www.samajalive.in
Monday, December 8, 2025
27.1 C
Bhubaneswar

ଟିଟିଲାଗଡ, ସଇଁନ୍ତଲା ବ୍ଲକରେ ଗୁରୁବାର ଚୁଡାନ୍ତ ପର୍ଯ୍ୟାୟ ନିର୍ବାଚନ

ଟିଟିଲାଗଡ଼/ସଇଁନ୍ତଲା/ବେଲଗାଁ : ରାତି ପାହିଲେ ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ। ବଲାଙ୍ଗିର ଜିଲାର ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ସଇଁନ୍ତଲା ଓ ଟିଟିଲାଗଡ ପଞ୍ଚାୟତ ସମିତି(ବ୍ଲକ)ରେ ଗୁରୁବାର ନିର୍ବାଚନ ଅନୁଷ୍ଠିତ ହେବ। ବୁଧବାର ବଲାଙ୍ଗିର ଜିଲାପାଳ ଚଞ୍ଚଲ ରାଣା, ଜିଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଲଶକର, ଟିଟିଲାଗଡ ଉପଜିଲାପାଳ ମନୋଜ ସତ୍ୟବାଜ ମହାଜନ, ଟିଟିଲାଗଡ ଅତିରିକ୍ତ ଜିଲା ଅଧିକ୍ଷକ ସୁରେନ୍ଦ୍ରନାଥ ଶତପଥୀଙ୍କ ସହ ନିର୍ବାଚନ ପରେ ଭୋଟ ବକ୍ସ ରଖିବାକୁ ବ୍ୟବସ୍ଥା କରାଯାଇଥିବା ଟିଟିଲାଗଡ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟ ତଥା ସଇଁନ୍ତଲା ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗସ୍ତ କରିଥିଲେ।
ସଇଁନ୍ତଲା ବ୍ଲକରେ ୨୭୨ଟି ବୁଥରେ ୮୫ ହଜାର ୮୦ ଜଣ ମତଦାତା ନିଜ ଅଧିକାର ସାବ୍ୟସ୍ତ କରିବେ। ବ୍ଲକର ୧୦୮ଟି ବୁଥ ସମ୍ବେଦନଶୀଳ ତଥା ୩ଟି ଅତ୍ୟନ୍ତ ସମ୍ବେଦନଶୀଳ ରହିଛି । ୭ଟି ଗୋଲାପୀ(ପିଙ୍କ) ବୁଥରେ ମହିଳା କର୍ମଚାରୀ ନିର୍ବାଚନ ପରିଚାଳନା କରିବେ। ଅବାଧ ନିର୍ବାଚନ ପାଇଁ ବ୍ଲକରେ ୪ ଭାରପ୍ରାପ୍ତ ମାଜିଷ୍ଟ୍ରେଟଙ୍କ ସହ ୫ ଡିଏସପି ପ୍ୟାହା ଅଧିକାରୀ, ୧୦ ଇନ୍ସପେକ୍ଟର ଏବଂ ବହୁ ସଂଖ୍ୟାରେ ସବଇନ୍ସପେକ୍ଟର ମୋଟ ୨୩ଟି ଭ୍ରାମ୍ୟମାଣ ଯାନ ସହ କଡାକଡି ପାଟ୍ରୋଲିଂ ଆରମ୍ଭ କରିଛନ୍ତି। ବ୍ଲକ ଅନ୍ତର୍ଗତ ୨୨ଟି ପଞ୍ଚାୟତରେ ୯୯ ସରପଞ୍ଚ ପ୍ରାର୍ଥୀ ତଥା ୮୨ ସମିତି ସଭ୍ୟ ପ୍ରାର୍ଥୀ, ୨୭୨ଟି ୱାର୍ଡ ସଭ୍ୟ ପଦରୁ ୭୮ ୱାର୍ଡ ସଭ୍ୟ ଆସନ ପାଇଁ ପ୍ରତିଦ୍ୱନ୍ଦିତା ହେଉଛି। ତିନୋଟି ଜିଲା ପରିଷଦ ଜୋନରୁ ତିନି ପ୍ରମୁଖ ରାଜନୈତିକ ଦଳର ୩ ଜଣ ଲେଖାଏଁ ପ୍ରାର୍ଥୀ ମଇଦାନରେ ରହିଛନ୍ତି।

- Advertisement -

ବୁଧବାର ସଇଁନ୍ତଲା କଲେଜ ପରିସରରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଧିକାରୀ, କର୍ମଚାରୀ ଏକାଠି ହୋଇଥିଲେ। ବିଡିଓ ଚନ୍ଦ୍ରମଣୀ ନାଗ, ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଲକ୍ଷ୍ମଣ ପ୍ରଧାନ, ଥାନା ଅଧିକାରୀ ଅବନି ସାହୁଙ୍କ ଉପସ୍ଥିତିରେ ଭୋଟ ବାକ୍ସ ତଥା ବାଲାଟ ପେପର ନେଇ ପୁଲିସର କଡା ପହରା ମଧ୍ୟରେ ନିଜ ନିଜ ବୁଥକୁ ଯାଇଛନ୍ତି। ସେହିପରି ଟିଟିଲାଗଡ ବ୍ଲକର ୨୪ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ ତଥା ୩ ଜିଲା ପରିଷଦ ପ୍ରାର୍ଥୀ ନିର୍ବାଚନ ନେଇ ୨୭୯ଟି ବୁଥରେ ମତଦାନ ହେବ। ୧୦ଟି ଗୋଲାପୀ ବୁଥ ବ୍ୟବସ୍ଥା ହୋଇଛି। ଦୁଇଟି ପଞ୍ଚାୟତରେ ସରପଞ୍ଚ , ୧୦ଟିରେ ସମିତି ସଭ୍ୟ ଓ ୧୫୦ ଜଣ ୱାର୍ଡ ସଭ୍ୟ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ବାକି ଆସନରେ ୨୧୭ ୱାର୍ଡ ସଭ୍ୟ, ୮୨ ସରପଞ୍ଚ, ୩୭ ସମିତି ସଭ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଡିଏଭି ମହାବିଦ୍ୟାଳୟରେ ଏନେଇ ଆବଶ୍ୟକ ବ୍ୟବସ୍ଥା ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନବିନ ଚନ୍ଦ୍ର ନାୟକ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସୁରଥ ସାହୁ, ଥାନା ଅଧିକାରୀ ରଞ୍ଜନ ବରିହା ପ୍ରମୁଖଙ୍କ ତତ୍ୱାବଧାନରେ ଭୋଟ ବାକ୍ସ ତଥା ବ୍ୟାଲେଟ ପେପର ବୁଥଗୁଡିକୁ ପଠାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ତଥା ଅବାଧ ନିର୍ବାଚନ ପାଇଁ ୪ ଜଣ ଭାରପ୍ରାପ୍ତ ମାଜିଷ୍ଟ୍ରେଟ, ୪ ଡିଏସପିି ପ୍ୟାହା ଅଧିକାରୀ, ୪ ଇନ୍ସପେକ୍ଟର ୨ଟି ଭ୍ରାମ୍ୟମାଣ ଯାନରେ ପେଟ୍ରୋଲିଂ ଆରମ୍ଭ କରିଛନ୍ତି। ଟିଟିଲାଗଡ ବ୍ଲକରେ ୨୪ଟି ବୁଥ ଅତ୍ୟନ୍ତ ସମ୍ବେଦନଶୀଳ ତଥା ୨୮ଟି ବୁଥକୁ ସମ୍ବେଦନଶୀଳ ଶ୍ରେଣୀରେ ରଖାଯାଇଛି। ବଲାଙ୍ଗିର ଏସପି ତଥା ଜଣେ ଅତିରିକ୍ତ ଏସ୍ପି ପ୍ୟାହା ଅଧିକାରୀଙ୍କ ତତ୍ୱାବଧାନରେ ନିର୍ବାଚନ ହେବାକୁ ଥିବା ଏହି ଦୁଇ ବ୍ଲକରେ ଅବାଧ ନିର୍ବାଚନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଟିଟିଲାଗଡ ଅତରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶତପଥୀ କହିଛନ୍ତି । ଗଣ୍ଡଗୋଳକାରୀଙ୍କୁ ନିର୍ବାଚନ କମିଶନରଙ୍କ ଆଇନ ଅନୁଯାୟୀ କଠୋର ଦଣ୍ଡ ବିଧାନ କରାଯିବ ବୋଲି ଅତିରିକ୍ତ ଜିଲା ଅଧିକ୍ଷକ ଶ୍ରୀ ଶତପଥୀ ମତ ଦେଇଛନ୍ତି । ଅପରପକ୍ଷରେ ପ୍ରାର୍ଥୀ ଶେଷ ମୁହୁର୍ତ୍ତରେ ନିଜ ଜିତାପଟ ସୁନିଶ୍ଚିତ କରିବାକୁ କସରତ ଜାରି ରଖିଥିବା ଦେଖାଯାଇଛି।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories