www.samajalive.in
Monday, December 8, 2025
20.1 C
Bhubaneswar

ବିଶ୍ୱ ପର୍ଯ୍ୟଟନ ଦିବସ : ଜାଣନ୍ତୁ ଲକଡାଉନରେ ଦିଲ୍ଲୀର ସୌନ୍ଦର୍ଯ୍ୟ ଓ କିଛି ପ୍ରସିଦ୍ଧ ସ୍ଥାନ

ଦିଲ୍ଲୀ ନା କେବଳ ଭାରତର ରାଜଧାନୀ ବରଂ ଏହା ହଜାର ହଜାର ବର୍ଷ ପୂର୍ବ ଇତିହାସ ଓ ସ୍ଥାପତ୍ୟ କଳାର କେନ୍ଦ୍ର ମଧ୍ୟ। ଏଠାରେ ଇଂରେଜ ଓ ମୋଗଲମାନଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଏଭଳି କିଛି ଅଟ୍ଟାଳିକା ରହିଛି ଯାହାକୁ ଦେଖିବାକୁ କେବଳ ଭାରତୀୟ ନୁହେଁ ବରଂ ବିଦେଶୀ ମଧ୍ୟ ଆସିଥାଆନ୍ତି। ଏଠାରେ ଦେଶର କୋଣ ଅନୁକୋଣରୁ ମିଳୁଥିବା ଖାଦ୍ୟପେୟ, ପୋଷାକ ଖୁବ ସହଜରେ ମିଳିଥାଏ।
ସେହିପରି ଚାନ୍ଦନୀଚୌକର ଭିଡ଼ ଗଳିମାନଙ୍କରେ ଦେଶୀ ଘିଅର ପରଟା, କଚୋଡ଼ି, ଜିଲାପି, ରସୋଗଲା, ପ୍ରସ୍ତୁତ ହେଉଥିବା ଦେଖିବାକୁ ମାତ୍ରେ ଆପଣ ନଖାଇ ନିଜକୁ ରୋକି ପାରିବେ ନାହିଁ। ଏହାସହ ଏଠାରେ ବହୁ ପ୍ରାଚୀନ ଭବ୍ୟ ମନ୍ଦିର , ବିଶାଳ ଚର୍ଚ୍ଚ, ଆକର୍ଷଣୀୟ ଗୁରୁଦ୍ୱାର, ଅନେକ ମସଜିଦ, ମଧ୍ୟ ରହିଛି।
ଦିଲ୍ଲୀ ଏକ ଏପରି ସ୍ଥାନ ଯେଉଁଠାରେ ସମ୍ପୂର୍ଣ୍ଣ ଭାରତର ସଂସ୍କୃତିର ମିଶ୍ରଣ ଦେଖିବାକୁ ମିଳେ।
ବର୍ତ୍ତମାନ କରୋନା ମହାମାରୀ କାରଣରୁ ପ୍ରାୟ ୫ ରୁ ୬ ମାସ ହେବ ସମସ୍ତ ପର୍ଯ୍ୟଟନସ୍ଥଳୀ ଓ ପ୍ରସିଦ୍ଧ ସ୍ଥାନ ବନ୍ଦ ରହିଛି। ମାତ୍ର ସମସ୍ତ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ରକ୍ଷଣାବେକ୍ଷଣା ପାଇଁ ଓ ସ୍ୱଚ୍ଛତା ପାଇଁ ପ୍ରଶାସନ ନିଜର ଦାୟିତ୍ୱକୁ ବେଶ ଭଲ ଭାବେ ତୁଳାଇଛି। ଲକଡ଼ାଉଡ଼ ରେ ଯେପରି ଦିଲ୍ଲୀର ସମସ୍ତ ପର୍ଯ୍ୟଟନସ୍ଥଳୀ ସୁନ୍ଦର ହୋଇଯାଇଛି। ବର୍ଷା ଋତୁ ଏହି ପ୍ରାକୃତିକ ସୁନ୍ଦରତାକୁ ବୃଦ୍ଧି କରିବା ପାଇଁ ବେଶ ସହଯୋଗ କରିଛି। ପର୍ଯ୍ୟଟନସ୍ଥଳୀ ପୂର୍ବ ଅପେକ୍ଷା ଅଧିକ ଶସ୍ୟଶ୍ୟାମଳା ହୋଇ ଉଠିଛି। ଏଠାରେ ଫୁଲ ସଂଖ୍ୟ ମଧ୍ୟ ବୃଦ୍ଧି ପାଇଛି।
ଦିଲ୍ଲୀ ଭାରତର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ । ରାଜଧାନୀ ହୋଇଥିବା କାରଣରୁ ଏଠାରେ ଭାରତ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, ରାଷ୍ଟ୍ରପତି ଭବନ, ସଂସଦ ଭବନ, ଆଦି ରହିଛି। ଯାହାର ନିର୍ମାଣ ଶୈଳୀ ଖୁବ ଉଚ୍ଚ କୋଟରୀର। ପ୍ରାଚୀନ ନଗର ହୋଇଥିବାରୁ ଏହାର ବହୁ ଐତିହାସିକ ମହତ୍ତ୍ୱ ମଧ୍ୟ ରହିଛି। ପୌରାଣିକ ଦୃଷ୍ଟି କୋଣରୁ ବହୁ ବିଶ୍ୱପ୍ରସିଦ୍ଧ ଅଟ୍ଟାଳିକା ଓ ଅନ୍ୟାନ୍ୟ ସ୍ଥାନ ଏଠାକାର ଆକର୍ଷଣ ବିନ୍ଦୁ ପାଲଟିଛି। ଏତଦ ବ୍ୟତୀତ ଲକ୍ଷ୍ମୀନାରାୟଣ ମନ୍ଦିର, ଛତ୍ରପୁର ମନ୍ଦିର, ଭଳି ବହୁ ମନ୍ଦିର ଓ ପ୍ରସିଦ୍ଧ ସ୍ଥାନ ମଧ୍ୟ ରହିଛି।
କୁହାଯାଏ ଏଠାରେ ଅତିଥି ମାନଙ୍କର ଖୁବ ଧ୍ୟାନ ରଖାଯାଇଥାଏ। ଦିଲ୍ଲୀ ପହଞ୍ଚିବା ମାତ୍ରେ ଆପଣଙ୍କୁ ଏକ ଋଙ୍ଗୀନ ଦୁନିଆରେ ପାଦ ଦେବା ଭଳି ମନେ ହେବ। ମୋଟ୍ରା ଟ୍ରେନରେ ଭ୍ରମଣ, ଖୁବ ମଜା ଲାଗିଥାଏ।
ପଞ୍ଜାବୀ ଓ ମୁଗଲଇ ଖାଦ୍ୟପେୟ ଯେପରି କବାବ, ବିରିୟାନୀ, ବେଶ ପ୍ରସିଦ୍ଧ। ଅଧିକ ମିଶ୍ରିତ ଜନସଂଖ୍ୟା ହେତୁ ଏଠାରେ ଭାରତର ବିଭିନ୍ନ ସ୍ଥାନର ଖାଦ୍ୟପେୟ ମିଳିଥାଏ। ଯେପରି ରାଜସ୍ଥାନୀ, ମରାଠୀ, ବଙ୍ଗାଳୀ, ହାଇଦ୍ରାବଦୀ, ଦକ୍ଷିଣ ଭାରତର ବିଭିନ୍ନ ଖାଦ୍ୟ ଇଟିଲି, ସାମ୍ବର, ଦୋସା ମଧ୍ୟ ମିଳିଥାଏ। ଏହାସହ ଉତ୍ତର ଭାରତର ସ୍ୱାଦିଷ୍ଟ ଖାଦ୍ୟପେୟ ମଧ୍ୟ ମିଳିଥାଏ।

 

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories