www.samajalive.in
Monday, December 8, 2025
20.1 C
Bhubaneswar

ହୃଦଘାତରେ ମୃତ ସାମ୍ବାଦିକଙ୍କ ପରିବାରକୁ ବାଙ୍କୀ ପ୍ରେସ କ୍ଲବ ତରଫରୁ ସହାୟତା

ବାଙ୍କୀ(ଡମପଡା) : ବାଙ୍କୀ ପ୍ରେସ କ୍ଲବର ସଭ୍ୟ ଗୋବିନ୍ଦ ଚନ୍ଦ୍ର ପରିଡାଙ୍କ ଗତ ୧୨ତାରିଖରେ ହୃଦଘାତରେ ଦେହାନ୍ତ ହୋଇଯାଇଥିଲା । ବାଙ୍କୀର ‘ଜି ଓଡିଶା’ ପ୍ରତିନିଧି ଭାବେ ସ୍ବର୍ଗତ ଗୋବିନ୍ଦ ପରିଡ଼ା କାର୍ଯ୍ୟ କରି ଆସୁଥିଲେ । ତାଙ୍କ ବିୟୋଗରେ ବାଙ୍କୀ ପ୍ରେସ କ୍ଲବ ବିଦ୍ୟାରତ୍ନ ଭବନ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିବା ବେଳେ ଆଜି ବାଙ୍କୀ ସାମ୍ବାଦିକ ସଙ୍ଘ ତରଫରୁ ତାଙ୍କ ବାସଭବନ ବାଙ୍କୀ ବ୍ଲକ ଅନ୍ତର୍ଗତ କିଆପଲ୍ଲା ପଂଚାୟତର ନୂଆ ଗାଁ ରେ ପହଞ୍ଚି ଶୋକସଂତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଯାଇଛି। ସଙ୍ଘ ସଭାପତି ବଳଭଦ୍ର ପଣ୍ଡାଙ୍କ ତତ୍ୱବାଧାନରେ ଉପ ସଭାପତି ସମରେନ୍ଦ୍ର ମହାପାତ୍ର, କୋଷାଧ୍ୟକ୍ଷ ବିଭୁ ପ୍ରସାଦ ସାମଲ ,ପୁର୍ଣ ଚନ୍ଦ୍ର ସାହୁ,ସଂଜୀପ ନାୟକ, କଂହୁ ବେହେରା,ଶୁଭେନ୍ଦୁ ମହାପାତ୍ର, ଆଶିଷ କୁମାର ମହାପାତ୍ର ,ଗୌରାଙ୍ଗ ବେହେରା,ଅଜୟ ପଣ୍ଡା, ସୁବାସ ପାଢ଼ୀ, ମନୋଜ ଦଳେଇ,ଅନନ୍ତ ପଟ୍ଟନାୟକ, ଅନନ୍ତ ରଣା, ଅଶୋକ ରଣା, ପ୍ରଦୀପ ଜେନା,ଅରବିନ୍ଦ ହରିଚନ୍ଦନ,ଶରତ ବାରିକ ପ୍ରମୁଖ ସ୍ବର୍ଗତ ସାମ୍ବାଦିକଙ୍କ ପୁଅ ଜଗମୋହନ ସ୍ୱାଧୀନ ପରିଡାଙ୍କୁ ସମବେଦନା ଜଣାଇ ବାଙ୍କୀ ସାମ୍ବାଦିକ ସଙ୍ଘ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories