www.samajalive.in
Monday, December 8, 2025
20.1 C
Bhubaneswar

ମୟୂରଭଞ୍ଜର ୬ଟି ଦୋକାନକୁ କୋଭିଡ ଔଷଧ ବିକ୍ରୀ ଅନୁମତି

ବଡ଼ସାହି:ରାଜ୍ୟ ଡ୍ରଗ୍ସ ନିୟନ୍ତ୍ରଣ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲାର ୬ଟି ଔଷଧ ଦୋକାନକୁ କୋଭିଡ-୧୯ ଔଷଧ ବିକ୍ରି କରିବାକୁ ଅନୁମତି ମିଳିଛି। ତେବେ ସର୍ବାଧିକ ସଂକ୍ରମିତ ବଡ଼ସାହି ବ୍ଲକରେ କୌଣସି ଔଷଧ ଦୋକାନ ଏହି ତାଲିକାରେ ସ୍ଥାନ ପାଇ ନଥିବାରୁ ଜନଅସନ୍ତୋଷ ସୃଷ୍ଟି ହୋଇଛି।
କରୋନା ମହାମାରୀ ଆକ୍ରାନ୍ତରେ ପ୍ରତିଦିନ ହଜାର ହଜାର ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ପର୍ଯ୍ୟନ୍ତ କରୋନା ପାଇଁ ଦେଶରେ ଟୀକା ବାହାରି ନାହିଁ। ଦେଶରେ ୮୦ପ୍ରତିଶତ ଲୋକ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ହୋମ୍ ଆଇସୋଲେସନରେ ରହି ଚିକିତ୍ସାଧିନ ଥିବା ଅତି ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଫାଭିପିରାଭିର ନାମକ ଔଷଧ ପ୍ରଦାନ ପାଇଁ ଅନୁମତି ଦେଇଛନ୍ତି। କରୋନା ଆକ୍ରାନ୍ତ ଥିବା ରୋଗୀମାନଙ୍କୁ କୋଭିଡ ଡାକ୍ତରଖାନରେ ଦିଆଯାଉଥିବା ଫାଭିପିରାଭିର ଟାବଲେଟ(୨୦୦/୪୦୦ଏମ.ଜି) ଓ ରେମ୍ଡେସିଭିର ଇଞ୍ଜେକସନ ଅନୁମତି ପ୍ରାପ୍ତ ଦୋକାନରେ ଉପଲବ୍ଧ ହୋଇଛି। ଏ ନେଇ ଡ୍ରଗ୍ସ ନିୟନ୍ତ୍ରଣ ବିଭାଗର ଚିଠି ନଂ ୯୧୨/୨୦ ତା୧୮ା୯ା୨୦ରିଖରେ ସରକାରୀ ନିୟମ ଅନୁସାରେ ଔଷଧ ଦୋକାନରେ ଗ୍ରାହକଙ୍କୁ ପ୍ରଦାନ କରିବେ ବୋଲି ଚିଠିରେ ନିର୍ଦ୍ଦେଶ ରହିଛି। ଏହି କ୍ରମରେ ଜିଲାର ୬ଟି ଔଷଧ ଦୋକାନରେ ତାହା ଉପଲବ୍ଧ ଥିବା ବେଳେ ଡାକ୍ତରଙ୍କ ପ୍ରେସକ୍ରିପସନ ଆଧାରରେ ଔଷଧ ବିକ୍ରୟ ହେଉଛି। ବାରିପଦା ସହରର ୩ଟି, କରଞ୍ଜିଆର ୨ଟି ଓ ରାଇରଙ୍ଗପୁରର ଗୋଟିଏ ମେଡିସିନ ଷ୍ଟୋରରେ ମିଳୁଅଛି। କେବଳ ଘରୋଇ ବା ସରକାରୀ ମେଡିକାଲ ସ୍ପେସାଲିଷ୍ଟଙ୍କ ପ୍ରେସକ୍ରିପସନ୍ ଆଧାରରେ ଏହି ଔଷଧ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଏହି ଔଷଧ ସିଧାସଳଖ ରୋଗୀ କିମ୍ବା ତାଙ୍କ ସହଯୋଗୀଙ୍କୁ ପ୍ରଦାନ କରାଯାଇପାରିବ। ମାତ୍ର ଇଞ୍ଜେକସନ ନେବା ପାଇଁ ସରକାରୀ ବା ଘରୋଇ ଡାକ୍ତରଖାନା ଗୁଡିକରେ ଦିଆଯିବ। ଦୋକାନୀମାନେ ଏହି ପ୍ରେସକ୍ରିପସନର ଏକ ଜେରକ୍ସ କପି ନିଜ ପାଖରେ ରଖିବା ପରେ ରୋଗୀ ବା ତାଙ୍କ ପ୍ରତିନିଧିଙ୍କର ସବିଶେଷ ବିବରଣୀ ମଧ୍ୟରେ ବାସସ୍ଥାନ, ପ୍ରମାଣପତ୍ର, ଘୋଷଣାନାମା ଓ ମୋବାଇଲ ନମ୍ବର ରଖିବା ବାଧ୍ୟତା ମୂଳକ କରାଯାଇଛି। ଡାକ୍ତର କେ.ସି. ମହାନ୍ତିଙ୍କ କହିବାନୁଯାୟୀ ମେଡିସିନ ସ୍ପେଶାଲିଷ୍ଟଙ୍କ ପ୍ରେସକ୍ରିପସନ ଦ୍ୱାରା ହୋମ୍ ଆଇସୋଲେସନରେ ଥିବା ରୋଗୀମାନଙ୍କ ପାଇଁ ଏହି ଔଷଧ ପ୍ରଦାନ କରାଯାଉଛି। ନିତ୍ୟାନ୍ତ ଜରୁରୀ ଥିବା ରୋଗୀଙ୍କୁ ଏହି ଔଷଧ ସେବନ ମାଧ୍ୟମରେ ରୋଗୀ ସୁସ୍ଥ ହେଉଥିବାରୁ ଏହାର ପ୍ରୟୋଗ ପାଇଁ ଅନୁମତି ମିଳିଛି। ତେବେ ଜିଲାର ସର୍ବାଧିକ ସଂକ୍ରମିତ ବ୍ଲକ ବଡ଼ସାହିରେ ଯେକୌଣସି ଔଷଧ ଦୋକାନରେ ଏହି ଔଷଧ ବିକ୍ରୟର ଅନୁମତି ଦେବା ପାଇଁ ବ୍ଲକ କଂଗ୍ରେସର ଜୋନ ସଭାପତି ଶଶାଙ୍କ ଶେଖର କର ଦଳ ପକ୍ଷରୁ ଦାବି କରିଛନ୍ତି। ବଡ଼ସାହି ବ୍ଲକରୁ ପ୍ରେସକିପ୍ସନ ଆସିଲେ ତୁରନ୍ତ ଅନୁମତି ପ୍ରଦାନ କରାଯିବ ବୋଲି ଜିଲା ଡ୍ରଗ୍ସ ଇନିସପେକ୍ଟର ରୁଦ୍ର ନାରାୟଣ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories