www.samajalive.in
Monday, December 8, 2025
27.1 C
Bhubaneswar

ସୁଇସ୍‍ ବ୍ୟାଙ୍କରେ ଭାରତୀୟଙ୍କ କଳାଧନ : ଆଜିଠାରୁ ମିଳିବ ବିସ୍ତୃତ ତଥ୍ୟ

ନୂଆଦିଲ୍ଳୀ : ସୁଇସ୍‍ ବ୍ୟାଙ୍କରେ ଥିବା ଭାରତୀୟଙ୍କ କଳାଧନ ସଂପର୍କରେ ତଥ୍ୟ ଏଣିକି ସହଜରେ ଜଣାପଡିବ।  ଯେଉଁ ଭାରତୀୟମାନଙ୍କର ସୁଇଜରଲାଣ୍ଡରେ ବ୍ୟାଙ୍କ ଖାତା ଅଛି, ରବିବାରଠାରୁ ସେମାନଙ୍କ ଜମାଖାତା ଓ କାରବାର ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ଭାରତୀୟ ଟିକସ ପ୍ରାଧିକରଣଙ୍କ ନିକଟରେ ଉପଲବ୍ଧ ହେବ। ସୁଇସ୍‍ ବ୍ୟାଙ୍କ ପକ୍ଷରୁ ସମସ୍ତ ତଥ୍ୟ ଭାରତକୁ ପ୍ରଦାନ କରାଯିବ।

କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ଟିକସ ବୋର୍ଡ (ସିବିଡିଟି) କ୍ରମାଗତ ଭାବେ ଟୁଇଟ୍‍ କରି କହିଛି ଯେ, କଳାଧନ ବିରୁଦ୍ଧରେ ଭାରତ ଚଳାଇଥିବା ସଂଗ୍ରାମ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। କାରଣ ଅନେକ ଦୀର୍ଘ ଦିନ ଧରି ସୁଇସ୍‍ ବ୍ୟାଙ୍କରେ ଆର୍ଥିକ
କାରବାର ସମ୍ବନ୍ଧୀୟ ଗୋପନୀୟତା ଆଜି  ଶେଷ ହେବାକୁ ଯାଉଛି। ସ୍ୱୟଂକ୍ରୀୟ  ତଥ୍ୟ ହସ୍ତାନ୍ତର ପ୍ରକ୍ରିୟାରେ ଚଳିତବର୍ଷ ସେପ୍ଟେମ୍ବର ମାସରେ ଜମାଖାତାର ଆର୍ଥିକ କାରବାର ସମ୍ବନ୍ଧୀୟ ସୂଚନା ପ୍ରଦାନ ପାଇଁ ସୁଇଜରଲାଣ୍ଡ କର୍ତ୍ତୃପକ୍ଷ ଭାରତ ସହିତ ବୁଝାମଣା ସ୍ୱାକ୍ଷରିତ କରିଥିଲେ।

- Advertisement -

ଆଜି ପ୍ରଥମ ପର୍ଯ୍ୟାୟରେ ୨୦୧୮ ଆର୍ଥିକ ବର୍ଷରେ ଭାରତୀୟଙ୍କର ଆର୍ଥିକ କାରବାର ସମ୍ବନ୍ଧୀୟ ସମସ୍ତ ତଥ୍ୟ ଭାରତ
ସୁଇଜରଲାଣ୍ଡଠାରୁ ଗ୍ରହଣ କରିବ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories