www.samajalive.in
Thursday, December 11, 2025
23.1 C
Bhubaneswar

ବୃଦ୍ଧାଙ୍କୁ ପିଟିଲା ବାଇକ୍ : ବୃଦ୍ଧା ସହ ବାଇକ୍ ଚାଳକ ଗୁରୁତର

ରେଙ୍ଗାଲିକ୍ୟାମ୍ପ : ଆଜି ସକାଳ ପ୍ରାୟ ୮ ସମୟରେ ଅତାବିରା ଏନ୍‌ଏସି ଅନ୍ତର୍ଗତ ଲାଦେରପାଲି ମେତାକାନି ମନ୍ଦିର ସମ୍ମୁଖରେ ଏକ ବାଇକ୍ ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇ ବୁର୍ଲାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଲlଦେରପାଲି ଟିକ୍ରା ପଡ଼ାର ଚିନିପlଣି ବାଦୀ(୭୫) ମେଟlକାନୀ ମନ୍ଦିର ପାର୍ଶ୍ବରେ ଥିବା ଏକ ପାଣି କଳରୁ ପାଣି ନେଇ ରାସ୍ତା ପାରି ହେଉଥିବା ସମୟରେ ସମ୍ବଲପୁର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ ବାଇକ୍ (ନଂ ଓ ଡି ୧୭ ଏମ୍ ୦୪୨୬) ଧକ୍କା ଦେବା ଫଳରେ ବୃଦ୍ଧା ଜଣକ ଛିଟିକି ପଡିଯାଇଥିଲେ। ତାଙ୍କର ବାମ ହାତ ଭାଙ୍ଗିଯିବା ସହ ଗୁରୁତର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ଚିକିତ୍ସା ପାଇଁ ବୁର୍ଲାକୁ ପଠାଇଥିଲେ । ବାଇକ୍ ପଛପଟେ ବସିଥିବା ଯୁବତୀ ଜଣକ ସାମାନ୍ୟ ଆଘାତ ପାଇ ଅଳ୍ପକେ ବର୍ତ୍ତିଯାଇଥିଲେ। ଉଭୟ ବାଇକ୍ ଚାଳକ ଓ ବୃଦ୍ଧାଙ୍କ ଅବସ୍ଥା ଏବେ ବି ଗୁରୁତର ଥିବା ଜଣାପଡିଛି।

Hot this week

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

Related Articles

Popular Categories