www.samajalive.in
Monday, December 8, 2025
27.1 C
Bhubaneswar

ଜୟ ବିଜ୍ଞାନର ଉଦ୍‍ଘୋଷକ ; ଅଟଳ ବିହାରୀ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଜଣେ ଦକ୍ଷ ଓ ସଫଳ ରାଷ୍ଟ୍ରନୀତିଜ୍ଞ ଭାବେ ପରିଚିତ । ଅନେକ ସମୟରେ କଠୋର ନିଷ୍ପତ୍ତି ନେଇ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଉଥିଲେ। ଜୟ ବିଜ୍ଞାନର ଉଦ୍‍ଘୋଷକ ଭାବେ ଅଟଳ ବିହାରୀ ବାଜପେୟୀ ସଦା ସର୍ବଦା ସ୍ମରଣୀୟ ହୋଇ ରହିବେ। ୧୯୯୮ରେ ଦ୍ୱିତୀୟ ଥର ପାଇଁ ସେ ଦେଶର ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ। ପ୍ରଧାନମନ୍ତ୍ରୀ ହେବାର ମାତ୍ର କିଛି ମାସ ପରେ ଭାରତ ଦ୍ୱିତୀୟ ଥର ପାଇଁ ପରମାଣୁ ପରୀକ୍ଷଣ କରିଥିଲା । ଅପରେସନ ଶକ୍ତି-୯୮ ନାମରେ ୧୯୯୮ ମଇ ୧୧ ରୁ ୧୩ ମଧ୍ୟରେ ୫ଟି ଭୂତଳ ପରମାଣୁ ବୋମା ଶକ୍ତି-୧ ରୁ ଶକ୍ତି-୫ ନାମରେ ନାମିତ ପୋଖରନ୍‍ -୨ ପରମାଣୁ ପରୀକ୍ଷଣ କରି ସାରା ବିଶ୍ୱକୁ ଚମତ୍କୃତ କରି ଦେଇଥିଲେ। ୧୯୭୪ରେ ପ୍ରଥମ ପରମାଣୁ ବୋମା ପରୀକ୍ଷଣର ୨୪ ବର୍ଷ ପରେ ସେ ଏହି ପରୀକ୍ଷଣ ପାଇଁ ପଦକ୍ଷେପ ନେଇଥିଲେ।

ଶକ୍ତି ପରମାଣୁ ବୋମା

ବାଜପେୟୀଙ୍କ ସମୟରେ ବାଙ୍ଗାଲୋରରେ କମ୍ପ୍ୟୁଟର ଉଦ୍ୟୋଗ ପାର୍କ ପ୍ରତିଷ୍ଠା ହୋଇଥିଲା। ବୈଜ୍ଞାନିକ ଗବେଷଣାକୁ ୠୁରୁତ୍ୱ ଦେଇ ସେ ‘ଜୟ ଜବାନ-ଜୟ କିଶାନ ସହି ଜୟ ବିଜ୍ଞାନର’ ସ୍ଲୋଗାନ ଯୋଡିଥିଲେ। ତେଣୁ ତାଙ୍କୁ ଜୟ ବିଜ୍ଞାନର ଉଦ୍‍ଘୋଷକ କୁହାଯାଏ ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories