www.samajalive.in
Saturday, December 6, 2025
23.1 C
Bhubaneswar

ଓସ୍କାର ବିଜୟୀ ଅଭିନେତା ଜେନି ହ୍ୟାକମ୍ୟାନ ଓ ପତ୍ନୀଙ୍କ ମୃତ୍ୟୁ, ଘରୁ ମିଳିଲା ମୃତଦେହ

ସମାଜ ଡିଜିଟାଲ ଡେସ୍କ: ଓସ୍କାର ବିଜୟୀ ଅଭିନେତା ଜେନି ହ୍ୟାକମ୍ୟାନ(୯୫)ଙ୍କ ମୃତ୍ୟୁ ଘଟିଛି। ଜେନିଙ୍କ ସମେତ ତାଙ୍କ ପତ୍ନୀ ବେଟସୀ ଅରାକାୱାଙ୍କ ମୃତଦେହକୁ ପୁଲିସ ନ୍ୟୁ ମେକ୍ସିକୋର ସାଣ୍ଟା ଫେ’ସ୍ଥିତ ସେମାନଙ୍କ ଘରୁ ବୁଧବାର ଜବତ କରିଛି। ସେମାନଙ୍କ ମୃତ୍ୟୁର କାରଣ କ’ଣ ଏବଂ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ତାହା ଜଣାପଡ଼ିନାହିଁ। ଶରୀରରେ କୌଣସି ପ୍ରକାର କ୍ଷତ ଚିହ୍ନ ନ ଥିବାରୁ ଉଭୟଙ୍କ ମୃତ୍ୟୁକୁ ନେଇ ପୁଲିସ ଦ୍ବନ୍ଦ୍ବରେ ରହିଛି। ଅନ୍ୟପଟେ ଜେନିଙ୍କ ମୃତ୍ୟୁ ଫେବୃୟାରୀ ୧୭ରେ ହୋଇଥିବା କୁହାଯାଇଛି। ଜେନିଙ୍କଠାରେ ଲାଗିଥିବା ପେସମେକରରୁ ଏହା ସ୍ପଷ୍ଟ ହୋଇଛି। ଫେବୃୟାରୀ ୧୭ରେ ହିଁ ପେସମେକର ଶେଷ ଥର ପାଇଁ କାର୍ଯ୍ୟକ୍ଷମ ଥିଲା।

ଏହି ଦମ୍ପତି ଅତ୍ୟନ୍ତ ଗୋପନୀୟ ଜୀବନଯାପନ କରୁଥିଲେ। ତେଣୁ ଉଭୟଙ୍କ ମୃତ୍ୟୁ ବିଷୟରେ କେହି ଜାଣିପାରି ନ ଥିଲେ। ଜଣେ ମେଣ୍ଟେନାନ୍ସ କର୍ମଚାରୀ ଗତ ବୁଧବାର ଜେନି ରହୁଥିବା ଘର ସଫା କରିବାକୁ ଆସିଥିଲେ। କିନ୍ତୁ ସେ ଅନେକ ସମୟ ଧରି ଜେନିଙ୍କୁ ଦେଖିବାକୁ ପାଇ ନ ଥିଲେ। ଗୋଟିଏ କୋଠରୀ ଭିତରପଟୁ ବନ୍ଦ ରହିଥିଲା, ଯାହା ତାଙ୍କୁ ସନ୍ଦେହରେ ପକାଇଥିଲା। ତେଣୁ ସେ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ଉକ୍ତ କୋଠରୀ ଖୋଲିବା ପରେ ଜେନି ଏବଂ ତାଙ୍କ ପତ୍ନୀଙ୍କ ମୃତ୍ୟୁ ସାମ୍ନାକୁ ଆସିଥିଲା। ସୂଚନାଯୋଗ୍ୟ, ଜେନି ୮୦ ଓ ୯୦ ଦଶକରେ ଜଣେ ଖ୍ୟାତନାମା ଅଭିନେତା ଭାବେ ଲୋକପ୍ରିୟତା ହାସଲ କରିଥିଲେ। ସେ ଦୁଇ ଥର ଓସ୍କାର ପୁରସ୍କାର ବିଜୟୀ ହୋଇଛନ୍ତି। ୧୯୭୧ ମସିହାର ‘ଦ ଫ୍ରେଞ୍ଚ କନେକ୍ସନ’ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ୧୯୯୨ ମସିହାର ‘ଅନଫରଗିଭେନ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ସହକାରୀ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories