www.samajalive.in
Monday, December 8, 2025
27.1 C
Bhubaneswar

ସୁନ୍ଦରଗଡ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଆମ ଓଡିଶା ନବୀନ ଓଡିଶାର ଶୁଭାରମ୍ଭ

ସୁନ୍ଦରଗଡର ୬ଟି ନିର୍ବାଚନମଣ୍ଡଳୀ ପାଇଁ ୧୩୯.୫୦ କୋଟି – ୩୦୧୬ ପ୍ରକଳ୍ପ
ଢେଙ୍କାନାଳର ୪ଟି ନିର୍ବାଚନ ମଣ୍ଡଳୀ ପାଇଁ ୧୦୬ କୋଟି – ୩୦୫୩ ପ୍ରକଳ୍ପ
ବୌଦ୍ଧର ୨ଟି ନିର୍ବାଚନ ମଣ୍ଡଳୀ ପାଇଁ ୩୪.୫୦ କୋଟି – ୧୧୫୯ ପ୍ରକଳ୍ପ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଆଭାସୀ ଯୋଗେ ବୁଧବାର ସୁନ୍ଦରଗଡ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଆମ ଓଡିଶା ନବୀନ ଓଡିଶା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ ସୁନ୍ଦରଗଡ ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀ (ସୁନ୍ଦରଗଡ, ତଳସରା, ବିରମିତ୍ରପୁର, ରଘୁନାଥପାଲି, ରାଜଗାଙ୍ଗପୁର ଓ ବଣେଇ)କୁ ମିଳିଛି ୧୩୯.୫୦ କୋଟି ଟଙ୍କା । ଏହିସବୁ ନିର୍ବାଚନ ମଣ୍ଡଳୀର ୧୭ଟି ବ୍ଲକ୍ ର ୨୭୯ଟି ଗ୍ରାମ ପଂଚାୟତରେ ୩୦୧୬ଟି ପ୍ରକଳ୍ପ ହେବ। ସେହିପରି ଢେଙ୍କାନାଳ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ (ଢେଙ୍କାନାଳ, କାମାକ୍ଷାନଗର, ପରଜଙ୍ଗ, ହିନ୍ଦୋଳ) ପାଇଁ ୧୦୬ କୋଟି ଟଙ୍କା ମଞ୍ଜୁର ହୋଇଛି । ଏଥିରେ ୮ଟି ବ୍ଲକର ୨୧୨ ଟି ଗ୍ରାମପଂଚାୟତରେ ୩୦୫୩ଟି ପ୍ରକଳ୍ପ କରାଯିବ। ସେହିପରି ବୌଦ୍ଧ ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀ (କଂଟାମାଳ, ବୌଦ୍ଧ )କୁ ମିଳିଛି ୩୪.୫୦ କୋଟି ଟଙ୍କା। ଏହିସବୁ ନିର୍ବାଚନମଣ୍ଡଳୀର ୩ଟି ବ୍ଲକର ୬୯ ଟି ଗ୍ରାମ ପଂଚାୟତରେ ୧୧୫୯ଟି ପ୍ରକଳ୍ପ ହେବ।
ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଂଚାଇବ । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଗାଁ ଗାଁରେ ଆଧୁନିକ ଓଡିଶାର ଭିତ୍ତି ସ୍ଥାପନ କରିବ। ଆମର ସୁଦୃଢ ସାଂସ୍କୃତିକ ଭିତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଂଚିବ ଏବଂ ଆମେ ନୂଆ ଓଡିଶା ନବୀନ ଓଡିଶା ଗଢିବା  ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସୁନ୍ଦରଗଡ ଜିଲ୍ଲା କାର୍ଯ୍ୟକ୍ରମରେ, ଶ୍ରୀ ପାଣ୍ଡିଆନ କହିଥିଲେ ଯେ ସୁନ୍ଦରଗଡ ଲୋକଙ୍କ ହକି ପ୍ରତି ପ୍ରବଳ ଉତ୍ସାହକୁ ମୁଖ୍ୟମନ୍ତ୍ରୀ ଭଲ ଭାବରେ ଅନୁଭବ କରିଛନ୍ତି । ସେମାନଙ୍କ ମନୋଭାବକୁ ସମ୍ମାନ ଜଣାଇ ସେ ସୁନ୍ଦରଗଡରେ ବିଶ୍ୱକପ ହକିର ଆୟୋଜନ କରିଥିଲେ ଏବଂ ଏଥିପାଇଁ ଏକ ସୁନ୍ଦର ଅନ୍ତର୍ଜାତୀୟ ମାନର ହକି ଷ୍ଟାଡିୟମ ନିର୍ମାଣ କରିଛନ୍ତି। ଏହି ଷ୍ଟାଡିୟମ ମଧ୍ୟ ରେକର୍ଡ ସମୟରେ ନିର୍ମାଣ ହୋଇଥିଲା। ହକିର ବିକାଶ ପାଇଁ ସୁନ୍ଦରଗଡର ପ୍ରତି ବ୍ଲକକୁ ଆଷ୍ଟ୍ରୋଟର୍ଫ ମଧ୍ୟ ଦେଇଛନ୍ତି ବୋଲି ସେ କହିଥିଲେ। ସୁନ୍ଦରଗଡ ଜିଲ୍ଲାର ୬ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୬୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୬୩.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।
ସେହିପରି ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨୭.୭୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । କାମକ୍ଷାନଗର ନିର୍ବାଚନ ମଣ୍ଡଳୀରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୧.୨୯ କୋଟି ଟଙ୍କା,  ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩.୫୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬.୯୪ କୋଟି ଟଙ୍କା ଓ ଢେଙ୍କାନାଳ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୫୯.୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।
ବୌଦ୍ଧ ଜିଲ୍ଲାର କଂଟାମାଳ ନିର୍ବାଚନ ମଣ୍ଡଳୀରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୧୨୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨.୮୭ କୋଟି ଟଙ୍କା ମଞ୍ଜୁର କରାଯାଇଛି।ଏହିପରି ବୌଦ୍ଧ ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୧୪୧.୮୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ। ୩ଟି ଜିଲ୍ଲାରେ ସମୁଦାୟ ୧୧୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୭୬୫.୦୩ କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶାରଦା ପ୍ରସାଦ ନାୟକ, ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ, ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଧାୟକ ସୁବ୍ରତ ତରାଇ, ବିଧାୟକ ସୁଧିର କୁମାର ସାମଲ, ବିଧାୟକ ଡ. ନୃସିଂହ ଚରଣ ସାହୁ, ବିଧାୟକ ମହେଶ ସାହୁ, ବିଧାୟକ ମହିଧର ରଣା, ସମେତ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଂଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories