www.samajalive.in
Monday, December 8, 2025
27.1 C
Bhubaneswar

ଜୁଏଲାରୀ ଦୋକାନରୁ ଲୁଟ ; ବାପା -ପୁଅଙ୍କୁ ବନ୍ଧୁକ ଓ ଏସିଡ଼ରେ ଆକ୍ରମଣ

ବଡ଼ସାହି/ବେତନଟୀ : ମୟୂରଭଞ୍ଜ ଜିଲା ବୈଶିଙ୍ଗା ବଜାରରେ ଥିବା ବିଶ୍ଵକର୍ମା ଜୁଏଲାରୀ ଦୋକାନରୁ ଶୁକ୍ରବାର ଦୁର୍ବୃତ୍ତମାନେ ଡ଼କାୟତି କରିଛନ୍ତି । ଅପରାହ୍ନ ସମୟରେ ୨ଟି ପଲସର ବାଇକରେ ୬ଜଣ ଡ଼କାୟତ ପହଞ୍ଚି ଦୋକାନୀର ବାପା ଓ ପୁଅଙ୍କୁ ବନ୍ଧୁକ, ମାରଣାସ୍ତ୍ର ଓ ଏସିଡ଼ ଦ୍ବାରା ଆକ୍ରମଣ କରି ସୁନାରୂପା ଗହଣା ଓ ନଗଦ ଟଙ୍କା ନେଇ ପଳାଇଛନ୍ତି । ଡ଼କାୟତ ମାନଙ୍କୁ ପ୍ରତିରୋଧ କରିବାକୁ ଯାଇ ବାପା ଓ ପୁଅ ଗୁରୁତର ଆହତ ହୋଇଛନ୍ତି । ବାପାଙ୍କ ଜଙ୍ଘରେ ଗୁଳିବାଜିଛି ।

ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ଡକାୟତି କରି ଖସି ପାଳାଉଥିବା ସମୟରେ ପାଖ ଦୋକାନୀ ମାନେ ଗୋଟିଏ ବାଇକକୁ ଅଟକ ରଖିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି । ଏଥିରେ ଥିବା ୩ଜଣ ଅଣ ଓଡିଆ ଡକାୟତଙ୍କୁ କାବୁ କରି ନିର୍ଧୁମ ମାଡ ମାରିଛନ୍ତି । ପୁଲିସ ପହଞ୍ଚି ଆହତଙ୍କୁ ଡାକ୍ତରଖାନାକୁ ନେଇଛି । ମୟୂରଭଞ୍ଜ ଏସପି ଘଟଣା ସ୍ଥଳରେ ପହଞ୍ଚି  ଅଧିକ ତଦନ୍ତ ଜାରିରଖିଛନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories