www.samajalive.in
Thursday, December 11, 2025
27.1 C
Bhubaneswar

ନିର୍ମାଣର ୬ ମାସ ମଧ୍ୟରେ ଗୋପାଳପୁର-ମନସୁରୁକୋଟା ରାସ୍ତାର ଶୋଚନୀୟ ଅବସ୍ଥା

ଗୋପାଳପୁର : ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନ ମାନର କାମ ହେବା ସହ ଅନେକ ରାସ୍ତା ଶୋଚନୀୟ ଅବସ୍ଥାକୁ ଚାଲି ଆସିଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଗ୍ରାମ୍ୟ ଉନ୍ନୟନ ମନ୍ତାଣଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଗୋପାଳପୁର ଠାରୁ ମନସୁରକୋଟା ପର୍ଯ୍ୟନ୍ତ ୫ କିମି ରାସ୍ତା ନିର୍ମାଣ ନିମନ୍ତେ ୧୬୫.୯୪ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିଲା। ଏହି ଅନୁଦାନ ରାଶିକୁ ଓଡିଶା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ଠିକାଦାର ଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯିବା ସହ ଗତ ୧୯/୦୯/୨୦୧୯ ରୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ଗତ  ୧୮/୦୬/୨୦ ରେ ରାସ୍ତା ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିବା ନେଇ ମନସୁରକୋଟା ରାସ୍ତାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲଗା ଯାଇଥିବା ଫଳକ ରେ ଉଲ୍ଲେଖ କରାଯାଇଛି ।  କିନ୍ତୁ ରାସ୍ତା ନିର୍ମାଣ ହେବାର ୬ ମାସ ମଧ୍ୟରେ ରାସ୍ତାର ଅନେକ ସ୍ଥାନରେ ପିଚୁ ଉଠି ଯିବା ସହ ରାସ୍ତା ଦବି ଯାଇଥିବା ଦେଖିବାକୁ ମିଳିଛି ‌। ସୂଚନାଯୋଗ୍ୟ ଯେ ସ୍ବାଧୀନତାର ୭୨ ବର୍ଷ ପରେ ମନସୁରୁକୋଟା ଗ୍ରାମକୁ କଚା ସଡକ ସହ ସଂଯୋଗ କରାଯାଇଥିଲା। ଏହା ପୂର୍ବରୁ କେବଳ ମାଟି ଓ ମେଟାଲ ସଡକ ହଁ ଯୋଗାଯୋଗ ନିମନ୍ତେ ରହି ଆସିଥିଲ।ପକ୍କା ସଡକ ନିର୍ମାଣ ନିମନ୍ତେ ଗ୍ରାମବାସୀଙ୍କ ପକ୍ଷରୁ ଅନେକ ଥର ଦାବି ଉପସ୍ଥାପନ ପରେ ବିଧାୟକ ଡ଼ ପ୍ରଦିପ  ପାଣିଗ୍ରାହୀଙ୍କ ପକ୍ଷରୁ ଗତ ୨୦୧୯ ମସିହାରେ ଏହି ରାସ୍ତା କାର୍ଯ୍ୟ ନିର୍ମାଣ ନିମନ୍ତେ ଭିତ୍ତି ଦିଆଯିବା ସହ ରାସ୍ତା କାମ ଆରମ୍ଭ କରାଯାଇଥିଲା । ଘଟଣା ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଏସଡିଓ ସନ୍ଦିପ ଜେନାଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ସେ ଗତ କିଛି ଦିନ ହେଲା ଏଠାରେ ଦାୟିତ୍ଵ ଗ୍ରହଣ କରିଥିବାରୁ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଠାଇ ରାସ୍ତା ର ତଦାରଖ କରିବା ସହ ତୁରନ୍ତ ଠିକାଦାରଙ୍କୁ କହି ରାସ୍ତାର ମରାମତି କରିବେ ବୋଲି ପ୍ରକାଶ କରିଛନ୍ତି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories