www.samajalive.in
Monday, December 8, 2025
27.1 C
Bhubaneswar

୨ ପଞ୍ଚାୟତ ମଧ୍ୟରେ ସଲାସୁତରା! ତିନିତର ଘାଟ ନିଲାମ ପାଇଁ ତିନିଥର ବାତିଲ

ଆରଡି : ଭଦ୍ରକ ଜିଲା ଆରଡିଧାମରେ ଥିବା ବୈତରଣୀ ଓ ସାଳନ୍ଦୀ ନଦୀର ସଂଗମସ୍ଥଳରେ ଥିବା ତିନିତର ଘାଟର ନିଲାମ ପାଇଁ ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ପାଇଁ ଗତମାସ ୧୮, ଅଗଷ୍ଟ ୫ ଓ ୧୨ରେ ତିନିଟି ପ୍ରର୍ଯ୍ୟାୟରେ ନିଲାମ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ହେଲେ ତିନିତର ଘାଟ ଅଧିନରେ ଥିବା ଆରଡି ଓ ତେନ୍ତୁଲିଡିହ ପଞ୍ଚାୟତର ଅଧିକାରୀ ଓ ସରପଞ୍ଚଙ୍କ ସଲାସୁତରା ଯୋଗୁ ବିଭିନ୍ନ ଆଳ ଦେଖାଇ ନିଲାମ ଇସ୍ତାହାରକୁ ବାତିଲ କରିଥିବା ନିଲାମ ନେବାକୁ ଆସିଥିବା ବିଡରମାନେ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କର କହିବା ଅନୁଯାୟୀ ଦୀର୍ଘ ୪ବର୍ଷ ହେବ ୨ଟି ପଞ୍ଚାୟତର ଅଧିକାରୀ ଓ ସରପଞ୍ଚ ବିଭିନ୍ନ ଆଳ ଦେଖାଇ ନିଲାମ ପ୍ରକ୍ରିୟାକୁ ବାତିଲ କରିବା ସହ ଅନ୍ଧାରୀ ଭାବେ ନିଲାମ କରି ଲକ୍ଷାଧିକ ଟଙ୍କା ହରିଲୁଟ କରୁଛନ୍ତି। ଚଳିତବର୍ଷ ତିନିତର ଘାଟ ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତେନ୍ତୁଲିଡିହ, ଆରଡି, ମାଧପୁର, ପାଞ୍ଚପଡା ଆଦି ପଞ୍ଚାୟତର ୩୦ରୁ ଉର୍ଦ୍ଧ୍ବ ବିଡର ନିର୍ଦ୍ଧାରିତ ତାରିଖରେ ଆରଡି ପଞ୍ଚାୟତ କାର୍ଯ୍ୟାଳୟରେ ପହଁଚିଥିଲେ ମଧ୍ୟ କେତେବେଳେ ପଞ୍ଚାୟତ ଅଧିକାରୀ ଦେହ ଖରାପ କହି ଅନୁପସ୍ଥିତ ରହିଥିଲେ ତ ଆଉ କେତେବେଳେ ସରପଞ୍ଚ ରାଜନୈତିକ ଆଳ ଦେଖାଇ ଅନୁପସ୍ଥିତ ହେିଥିଲେ। ଏପରିକି ପଞ୍ଚାୟତ ନୋଡାଲ ଅଫିସର ବ୍ୟକ୍ତିଗତ କାରଣ ଦର୍ଶାଇ ତାରିଖ ପରେ ତାରିଖ ଘୁଞ୍ଚାଇଁ ନିର୍ଦ୍ଧାରିତ ଦିନକୁ ବାତିଲ କରିଥିବା ବିଡର ରାଜେନ୍ଦ୍ର ପ୍ରସାଦ ଦାସ, ଆଦିକନ୍ଦ ବେହେରା, ରମେଶ ମଲିକ, ରମାକାନ୍ତ ମଲିକ ପ୍ରମୁଖ ପ୍ରକାଶ କରିଛନ୍ତି। ଏପରି ଘଟଣା ଦୀର୍ଘ ୪ବର୍ଷ ହେବ କରାଯାଉଥିବା ବାବଦରେ ବ୍ଲକ ଓ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହେଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ବିଡରମାନେ ପ୍ରକାଶ କରିଛନ୍ତି। ଏପରିକି ଉକ୍ତ ଘାଟ ନିଲାମକୁ ଏକ ନିର୍ଦ୍ଧିଷ୍ଟ ଲୋକଙ୍କୁ ଦେଇ ଲକ୍ଷାଧିକ ଟଙ୍କା ହରିଲୁଟ କରୁଥିବା ଆଶାୟୀ ବିଡରମାନେ ପ୍ରକାଶ କରିଛନ୍ତି। ତିନିତର ଘାଟରେ ପାରି ହୋଇ ଦୈନଦିନ ଶତାଧିକ ପ୍ରର୍ଯ୍ୟଟକ ଆରଡିଧାମର ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଆସୁଥିବାବେଳେ ତହସିଲି ଓ ବ୍ଲକର କାର୍ଯ୍ୟ ପାଇଁ ୪ଟି ପଞ୍ଚାୟତର ଲୋକମାନେ ଯାତାୟତା କରିଥାନ୍ତି। ହେଲେ ପ୍ରଶାସନ ପକ୍ଷରୁ ଧ୍ୟାର୍ଯ୍ୟ ହୋଇଥିବା ଭଡା ଯାତ୍ରୀଙ୍କ ସୂଚନା ପାଇଁ କୈାଣସି ସ୍ଥାନରେ ମହାସୁଲ ତାଲିକା ଲାଗି ନଥିବାବେଳେ ଡଙ୍ଗାରେ ପାରି ହେଉଥିବା ୨ଚକିଆ ଯାନ ଓ ଲୋକଙ୍କ ଠାରୁ ଅଧିକ ଭଡା ନେଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ଅଭିଯୋଗକାରୀମାନେ ପ୍ରକାଶ କରିଛନ୍ତି। ପୂର୍ବରୁ ଏହି ଘାଟ ୧୦ଲକ୍ଷ ଟଙ୍କାରେ ନିଲାମ ହେଉଥିବାବେଳେ ଏବେ ଉଭୟ ପଞ୍ଚାୟତର ସଲାସୁତରା ଯୋଗୁ ବାର୍ଷିକ ୪ଲକ୍ଷ ଟଙ୍କାର ରସିଦ କାଟି ଅବଶିଷ୍ଟ ଟଙ୍କା ଚଳୁ କରୁଥିବା ବିଡରମାନେ ଚାନ୍ଦବାଲି ବିଡିଓଙ୍କ ନିକଟରେ ଅଭିଯୋଗ ଆଣିଥିବା ପ୍ରକାଶ କରିଛନ୍ତି। ଏପରି ଘଟଣା ସର୍ମ୍ପକରେ ଚାନ୍ଦବାଲି ବିଡିଓଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରୟା ମିଳିପାରିନାହିଁ। ଅନ୍ୟପଟେ ବ୍ଲକର ଜଣେ କର୍ମଚାରୀ ତାଙ୍କ ନାମ ଗୋପନ ରଖି କହିଥିଲେ କି ଆରଡି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଏପରି ଘଟଣା ବାବଦରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories