www.samajalive.in
Thursday, December 11, 2025
27.1 C
Bhubaneswar

କୋଭିଡରେ ପ୍ରଖ୍ୟାତ ପ୍ରତ୍ନତତ୍ତ୍ବବିତ୍‌ଙ୍କ ବିଜୟ କୁମାର ରଥ ପରଲୋକ

ଭୁବନେଶ୍ବର: ପ୍ରଖ୍ୟାତ ପ୍ରତ୍ନତତ୍ତ୍ବବିତ ଡ. ବିଜୟ କୁମାର ରଥଙ୍କ ଆଜି କୋଭିଡରେ ପରଲୋକ ହୋଇଯାଇଛି। ଆଜି ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲରେ ମୃତ୍ୟୁ ହୋଇଥିବା ନେଇ ତାଙ୍କର ପୁଅ ସୂଚନା ଦେଇଛନ୍ତି। ଓଡ଼ିଶା ସରକାରଙ୍କ ରାଜ୍ୟ ପ୍ରତ୍ନତତ୍ତ୍ବବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରି ଡ.ବିଜୟ କୁମାର ରଥ ଅବସର ଗ୍ରହଣ କରିଥିଲେ। ସେ ରାଜ୍ୟରେ ପ୍ରଥମେ ତାମ୍ର ପ୍ରସ୍ତର ଯୁଗର ସଭ୍ୟତା ଉପରେ ପ୍ରତ୍ନତାତ୍ତ୍ବିକ ଗବେଷଣା କରି ସଫଳତା ପାଇଥିଲେ। ଓଡ଼ିଶାର ସମସ୍ତ ଛୋଟବଡ଼ ସ୍ଥାପତ୍ୟକୁ ନେଇ ତାଙ୍କ ଦ୍ବାରା ସମ୍ପାଦିତ ‘ଫରଗଟନ୍‌ ମନୁମଣ୍ଟେ ଅଫ୍ ଓଡ଼ିଶା’ ପାଠକୀୟ ମହଲରେ ବେଶ ଆଦୃତ ହୋଇଥିଲା। ଓଡ଼ିଶାର ସାଂସ୍କୃତିକ ଇତିହାସ ଇଂରାଜୀ ସଂସ୍କରଣ ତାଙ୍କର ଅନ୍ୟତମ ଅନବଦ୍ୟ ସୃଷ୍ଟି। ଓଡ଼ିଶାର ବିଭିନ୍ନ ଐତିହ୍ୟସ୍ଥଳୀ ଓ ମନ୍ଦିରଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ସମ୍ପାଦିତ ହୋଇଥିଲା।

 

- Advertisement -

ସ୍ବର୍ଗତ ବିଜୟ କୁମାର ରଥଙ୍କ ବିୟୋଗରେ ପ୍ରତ୍ନତାତ୍ତ୍ବିକ ମହଲରେ ଶୋକର ଛାୟା ଖେଳି ଯାଇଛି। ଡ. ବିଜୟ କୁମାର ରଥଙ୍କ ପରଲୋକରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣର ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ ଡ.ଜୀବନ ପଟ୍ଟନାୟକ, ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରାଚୀନ ଭାରତ ସଂସ୍କୃତି ଇତିହାସ ଓ ପ୍ରତ୍ନତତ୍ତ୍ବ ବିଭାଗ ମୁଖ୍ୟ ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ, ପ୍ରତ୍ନତତ୍ତ୍ବବିତ ସୁନୀଲ ପଟ୍ଟନାୟକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories