www.samajalive.in
Monday, December 8, 2025
27.1 C
Bhubaneswar

ଏଟିଏମରୁ ପାଞ୍ଚ ହଜାରରୁ ଅଧିକ ଟଙ୍କା ଉଠାଇଲେ ଦେବାକୁ ପଡିବ ଅତିରିକ୍ତ ଦେୟ

ନୂଆଦିଲ୍ଲୀ: ଆଗାମୀ ଦିନରେ ଆପଣଙ୍କୁ ଏଟିଏମରୁ ପାଞ୍ଚ ହଜାରରୁ ଅଧିକ ଟଙ୍କା ଉଠାଇଲେ ଆପଣଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡିବ। ଏହା ଆପଣଙ୍କର ମାଗଣା ପାଞ୍ଚଟି ଟ୍ରାଞ୍ଜାକ୍ସନରେ ଅନ୍ତର୍ଭୁକ୍ତ ହେବ ନାହିଁ। ଯାହା ପାଇଁ ଏହା ବାବଦକୁ ଆପଣଙ୍କୁ ଅଲଗା ରାଶି ଦେବାକୁ ପଡିବ।

ଜଣେ ଗ୍ରାହକଙ୍କୁ ଏକ ସମୟରେ ପାଞ୍ଚ ହଜାରରୁ ଅଧିକ ଟଙ୍କା ଉଠାଇଲେ ୨୪ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ।ବର୍ତ୍ତମାନ ସମୟରେ ଉପଭୋକ୍ତାମାନେ ଏଟିଏମରୁ ପାଞ୍ଚଟି ମାଗଣା କାରବାର କରୁଛନ୍ତି। ଏହା ପରେ ଯଦି ସେହି ମାସରେ ଅଧିକ କାରବାର କରାଯାଏ, ତେବେ ଷଷ୍ଠ କାରବାରର ମୂଲ୍ୟ ୨୦ ଟଙ୍କା ଦେବାକୁ ପଡୁଛି।

- Advertisement -

ଏଟିଏମ୍ ଫି ସମୀକ୍ଷା କରିବା ପାଇଁ ଆରବିଆଇ ଏକ କମିଟି ଗଠନ କରିଛି। ଏହାକୁ ଆଧାର କରି ବ୍ୟାଙ୍କଗୁଡିକ ଆଠ ବର୍ଷ ପରେ ଏଟିଏମ୍ ଫି ପରିବର୍ତ୍ତନ କରିପାରିବେ। ମଧ୍ୟପ୍ରଦେଶର ଏସଏଲବିସି ସଂଯୋଜକ ଏସଡି ମହୁରକରଙ୍କ ଅନୁଯାୟୀ, ଏକ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହରରେ ଏଟିଏମ୍ କାରବାର ବୃଦ୍ଧି ଉପରେ କମିଟି ଗୁରୁତ୍ୱାରୋପ କରିଛି।

ଅଧିକାଂଶ ଲୋକ ଏଠାରେ ଅଳ୍ପ ପରିମାଣ ଉଠାଉଛନ୍ତି। ତେଣୁ କମିଟି ଛୋଟ ଟ୍ରଞ୍ଜାକ୍ସନକୁ ମାଗଣା ରଖିଛି। ଛୋଟ ସହରର ଗ୍ରାହକମାନେ ଅନ୍ୟ ବ୍ୟାଙ୍କର ଏଟିଏମରେ ପ୍ରତିମାସରେ ଛଅ ଥର ଟଙ୍କା ଉଠାଇବା ପାଇଁ ରିହାତି ପାଇବେ। ବର୍ତ୍ତମାନ ଛୋଟ ସହରରେ କେବଳ ପାଞ୍ଚ ଥର ମଗଣା ଟଙ୍କା ଉଠାଇପାରୁଛନ୍ତି।

ମୁମ୍ବାଇ, ଦିଲ୍ଲୀ ଏବଂ ବାଙ୍ଗାଲୋର ଭଳି ମେଟ୍ରୋରେ ଗ୍ରାହକଙ୍କୁ ଏକ ମାସରେ ତିନିଥର ଏଟିଏମରୁ ଟଙ୍କା ଉଠାଇବାକୁ ଅନୁମତି ଦିଆଯାଇଛି। ଏହା ପରେ ଚତୁର୍ଥ ଥର ପାଇଁ ଅତିରିକ୍ତ ଚାର୍ଜ ଅଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories