www.samajalive.in
Monday, December 8, 2025
14.1 C
Bhubaneswar

କରୋନା ଡ଼ାକିନେଲା ଦୁବାଇ; ପ୍ରାଣ ହରାଇଲେ ପଟାମୁଣ୍ଡାଇର ପାଣି ପାଇପ୍ ମିସ୍ତ୍ରୀ

କେନ୍ଦ୍ରାପଡ଼ା: ପେଟ ପୋଷିବାକୁ ଯାଇଥିଲେ ଦୁବାଇ । ଆଶା ଥିଲା ଟଙ୍କା ରୋଜଗାର କରିବେ, ପିଲାଙ୍କୁ ପଢ଼ାଇବେ, ଘର ଚଳାଇବେ, ସୁଖରେ ରହିବେ । ପରିବାରର ଲୋକମାନେ କେତେ ଆଶା ବାନ୍ଧିଥିଲେ । ହେଲେ ଦି’ଟା ମାସ ଯାଇନାହିଁ , ଚାଲିଗଲା ତାଙ୍କର ଜୀବନ, ତାଙ୍କର ମୃତ୍ୟୁ କରୋନାରେ ହୋଇଥିବା ସନ୍ଦେହ କରାଯାଉଛି ।  ଦୁବାଇ ଡ଼ାକ୍ତରଖାନାରେ ପଡ଼ିଛି ଶବ । କାନ୍ଦିକାନ୍ଦି ଲୋଟୁଛନ୍ତି ପରିବାର ଲୋକ, ଏବେ ଚିନ୍ତା ଶବ ଆସିବ କେମିତି ? ଦୁବାଇରୁ ଶବ ଆଣିବା ପାଇଁ ଜିଲା ପ୍ରଶାସନ ନିକଟରେଫେରାଦ ହୋଇଛନ୍ତି  ମୃତକଙ୍କ ପରିବାର ।

ଘଟଣାଟି କେନ୍ଦ୍ରାପଡ଼ା ଜିଲା ପଟାମୁଣ୍ଡାଇ ଅଞ୍ଚଳର । ଏହି ଅଞ୍ଚଳର ଜଣେ ପାଣି ପାଇପ୍ ମିସ୍ତ୍ରୀ ଗଲା ମାର୍ଚ୍ଚ ମାସରେ ଦୁବାଇ ଯାଇଥିଲେ କାମ କରିବା ପାଇଁ । ଏକ ଘରୋଇ କମ୍ପାନୀରେ ସେ କାମ କରୁଥିଲେ । ମାତ୍ର ସେଠାରେ ତାଙ୍କ ଦେହ ଅକସ୍ମାତ ଖରାପ ହେଲା, ତାଙ୍କୁ ଡ଼ାକ୍ତରଖାନାରେ ଭର୍ତି କରାଗଲା । ମାତ୍ର ଚିକିତ୍ସାଧୀନ ଅବସ୍ଥା​‌ରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁର କାରଣ କରୋନା ବୋଲି ସେଠାରେ ତାଙ୍କର ସହଯୋଗୀ ମିସ୍ତ୍ରୀମାନେ ତାଙ୍କ ଘରକୁ ଫୋନ୍ କରି ସୂଚନା ଦେଇଛନ୍ତି । ତେବେ ଯେଉଁ ଘରୋଇ କମ୍ପାନୀରେ କାମ କରିବାକୁ ବାବାଜୀ ଯାଇଥିଲେ ସେ କମ୍ପାନୀ ପକ୍ଷରୁ ଏ ପର୍ଯ୍ୟନ୍ତ ମୃତ୍ୟୁର କାରଣ ସମ୍ପର୍କରେ କିଛି ସୂଚନା ଦିଆଯାଇନାହିଁ । ବାବାଜୀଙ୍କ ପରିବାର ଏହି ଖବର ପାଇ ଭାଙ୍ଗି ପଡ଼ିଛନ୍ତି । ଜିଲା ପ୍ରଶାସନ ଏ କ୍ଷେତ୍ର​ରେ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ଜିଲାପାଳ ମଧ୍ୟ ଏହି ସୂଚନା ପାଇବା ପରେ ତାଙ୍କ ପରିସରରେ ପୀଡ଼ିତ ପରିବାର ପାଇଁ ଯାହା ସମ୍ଭବ ତାହା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories