www.samajalive.in
Monday, December 8, 2025
20.1 C
Bhubaneswar

ନନ୍ଦନକାନନ ନଆସି ଘରେ ବସି ଦେଖିପାରିବେ ଜୀବଜନ୍ତୁ

ଭୁବନେଶ୍ବର : କରୋନା ମହାମାରୀର ଭୟ ରହିଥିବା କାରଣରୁ କୌଣସି ସ୍ଥାନକୁ ବୁଲି ଯିବାକୁ ଡରୁଛନ୍ତି ଜନସାଧାରଣ ।ଛୋଟ ଛୋଟ ଶିଶୁମାନଙ୍କ ପ୍ରଥମ ପସନ୍ଦ ନନ୍ଦନକାନନ ପ୍ରାଣୀଉଦ୍ୟାନ କରୋନା କଟକଣା ମଧ୍ୟରେ ଖୋଲା ଯାଇଥିବା ବେଳେ ମଧ୍ୟ ପର୍ଯ୍ୟଟକ ଆସିବାକୁ ଭୟ କରୁଛନ୍ତି ।ଏହାରି ମଧ୍ୟରେ କରୋନା କଟକଣା ପାଇଁ ନନ୍ଦନକାନନ ଆସିବାକୁ ଭୟ କରୁଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର ଆଣିଛନ୍ତି ନନ୍ଦନକାନନ କତ୍ତୃପକ୍ଷ  ।କାରଣ ଏଣିକି ଘରେ ବସି ଭର୍ଚୁଆଲ ମାଧ୍ୟମରେ ଆପଣ ନନ୍ଦନକାନନ ବୁଲି ପାରିବେ ।

କରୋନା ମହାମାରୀ ପାଇଁ ସମସ୍ତ କାର୍ଯ୍ୟ ଅନ୍‌ଲାଇନରେ ହେଉଥିବା ବେଳେ ଅନୁରୂପ ଭାବେ ନନ୍ଦନକାନନ କତ୍ତୃପକ୍ଷ ମଧ୍ୟ ଭର୍ଚୁଆଲ ମାଧ୍ୟମରେ ଜୀବଜନ୍ତୁ ଦେଖାଇବାର ବ୍ୟବସ୍ଥା କରିଛନ୍ତି। ଏଣୁ ଆପଣଙ୍କୁ ଆଉ ନନ୍ଦନକାନନ ଆସିବାକୁ ପଡିବନି ଘରେ ବସି  nandanakana.org/tour ଏବଂ nandanakanan.org ୱେବସାଇଟକୁ ଯାଇ ଯେ କେହି ଘରେ ବସି ନନ୍ଦନକାନନର ପରିବେଶ ଉପଭୋଗ କରିପାରିବେ। ଏହି ୱେବ ଲିଙ୍କ ମାଧ୍ୟମରେ ନନ୍ଦନକାନନର ସମସ୍ତ ଏନକ୍ଲୋଜର ଏବଂ ସଫାରୀ ୩୬୦ ଡିଗ୍ରୀରେ ଦେଖିପାରିବେ । ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

- Advertisement -

 

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories