www.samajalive.in
Monday, December 8, 2025
27.1 C
Bhubaneswar

ଜାତୀୟ କ୍ରୀଡା ଦିବସରେ ଦୂତି ଚାନ୍ଦଙ୍କୁ ମିଳିଲା ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ : ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜାତୀୟ କ୍ରୀଡ଼ା ଖେଳରତ୍ନ, ଅର୍ଜୁନ, ଦ୍ରୋଣାଚାର୍ଯ୍ୟ, ଧ୍ୟାନଚାନ୍ଦ ଆଦି ପୁରସ୍କାର ପ୍ରଦାନ କରାଯାଇଛି। କୋଭିଡ୍-୧୯ ମହାମାରୀ ହେତୁ ଚଳିତ ବର୍ଷର ଜାତୀୟ କ୍ରୀଡା ପୁରସ୍କାର ବିତରଣ ସମୟରେ କିଛିଟା ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ବିତରଣ ଉତ୍ସବରେ ରାଷ୍ଟ୍ରପତି ଭବନରୁ ଅନଲାଇନ ମାଧ୍ୟମରେ  କରାଯାଇଥିଲା। ପୁରସ୍କାର ବିଜେତାମାନେ ଭାରତ ଦ୍ୱାରା ନିର୍ମିତ ୯ଟି କ୍ରୀଡ଼ା ପ୍ରାଧିକରଣରୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ସହିତ ଯୋଡ଼ି ହୋଇଥିଲେ।  ବିଜେତାମାନେ ନିଜ ନିଜ ସ୍ଥାନରୁ ଲଗ ଇନ୍ କରି ଏହି ଉତ୍ସବରେ ଭାଗ ନେଇଥିଲେ। ତେବେ ଜାତୀୟ କ୍ରୀଡା ଦିବସ ଅବସରରେ ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ଅଜୁର୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ଚଳିତଥର ଭାରତୀୟ ତାରକା କ୍ରିକେଟର୍‌ ରୋହିତ ଶର୍ମା, ମହିଳା ମଲ୍ଲଯୋଦ୍ଧା ବିନେଶ ଫୋଗଟ୍‌, ପାରାଲିମ୍ପିକ୍‌ସରେ ସ୍ବର୍ଣ୍ଣ ପଦକ ଜିତିଥିବା ମାରିୟାପାନ୍ନ ଥାଙ୍ଗାଭେଲୁ, ମହିଳା ଟେବୁଲ ଟେନିସ୍‌ ଖେଳାଳି ମାନିକା ବାତ୍ରା, ଭାରତୀୟ ହକି ଦଳର ଅଧିନାୟିକା ରାଣୀ ରାମପାଲ୍‌ ଖେଳରତ୍ନ ପୁରସ୍କାର ପାଇଛନ୍ତି। ସେହିପରି ୨୭ଜଣ ଅର୍ଜୁନ ପୁରସ୍କାର ପାଇଛନ୍ତି।

- Advertisement -

ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ୯ଟି ସେଣ୍ଟରରୁ ଜାତୀୟ କ୍ରୀଡ଼ା ପୁରସ୍କାର ହାସଲ କରିଥିବା କ୍ରୀଡ଼ାବିତ୍‌ମାନେ ଭର୍ଚୁଆଲ୍‌ ପ୍ଲାଟଫର୍ମରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ୯ଟି ସେଣ୍ଟର ହେଲା ଦିଲ୍ଲୀ, ମୁମ୍ବଇ, କଲକାତା, ଚଣ୍ଡିଗଡ଼, ବେଙ୍ଗାଲୁରୁ, ପୁଣେ, ସୋନିପତ୍‌, ହାଇଦରାବାଦ୍ ଓ ଭୋପାଳ। ଜାତୀୟ ପୁରସ୍କାର ବିଜେତାଙ୍କୁ ନିମନ୍ତେ ଟ୍ରଫି, ସାର୍ଟିଫିକେଟ୍‌ ଓ ବ୍ଲେଜର ସାଇ ତରଫରୁ ୯ଟି ଯାକ ସେଣ୍ଟରକୁ ପଠାଇ ଦିଆଯାଇଥିବା ସାଇ ତରଫରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଆଇପିଏଲ୍‌ରେ ଖେଳିବାକୁ ୟୁଏଇରେ ଥିବାରୁ ଖେଳରତ୍ନ ପୁରସ୍କାର ବିଜେତା ରୋହିତ ଶର୍ମା ଓ ଅର୍ଜୁନ ପୁରସ୍କାର ବିଜେତା ଈଶାନ୍ତ ଶର୍ମା ଏହି ଉତ୍ସବରେ ଯୋଗ ଦେଇପାରିବେ ନାହାନ୍ତି। ସେମାନଙ୍କୁ ପରବର୍ତ୍ତୀ ସମୟରେ ଟ୍ରଫି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟତମ ଖେଳରତ୍ନ ପୁରସ୍କାର ବିଜେତା ବିନେଶ ଫୋଗଟ୍‌ ସୋନିପତ୍‌, ରାଣୀ ରାମପାଲ୍‌ ଓ ପାରା ଆଥଲେଟ୍‌ ମାରିୟାପାନ୍ନ ଥାଙ୍ଗାଭେଲୁ ବେଙ୍ଗାଲୁରୁ, ମାନିକା ବାତ୍ରା ପୁଣେ ସେଣ୍ଟରରେ ଉପସ୍ଥିତ ରହିଥିବା ଜଣାପଡ଼ିଛି।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories