www.samajalive.in
Monday, December 8, 2025
20.1 C
Bhubaneswar

ବିମାନ ଦୁର୍ଘଟଣାରେ ଟାର୍ଜନ ଅଭିନେତା ଜୋ ଲାରାଙ୍କ ଦେହାନ୍ତ, ପତ୍ନୀ ସମେତ ଅନ୍ୟ ୫ ମୃତ

ମୁମ୍ବଇ: ୧୯୯୦ ଦଶକରେ ଟାର୍ଜନ ଟେଲିଭିଜନ ସିରିଜରେ ଟାର୍ଜନର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତା ୱିଲିୟମ ଜୋସେଫ ଲାରା ଓରଫ ଜୋ ଲାରା ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଶନିବାର ଘଟିଥିବା ଏହି ଦୁର୍ଘଟଣାରେ ୫୮ ବର୍ଷୀୟ ଜୋଙ୍କ ପତ୍ନୀ ଗ୍ବେନ୍‌ ଲାରାଙ୍କ ସମେତ ଅନ୍ୟ ୫ ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ଜୋଙ୍କ ସମେତ ଅନ୍ୟ ୬ ଜଣ ଏକ ଛୋଟ ବିମାନରେ ଯାତ୍ରା କରୁଥିଲେ। ତେବେ କୌଣସି କାରଣରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ନାଶଭିଲେ ନିକଟ ନେଟେସ ହ୍ରଦରେ ଖସିପଡ଼ିଥିଲା। ପୁଲିସ ଘଟଣାର ତଦନ୍ତ ଚଳାଇଛି। ଜୋ ଏବଂ ବିମାନରେ ଥିବା ଅନ୍ୟ ୬ ଜଣଙ୍କ ମୃତଦେହକୁ ପୁଲିସ ସନ୍ଧାନ କରୁଛି। ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିଚୟ ଶନିବାର ଜାରି କରାଯାଇଥିଲା। ମୃତକମାନେ ହେଲେ ବ୍ରାଣ୍ଡନ ହାନା, ଗ୍ବେନ ଏସ ଲାରା, ୱିଲିୟମ ଜୋ ଲାରା, ଡେଭିଡ ଏଲ ମାର୍ଟିନ, ଜେନିଫର ଜେ ମାର୍ଟିନ, ଜେସିକା ୱାଲ୍ଟର୍ସ ଏବଂ ଜୋନାଥନ ଭଲ୍ଟର୍ସ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories