www.samajalive.in
Monday, December 8, 2025
27.1 C
Bhubaneswar

ମହିଳା ଅଧିକାରୀଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ବାୟୁସେନା ଅଧିକାରୀ ଗିରଫ

କୋଇମ୍ବାଟୁର: ମହିଳା ଅଧିକାରୀଙ୍କ ସହ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ବାୟୁସେନା ଅଧିକାରୀ। ଏଭଳି ଘଟଣା ଘଟିଛି ତାମିଲନାଡ଼ୁର କୋଇମ୍ବାଟୁର ଜିଲାରେ। କୋଇମ୍ବାଟୁର୍‍ ଏୟାରଫୋର୍ସ କଲେଜକୁ ତାଲିମ ପାଇଁ ଆସିଥିବା ବାୟୁସେନାର ଜଣେ ଲେଫ୍ଟନାଣ୍ଟ ଜଣେ ୨୯ ବର୍ଷୀୟ ମହିଳା ଅଧିକାରୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ଗାନ୍ଧିପୁର ଅଲ୍‍ ୱିମେନ୍‍ ପୁଲିସ ରବିବାର ଅଭିଯୁକ୍ତ ଲେଫ୍ଟନାଣ୍ଟଙ୍କୁ ଗିରଫ କରିଛି।

ପୁଲିସ ସୂଚନା ମୁତାବକ, ଅଗଷ୍ଟ ମାସରେ ସାରା ଭାରତରୁ କୋଇମ୍ବାଟୁର ଏୟରଫୋର୍ସ କଲେଜରେ ତାଲିିମ ପାଇଁ ୩୦ ଏୟାରଫୋର୍ସ ଅଧିକାରୀ ପହଞ୍ଚିଥିଲେ। ୨୯ ବର୍ଷୀୟ ମହିଳା ବାୟୁସେନା ଅଧିକାରୀଙ୍କ କହିବାନୁସାରେ, ସେପ୍ଟେମ୍ବର ୧୦ରେ ବାସ୍କେଟବଲ ଖେଳୁଥିବାବେଳେ ତାଙ୍କ ଗୋଡ଼ରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପରେ ସେ ଔଷଧ ଖାଇ ଶୋଇବାକୁ ଯାଇଥିଲେ। ତେବେ ମଧ୍ୟରାତ୍ରିରେ ତାଙ୍କ ଆଖି ଖୋଲିଲା ପରେ ସେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ। ତାଙ୍କ ଦେହରେ କୌଣସି ପୋଷାକ ନଥିବା ସେ ଦେଖିବାକୁ ପାଇଥିଲେ। ଅଭିଯୁକ୍ତ ଅଧିକାରୀ ମଧ୍ୟ ତାଙ୍କ ପାଖରେ ବିବସ୍ତ୍ର ହୋଇ ପଡ଼ି ରହିଥିଲେ। ଏହାପରେ ତାଙ୍କ ସହ ସେ ଦୁଷ୍କର୍ମ କରିଥିବା ନେଇ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ବରିଷ୍ଠ ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ। ତେଣୁ ସେ ବାଧ୍ୟ ହୋଇ କୋଇମ୍ବାଟୁର ସିଟି ପୁଲିସ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ ପରେ ବାୟୁସେନା ଲେଫ୍ଟନାଣ୍ଟଙ୍କୁ ଗିରଫ କରାଯାଇଛି।

- Advertisement -

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories