ଆଶା କର୍ମୀଙ୍କ ସହାୟତା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ଆଶାକର୍ମୀମାନଙ୍କ ସହାୟତା ପ୍ୟାକେଜକୁ ମଞ୍ଜୁର କରିଛନ୍ତି। ଏହି ପ୍ୟାକେଜ ଅକ୍ଟୋବର ୨୦୧୮ ଠାରୁ ଲାଗୁ ହେବ ଏବଂ ଏହାକୁ ଦୁଇଟି ଭିନ୍ନ ଭିନ୍ନ ଉପାଦାନ ଅଧୀନରେ ନଭେମ୍ବର ୨୦୧୮ ଠାରୁ ପ୍ରଦାନ କରାଯିବ।
୧. ଏହି ପ୍ୟାକେଜର ହିତାଧିକାରୀ ଭାବେ ସମସ୍ତ ଆଶା କର୍ମୀ ଏବଂ ଆଶା ସହାୟିକାମାନଙ୍କୁ ନାମାଙ୍କନ କରାଯିବ, ଯେଉଁମାନେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ନାମରେ ଭାରତ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା ଲାଗି ସମସ୍ତ ଯୋଗ୍ୟତା ପୂରଣ କରୁଛନ୍ତି।
୨. ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ଆଶାକର୍ମୀମାନଙ୍କୁ ମିଳୁଥିବା ନିୟମିତ ଅର୍ଥରାଶି ଏବଂ ପ୍ରୋତ୍ସାହନ ରାଶିକୁ ୧ ହଜାର ଟଙ୍କାରୁ ବୃଦ୍ଧି କରାଯାଇ ୨ହଜାର ଟଙ୍କା ମାସିକ କରି ଦିଆଯାଇଛି। ଏହି ପ୍ୟାକେଜ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୮-୧୯ ଏବଂ ୨୦୧୯-୨୦ର ଅବଧିରେ ପ୍ରଦାନ କରାଯିବାକୁ ଥିବା ରାଶିର ପରିମାଣ ୧,୨୨୪.୯୭ କୋଟି ଟଙ୍କା ହେବ।
ହିତାଧିକାରୀଙ୍କ ସଂଖ୍ୟା ୧. ଆନୁମାନିକ ଏକ କୋଟି ୫ ଲକ୍ଷ ୩୬ ହଜାର ୭୦୧ ଜଣ ଆଶା କର୍ମୀ ଏବଂ ଆଶା ସହାୟିକା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ପରିସର ମଧ୍ୟରେ ଆସିବେ। ୨. ଆନୁମାନିକ ୯ ଲକ୍ଷ ୫୭ ଜହାର ତିନି ଶହ ତିନି ଜଣ ଆଶାକର୍ମୀ ଏବଂ ଆଶା ସହାୟିକାମାନଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାର ଲାଭ ମିଳିବ। ଆନୁମାନିକ ଦଶ ଲକ୍ଷ ୨୨ ହଜାର ୨୬୫ ଆଶା କର୍ମୀଙ୍କୁ ନିୟମିତ କାର୍ଯ୍ୟକଳାପ ଲାଗି ବର୍ତମାନର ୧ ହଜାର ଟଙ୍କା ସ୍ଥାନରେ ସର୍ବନିମ୍ନ ଦୁଇ ହଜାର ଟଙ୍କା ମାସିକ ଦିଆଯିବ।
ବିବରଣୀ :- ୧). ଆଶା କର୍ମୀ ଏବଂ ଆଶା ସହାୟିକାମାନେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାର ହିତାଧିକାରୀ ହେବେ। ଯୋଜନା ଲାଗି ନିର୍ଦ୍ଧାରିତ ସର୍ତାବଳୀ ମୁତାବକ ଏହାର ଲାଭ ୧୮ରୁ ୭୦ ବର୍ଷର ଆୟୁବିଶିଷ୍ଟ ମହିଳାମାନେ ନେଇପାରିବେ। ବୀମାର ଅଧିକ ୧ ବର୍ଷର (୧ ଜୁନ ୩୧ ମେ) ହେବ। ବୀମା ଅନ୍ତର୍ଗତ ମିଳୁଥିବା ଲାଭ୧. ଦୁର୍ଘଟଣାରେ ମୃତ୍ୟୁବରଣ କଲେ ୨ ଲକ୍ଷ ଟଙ୍କାର ପ୍ରାପ୍ୟ ପ୍ରଦାନ।
୨. ଦୁଇ ଆଖି, ଦୁଇ ହାତ, ଦୁଇ ପାଦ କିମ୍ବା ଗୋଟିଏ ହାତ ଏବଂ ଗୋଟି ପାଦ ସମ୍ପୂର୍ଣ୍ଣ ଭାବେ ଖରାପ ହୋଇଗଲେ ଅଥବା ଗୋଟିଏ ଆଖିର ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ଭାବେ ଚାଲିଯିବାର ସ୍ଥିତିରେ ଦୁଇ ଲକ୍ଷ ଟଙ୍କାର ପରିଶୋଧ।
୩. ଗୋଟିଏ ଆଖିର ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଗଲେ କିମ୍ବା ଗୋଟିଏ ପାଦ ଏବଂ ଗୋଟିଏ ହାତ ସମ୍ପୂର୍ଣ୍ଣ ଭାବେ ଖରାପ ହୋଇଯିବାର ସ୍ଥିତିରେ ୧ ଲକ୍ଷ ଟଙ୍କାର ପରିଶୋଧ। କେନ୍ଦ୍ର ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କ ପ୍ରତି ୧୨ ଟଙ୍କାର ପ୍ରିମିୟମ ରାଶି ବାର୍ଷିକ ଦିଆଯିବ। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ଦୁର୍ଘଟଣା ବୀମା)ର ଲାଭ ୧୮ରୁ ୫୦ ବର୍ଷର ଆୟୁର ସେହି ଆଶାକର୍ମୀମାନଙ୍କୁ ଏବଂ ଆଶା ସହାୟିକମାନଙ୍କୁ ମିଳିବ, ଯେଉଁମାନେ ଏଥିପାଇଁ ସମସ୍ତ ଯୋଗ୍ୟତା ପୂରଣ କରୁଛନ୍ତି। ଏହି ଯୋଜନା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ବାର୍ଷିକ ହାରାହାରୀ ୩୩୦ ଟଙ୍କାର ପ୍ରିମିୟମ ରାଶି ପ୍ରଦାନ କରାଯିବ। ବୀମା କଭରର ଅବଧି ୧ ଜୁନ ଠାରୁ ୩୧ ମେ ପର୍ଯ୍ୟନ୍ତ ଗୋଟିଏ ବର୍ଷର ହେବ। କୌଣସି କାରଣବଶତଃ ମୃତ୍ୟୁ ହୋଇଗଲେ ହିତାଧିକାରୀମାନଙ୍କୁ ଦୁଇ ଲକ୍ଷ ଟଙ୍କା ପ୍ରାପ୍ୟ ପଇଠ କରାଯିବ। ଆଶା କର୍ମୀମାନଙ୍କୁ ନିୟମିତ କାର୍ଯ୍ୟ ଲାଗି ମାସିକ ବର୍ତମାନର ୧ ହଜାର ଟଙ୍କା ସ୍ଥାନରେ ୨ ହଜାର ଟଙ୍କା ପ୍ରଦାନ କରାଯିବ। ଏହି ଅର୍ଥରାଶି କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ଅନୁମୋଦିତ କାର୍ଯ୍ୟ ସମ୍ପାଦନ ଆଧାରିତ ପ୍ରୋତ୍ସାହନ ରାଶି ଅତିରିକ୍ତ ହେବ।
କାର୍ଯ୍ୟାନ୍ୱୟନ ନୀତି ଏବଂ ଲକ୍ଷ୍ୟ ୧. ଆଶା ହିତାଧିକାରୀ ପ୍ୟାକେଜର କାର୍ଯ୍ୟାନ୍ୱୟନ ଲାଗି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନର ବର୍ତମାନ ସଂସ୍ଥାଗତ ପ୍ରଣାଳୀର ଉପଯୋଗ କରାଯିବ। ୨. ଲକ୍ଷ୍ୟ – ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ ୩୧ ମାର୍ଚ୍ଚ ୨୦୧୯ ସୁଦ୍ଧା ୬୫ ପ୍ରତିଶତ ଆଶାକର୍ମୀ ଏବଂ ଆଶା ସହାୟିକାମାନଙ୍କୁ ପଞ୍ଜିକୃତ କରାଯିବ। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ ୩୦ ଅକ୍ଟୋବର, ୨୦୧୯ ସୁଦ୍ଧା ୧୦୦ ପ୍ରତିଶତ ଆଶା କର୍ମୀ ଏବଂ ଆଶା ସହାୟିକାମାନଙ୍କୁ ପଞ୍ଜିକୃତ କରାଯିବ। ନିୟମିତ ଗତିବିଧି ଲାଗି ଏବଂ ପ୍ରୋତ୍ସାହନ ରାଶି ରୂପରେ ଆଶା କର୍ମୀମାନଙ୍କୁ ଅକ୍ଟୋବରରୁ ବର୍ଦ୍ଧିତ ଦରରେ ମାସିକ ଦୁଇ ଟଙ୍କାର ପରିଶୋଧ। ଏହି ପରିଶୋଧ ନଭେମ୍ବର ୨୦୧୮ ଠାରୁ କରାଯିବ।