www.samajalive.in
Monday, December 8, 2025
17.1 C
Bhubaneswar

ବିଲରୁ ମା’-ପୁଅଙ୍କ ମୃତଦେହ ଉଦ୍ଧାର; ମୃତ୍ୟୁର କାରଣ ଅସ୍ପଷ୍ଟ

ଆନନ୍ଦପୁର: ନନ୍ଦୀପଦା ଥାନା ଯାବିନିପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ଏକ ବିଲ ମଧ୍ୟରୁ ସନ୍ଦେହ ଜନକ ଅବସ୍ଥାରେ ମା ଓ ପୁଅର ମୃତଦେହ ଜବତ କରାଯାଇଛି। ମୃତ ମା’ର ବୟସ ପ୍ରାୟ ୬୦ ବର୍ଷ ହେବ ବୋଲି ଅନୁମାନ କରାଯାଇଥିବା ବେଳେ ପୁଅର ବୟସ ୪୦ ହେବ ବୋଲି  କୁହାଯାଉଛି । ତାହା ସହ ସେମାନଙ୍କ ଘର ଆନନ୍ଦପୁର ଥାନାର ମନୋହରପୁର ଅଞ୍ଚଳରେ ବୋଲି ଜଣାପଡିଛି । ଆଜି ସକାଳୁ ଏ ସଂକ୍ରାନ୍ତରେ ଖବର ପାଇ ନନ୍ଦିପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ନିଜ ଘର ଠାରୁ ପ୍ରାୟ ୬୦  କି.ମି ଦୂରରେ ଉଭୟଙ୍କ ମୃତଦେହ ଜବତ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories