ନୟାଗଡ : ନୟାଗଡ ଜିଲା ଅନ୍ତର୍ଗତ ଖଣ୍ଡପଡା ନିକଟରେ ବୁଧବାର ଏକ ମିନି ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ଏଥିରେ ଟ୍ରକର ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ହେଲପର ଆହତ ହୋଇଛନ୍ତି। ଟ୍ରକଟି ଓଲଟି ପଡିବାରୁ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ ହୋଇଛି। ଘଟଣା ବିଷୟରେ ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କରିଛନ୍ତି। ଉକ୍ତ ଟ୍ରକରେ ଇଟା ବୋଝେଇ ହୋଇ ନୟାଗଡରୁ ଖଣ୍ଡପଡା ଯାଉଥିଲା ବୋଲି ସୂଚନା ମିଳିଛି।
Popular Categories



