www.samajalive.in
Monday, December 8, 2025
27.1 C
Bhubaneswar

ଜାତୀୟ ଶିକ୍ଷାନୀତି ବାତିଲ୍ ଦାବିରେ ଅଖିଳ ଭାରତ ଛାତ୍ରସଂଘର ପ୍ରତିବାଦ

ଭୁବନେଶ୍ୱର:ମହାମାରୀ କରୋନାର ସୁଯୋଗ ନେଇ ସମସ୍ତ ଗଣତାନ୍ତ୍ରୀକ ପ୍ରକ୍ରିୟା ଓ ସଂଘୀୟ ବ୍ୟବସ୍ଥାକୁ ପଦଦଳିତ କରି ଜାତୀୟ ଶିକ୍ଷାନୀତି-୨୦୨୦କୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ ବିରୁଦ୍ଧରେ ଅଖିଳ ଭାରତ ଛାତ୍ରସଂଘ(ଏଆଇଏସ୍‍ଏଫ୍‍) ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଇଛି। ଏହି ଅବସରରେ ଛାତ୍ରସଂଘ ପକ୍ଷରୁ ଜାତୀୟ ଶିକ୍ଷାନୀତି ବାତିଲ୍ ପାଇଁ ଦାବି କର।।ଇଛି। ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆବର୍ଗକୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ,ଶିଶୁ ଶ୍ରମିକ ବୃଦ୍ଧି, ଛାତ୍ର ସଂସଦ ନିର୍ବାଚନ ବନ୍ଦ ଓ ଶିକ୍ଷାନୁଷ୍ଠାନକୁ କେବଳ ଶିକ୍ଷା ବ୍ୟବସାୟର ମାଧ୍ୟମ କରିବା ପାଇଁ ଏ ଶିକ୍ଷାନୀତି ଜରିଆରେ ସରକାରଙ୍କ କର୍ପୋରେଟ୍ ପ୍ରେମ ସ୍ପଷ୍ଟ ଜଣାପଡୁଥିବା ସଙ୍ଘର ଅଭିଯୋଗ। ଏଆଇଏସ୍ଏଫ୍ର ରାଜ୍ୟ ସଭାନେତ୍ରୀ ସଙ୍ଘମିତ୍ରା ଜେନା କହିଛନ୍ତି ଯେ କେବଳ ଶୈକ୍ଷିକ ସଂରଚନାରେ ପରିବର୍ତ୍ତନ କଲେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଏନି,ଏହା କେବଳ ଏକ କସମେଟିକ୍ ପରିବର୍ତ୍ତନ। ସଂସ୍କୃତ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇ ଇଂରାଜୀର ଗୁରୁତ୍ୱ ହ୍ରାସ କରିବା, ଷଷ୍ଠ ଶ୍ରେଣୀରୁ ଭୋକେସନାଲ୍ ଶିକ୍ଷା ଓ ଇନଟର୍ଣ୍ଣସିପ୍ ଆଦି ବହୁ ଶିକ୍ଷା ବିରୋଧି ଜାତୀୟ ଶିକ୍ଷାନୀତିରେ ଉଲ୍ଲେଖ ହୋଇଛି। ୧୦୦ଟି ବିଦେଶୀ ବିଶ୍ୱବିଦ୍ୟାଳୟ ଭାରତରେ ଶାଖା ଖୋଲିବା ଓ ଅନ୍ଲାଇନ୍ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯିବା ନିଷ୍ପତ୍ତି ଶିକ୍ଷାକୁ ସମ୍ପୂର୍ଣ୍ଣ ବଜାରରେ ପରିଣତ କରିବ। ଶିକ୍ଷାନୁଷ୍ଠାନମାନଙ୍କୁ ଫାଇନାନ୍ସିଆଲ୍ ଅଟୋନୋମି ଦିଆଯିବା ଅର୍ଥ ଫି’ ବୃଦ୍ଧି, ଶିକ୍ଷକଙ୍କ ଦରମା କାଟ୍ ଓ ସେଲ୍ଫଫାଇନାସ୍ ମଡେଲ୍ ଶିକ୍ଷାକୁ ଅଧିକ ପ୍ରୋତ୍ସାହିତ କରିବ। ୟୁଜିସି ବଦଳରେ ଗଠିତ ଏଚ୍ଇଜିସି ଶିକ୍ଷାନୁଷ୍ଠାନମାନଙ୍କୁ ଆର୍ôଥକ ଅନୁଦାନ ନଦେଇ ଋଣ ଦେବ, ଅର୍ଥାତ୍ ସେ ଅର୍ଥରାଶି ଶିକ୍ଷାନୁଷ୍ଠାନକୁ ଫେରାଇବାକୁ ବାଧ୍ୟ। ତେଣୁ ଏହା ସ୍ପଷ୍ଟ ଯେ ଟଙ୍କା ଦେଇ ଡିଗ୍ରୀ କିଣିବାବାର ବ୍ୟବସ୍ଥାକୁ ସରକାରୀ ନୀତି କରିଦିଆଯିବ। କେଜି ଠାରୁପିଜି ପର୍ପ୍ୟନ୍ତ ସମସ୍ତଙ୍କୁ ଏକ ପ୍ରକାର ଓ ବିଜ୍ଞାନ ସମ୍ମତ ଶିକ୍ଷାଦାନର ଦାୟିତ୍ୱ ସରକାର ବହନ କରିବା ସହ ଦେଶ ବିରୋଧି ଜାତୀୟ ଶିକ୍ଷାନୀତି-୨୦୨୦ ବାତିଲ୍ ପାଇଁ ଏଆଇଏସ୍ଏଫ୍ ପକ୍ଷରୁ ଦାବି କର।।ଇଛି। ଏହି ପ୍ରତିବାଦରେ କୁମାରୀ ରଶ୍ମୀ, ବିବେକ କୃଷ୍ଣା, ରବିନ୍ଦ୍ର ବାରିକ, ସୀମା ସ୍ୱାଇଁ, କୁମାରୀ ଜୟନ୍ତୀ ପ୍ରମୁଖ ୨୫ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାମିଲ୍ ହୋଇଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories