www.samajalive.in
Monday, December 8, 2025
20.1 C
Bhubaneswar

ତେଲ ଟ୍ୟାଙ୍କର ଧକ୍କାରେ ଟ୍ରକ ଦୁର୍ଘଟଣାଗ୍ରସ୍ତ

ହରଭଙ୍ଗା: ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଚାରିଛକ ପାନ୍ଥନୀବାସ ସମ୍ମୁଖରେ ସୋମବାର ବିଳମ୍ବିତ ରାତିରେ ତେଲ ଟ୍ୟାଙ୍କର ଧକ୍କାରେ ଏକ ଆଇଚର ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ ଗାଡିରେ କେହି ନ ଥିବାରୁ ଏକ ନିଶ୍ଚିତ ଦୁର୍ଘଟଣାରୁ ଟ୍ରକ ଡ୍ରାଇଭର ବର୍ତ୍ତି ଯାଇଥିବା ଜଣାପଡିଛି।

ସୂଚନାମତେ, ଗତକାଲି ରାତିରେ ଚାରିଛକ ପାନ୍ଥନୀବାସ ସମ୍ମୁଖରେ ଏକ ମାଲବୋଝେଇ ଆଇଚର ଟ୍ରକ ଛିଡାହୋଇଥିଲା। ଏହି ସମୟରେ ବୌଦ୍ଧପଟୁ ପାରାଦ୍ୱୀପ ଯାଉଥିବା ଏକ ତେଲ ଟ୍ୟାଙ୍କର ଗାଡି ନଂ ଓଡି୦୫ ଡବ୍ଲ୍ୟୁ ୨୫୪୯ ପଛପଟୁ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାତଳକୁ ଖସି ଏକ ଗଛରେ ବାଡେଇ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୁରୁଣାକଟକ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

- Advertisement -

 

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories