www.samajalive.in
Monday, December 8, 2025
27.1 C
Bhubaneswar

୨ଦିନିଆ ରିମାଣ୍ଡ ଅବଧି ଶେଷ ; ଜାମିନ ନାମାଞ୍ଜୁର ପରେ ଜେଲ ଗଲେ ଅଭିଜିତ

କୋଣାର୍କ : ପୋଲିସ ରିମାଣ୍ଡରେ କୋଣାର୍କ ଆସିଥିବା ଅଭିଜିତ ଆୟାର ମିତ୍ରଙ୍କ ୨ଦିନିଆ ରିମାଣ୍ଡ ଶେଷ ହୋଇଛି। ଜାମିନ ନାମଞ୍ଜୁର ପରେ ଅଭିଜିତ ଆୟାରଙ୍କୁ ଝାରପଡା ଜେଲ ପଠାଇଦିଆଯାଇଛି। କୋଣାର୍କ ସୂର୍ୟ୍ୟ ମନ୍ଦିର ପ୍ରତି ଅରୁଚିକର ଓ ସଂସ୍କୃତି ଵିରୋଧି ମନ୍ତବ୍ୟ ଘଟଣାରେ କୋଣାର୍କ ଥାନାରେ ହୋଇଥିବା ମାମଲାରେ ଗତ ଗୁରୁବାର ପୋଲିସ ଅଭିଜିତ ଆୟାର ମିତ୍ର ଙ୍କୁ ୨ଦିନିଆ ରିମାଣ୍ଡରେ କୋଣାର୍କ ଥାନା ପୋଲିସ ଆଣିଥିଲା । କେଉଁ ପରିସ୍ଥିତିରେ ପଡି ସେ ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରା ପ୍ରତି ଏଭଳି ଅରୁଚିକର ଓ ସଂସ୍କୃତି ଵିରୋଧି ମନ୍ତବ୍ୟ ଦେଇଥିଲେ ତାହାର ଛାନଭିନ ଜେରା କୋଣାର୍କ ପୋଲିସ କରିଥିଲା । ଏହି ଘଟଣାରେ ଆୟାରଙ୍କୁ ଜେରା କରାଯିବା ପରେ ଆୟାର ମିତ୍ର ଙ୍କୁ ରଵିଵାର ଦିନ ୧୨ଟାରେ କୋଣାର୍କ ପ୍ରଥମ ଶ୍ରେଣୀୟ ଵିଚାରଵିଭାଗୀୟ ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯାଇଥିଲା। ପରେ ଵିଚାରପତି ଦେଶପ୍ରିୟ ବାରିକ ଆୟାର ମିତ୍ରଙ୍କ ଵୟାନ ରେକର୍ଡ କରିଥିଲେ। ତେବେ ଆୟାର ମିତ୍ରଙ୍କ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଝାରପଡା ଜେଲ ହାଜତକୁ ପଠାଇ ଦିଆଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories