ୍ରଭୃତି ଗ୍ରାମ ପାଣି ଘେରରେ ରହିଛି । ପାଳପଡା-ଚଡ ପାଳପଡା, ପାରୁଳିଆ-ପାଳ ଚମ୍ପେଇ, ପଂଚୁରୁଖି-ଚଉଧୁରିକୁଦ, ଜାମକୁଣ୍ଡା-ତାଳପଦା, ଜାମକୁଣ୍ଡା-କୁହ୍ଲାଚଡ, ଜାମକୁଣ୍ଡା-ନୟାବାଲି, ପ୍ରଭୃତି ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି ।

- Advertisement -

ବାଲେଶ୍ୱର ଜିଲାପାଳ ସୁ୍‌ର୍ଯ୍ୟବଂଶୀ ମୟୂର ବିକାଶ ବିଭିନ୍ନ ବନ୍ୟା ଅଞ୍ଚଳ ବୁଲି ଦେଖିବା ସହ ଜାମକୁଣ୍ଡା ଲକ ଠାରେ ବର୍ଷାରେ ଧୋଇଯାଇଥିବା ସୁଇଚ ଗେଟ ମରାମତି କାର୍ଯ୍ୟର ତଦାରଖ କରିଥିଲେ। ତହସିଲଦାର ଜନକ କୁମାର ନାୟକ , ବିଡିଓ ବିନୋଦ ଚନ୍ଦ୍ର ପଣ୍ଡା ଏବଂ ବିଭାଗୀୟ ସମସ୍ତ ଅଧିକାରୀଙ୍କ ସହ ବନ୍ୟାଞ୍ଚଳ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ।

ପ୍ରଶାସନ ପକ୍ଷରୁ ବନ୍ୟାର ମୁକାବିଲା ପାଇଁ ସଜାଗ ରହିଥିବା କହିବା ସହ ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲାରେ ୨ ଟି ଓଡ୍ରାଫ ଏବଂ ଗୋଟିଏ ଏନଡିଆରଏଫ ଟିମ ରହିଥିବା ଜିଲାପାଳ ସୂଚନା ଦେଇଛନ୍ତି ।ସେହିପରି ଘରେ ପାଣି ପଶିଯିବା ସମ୍ଭାବନା ଥିବା ଲୋକମାନଙ୍କୁ ଉଦ୍ଧାର କରି ସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜିଲାପାଳ କହିଛନ୍ତି । ତେବେ ଚୌଧୁରୀକୁଦ ଏବଂ ଚରବସ୍ତ ଗ୍ରାମକୁ ପାଓରବୋଟ ବ୍ୟବସ୍ଥା କରାଯାଇଥିବା ବେଳେ ବହୁ ସ୍ଥାନରେ ଲୋକେ ପାଣିରେ ପଶି ଯାତାୟତ କରୁଥିବା ଦେଖିବାକୁ ମିଳିଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ରନ୍ଧାଖାଦ୍ୟ ଯୋଗଇଦେବାକୁ ପ୍ରଭାବିତ ଲୋକମାନେ ଦାବି କରିଛନ୍ତି ।

Hot this week

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

୧୦ ଡିଗ୍ରୀ ତଳେ କନ୍ଧମାଳର ୨ ସହର

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି। କନ୍ଧମାଳ ଜିଲାର...

Related Articles

Popular Categories