www.samajalive.in
Monday, December 8, 2025
27.1 C
Bhubaneswar

ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ

ସମାଜ ଡିଜିଟାଲ ଡେସ୍କ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ। ତେଲଙ୍ଗାନା ହାଇକୋର୍ଟ ଶୁକ୍ରବାର ସନ୍ଧ୍ୟାରେ ଅଲ୍ଲୁଙ୍କ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ତଳ କୋର୍ଟ ଅଲ୍ଲୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।
ସୂଚନା ଅନୁସାରେ, ଗତ ୪ ତାରିଖ ରାତିରେ ହାଇଦ୍ରାବାଦର ସନ୍ଧ୍ୟା ସିନେମା ହଲରେ ବହୁ ପ୍ରତୀକ୍ଷିତ ପୁଷ୍ପା-୨ ଚଳଚ୍ଚିତ୍ରର ପ୍ରିମିୟର ଶୋ’ ଚାଲିଥିଲା। ଏହି ସମୟରେ ଶୋ’ ଦେଖିବାକୁ ବହୁ ଦର୍ଶକ ଭିଡ଼ ଜମାଇଥିଲେ। ତେବେ ଶୋ’ ଆରମ୍ଭ ହେବା ପୂର୍ବରୁ ରାତି ପ୍ରାୟ ୧୦ଟା ୩୦ରେ ଅଲ୍ଲୁ ଅର୍ଜୁନ ସେଠାରେ ପହଞ୍ଚିଥିଲେ। ଅଲ୍ଲୁଙ୍କୁ ଦେଖିବା ଲାଗି ଲୋକଙ୍କ ମଧ୍ୟରେ ହଠାତ ଠେଲାପେଲା ହେବାରୁ ଦଳାଚକଟା ଘଟିଥିଲା। ଏଥିରେ ରେବତୀ ନାମ୍ନୀ ଜଣେ ମହିଳା ପ୍ରାଣ ହରାଇଥିବାବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ଏହି ମାମଲାରେ ପୁଲିସ ଶୁକ୍ରବାର ଅଲ୍ଲୁଙ୍କୁ ତାଙ୍କ ବାସଭବନରୁ ଗିରଫ କରିବା ପରେ ନାମପଲ୍ଲୀ କୋର୍ଟରେ ହାଜର କରାଇଥିଲା। କିନ୍ତୁ ଅଲ୍ଲୁଙ୍କ ପକ୍ଷରୁ ହାଇକୋର୍ଟରେ ଜାମିନ ଆବେଦନ କରାଯାଇଥିଲା।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories