www.samajalive.in
Monday, December 8, 2025
27.1 C
Bhubaneswar

ରାସ୍ତା ପାର୍ଶ୍ବକୁ ଓଲଟିଲା କୁକୁଡ଼ା ବୋଝେଇ ପିକଅପ୍

ଅମର୍ଦ୍ଦାରୋଡ଼: ବାଲେଶ୍ବର ଜିଲ୍ଲା, ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ଭେଲୋରା ବାଇପାସ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ କୁକୁଡ଼ା ବୋଝେଇ ପିକଅପ୍ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଓଲଟି ଫଳରେ ଗାଡ଼ିଟି ଭାଙ୍ଗିରୁଜି ଚୁରମାର ହୋଇଯାଇଛି। ତେବେ ଏହି ଦୁର୍ଘଟଣାରେ ଚାଳକ ଓ ଖଲାସୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏକ ପିକଅପ ଭ୍ୟାନ୍ କୁକୁଡ଼ା ଭର୍ତ୍ତି କରି ବାଲେଶ୍ବର ପଟୁ ଜଳେଶ୍ବର ଅଭିମୁଖେ ଯାଉଥିଲା। ଏହି ସମୟରେ ଭୀଷଣ କୁହୁଡ଼ି ହୋଇଥିବାରୁ ପିକଅପଟି ବାଲେଶ୍ବର-ଜଳେଶ୍ବର ଜାତୀୟ ରାଜପଥର ଭେଲୋରା ନିକଟରେ ଥିବା ଡାଇଭର୍ସନଟିକୁ ପୂର୍ବାନୁମାନ କରି ନପାରି ସିଧା ରାସ୍ତାରେ ପଳାଇ ଯିବାରୁ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଓଲଟି ପଡ଼ିଥିଲା। ଚାଳକ ଓ ଖଲାସୀ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଗାଡ଼ିରେ ଥିବା ବ୍ରଏଲର କୁକୁଡ଼ା ଟ୍ରେ ସବୁ ରାସ୍ତାରେ ବିଛାଇ ହୋଇ ପଡ଼ିଯାଇଥିଲା। ଖବର ପାଇ ଜାତୀୟ ରାଜପଥ ପହରା ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ।ଅମର୍ଦ୍ଦାରୋଡ଼ ଫାଣ୍ଡି ଅଧିକାରୀ ସନ୍ଦୀପ କୁଜୁର ପହଞ୍ଚି ଦୁର୍ଘଟଣାଗ୍ରସ୍ତ ପିକଅପଟିକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories