www.samajalive.in
Monday, December 8, 2025
27.1 C
Bhubaneswar

କଳାସଂସଦର ପଞ୍ଚମ ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ କଳାସଂସଦର ପଞ୍ଚମ ବାର୍ଷିକ ଉତ୍ସବ ସମାରୋହ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର ଯୋଗଦାନ କରିଥିଲେ । ଦୁନିଆର ସର୍ବଶ୍ରେଷ୍ଠ କଳାକାର ହେଉଛନ୍ତି ଶ୍ରୀଜଗନ୍ନାଥ । ଓଡ଼ିଶା ହେଉଛି କଳାର ରାଜ୍ୟ। ଉତ୍କଳୀୟମାନଙ୍କର କଳାର ପଟାନ୍ତର ନାହିଁ। କୁନି କୁନି କଳାକାରମାନଙ୍କ ପ୍ରତିଭାକୁ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ପ୍ରଶଂସା କରିଥିଲେ । ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମଙ୍ଗଳାଚରଣ, ଓଡ଼ିଶୀ, ସମ୍ବଲପୁରୀ ଓ ଲୋକନୃତ୍ୟ ପରିବେଷଣ କରାଯାଇଥିଲା । ସେହିପରି ସମ୍ମାନୀତ ଅତିଥି ଭାବେ ଜିଲାପରିଷଦ ସଭ୍ୟା ବିଷ୍ଣୁ ପ୍ରିୟା ବରାଳ, ସମିତି ସଭ୍ୟ ଦିପକ ଶତପଥୀ, ଶିକ୍ଷାବିତ ଅଶୋକ ପ୍ରଧାନ ପ୍ରମୁଖ ଉତ୍ସବରେ ଯୋଗଦେଇ ଥିଲେ । ଏହି ପରିପ୍ରେକ୍ଷୀରେ ନୃତ୍ୟଶିଳ୍ପୀ ସୀତା ପରିଡା, ବନିତା ସ୍ୱାଇଁ, ଅନନ୍ୟା ଦାଶ ଓ ଦେବସ୍ମିତା ଶତପଥୀ ପ୍ରମୁଖ ଓ ମର୍ଦ୍ଦଳବାଦକ ଓ ତବଲା ବାଦକଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଆଇନଜୀବୀ ଅଞ୍ଜନ କୁମାର ହୋତା ମଞ୍ଚ ପରିଚାଳନା କରିଥିବା ବେଳେ ଗୁରୁ ଭଜମନ ସାହୁ ସଂଯୋଜନା କରିଥିଲେ ।

Hot this week

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

Related Articles

Popular Categories