www.samajalive.in
Monday, December 8, 2025
17.1 C
Bhubaneswar

ଚେନ୍ନାଇରେ ପହଞ୍ଚିଲା ୱାଟର ଟ୍ରେନ

ଭେଲୋର : ଜଳସଙ୍କଟର ସମାଧାନ ପାଇଁ ଭେଲୋରର ଜୋଲାରପେଟ୍‍ରୁ ପାଣି ନେଇ ପ୍ରଥମ ଟ୍ରେନ୍‍ ଚେନ୍ନାଇରେ ପହଞ୍ଚିଛି । ୫୦ଟି ୱାଗନରେ ଜଳ ଚେନ୍ନାଇରେ ପହଞ୍ଚିଛି । ଏହାଦ୍ୱାରା ଚେନ୍ନାଇକୁ ଦୈନିକ ଅତିରିକ୍ତ ୧୦ ନିୟୁତ ଲିଟର ଜଳ ମିଳିବାର ଆଶା କରାଯାଉଛି । ପ୍ରତ୍ୟେକ  ୱାଗନରେ ୫୦ ହଜାର ଲିଟର ଜଳ ପଠାଯାଇଛି। ପ୍ରତ୍ୟେକ ଥର ସେହି ଟ୍ରେନ୍‍ ୨୫ ଲକ୍ଷ ଲିଟର ଲେଖାଏଁ ଜଳ ନେଇ ଯାଇପାରିବ ଓ ଦିନକୁ ୪ ଥର ଏହି ଟ୍ରେନ ଯାତ୍ରା କରିପାରିବ । ପ୍ରତ୍ୟେକ ଥର ଜଳ ପରିବହନ ପାଇଁ ରାଜ୍ୟକୁ ୮ ଲକ୍ଷ ୪୦ ହଜାର ଟଙ୍କା ଦେବାକୁ ପଡ଼ିବ। ମୋଟର ପ୍ରକଳ୍ପ ପାଇଁ ଦିଆଯାଇଥିବା ୬୫ କୋଟି ଟଙ୍କାରୁ ମୁଖ୍ୟମନ୍ତ୍ରୀ ସେହି ଅର୍ଥ ମଞ୍ଜୁର କରିଛନ୍ତି। ସୂଚନାଯୋଗ୍ୟ କିଛି ଦିନ ହେବ ଚେନ୍ନାଇରେ ଘୋର ଜଳସଙ୍କଟ ଦେଖାଦେଇଛି ।

ତେବେ ମନ୍ତ୍ରୀ ବିଳମ୍ବରେ ପହଞ୍ଚିବା, ଫଟେ ଉଠା ଓ ଭିଡିଓ ସୁଟିଂ ପାଇଁ ଟ୍ରେନକୁ କୁରୁକୁପେଟ୍ଟି ସେଡରେ ଦୀର୍ଘ ସମୟ ଧରି ଅଟକାଇ ରଖା​‌ ଯାଇଥିଲା। ପରେ ଏହା ଭିଲ୍ଲିଭାକ୍କାମ ଜଙ୍କସନରେ ପହଞ୍ଚିଥିଲା। ଯେଉଁଠାରେ ଏହି ଜଳକୁ ସଂରକ୍ଷିତ କରି ରଖାଯାଉଛି ଓ ସେଠାରୁ ଚେନ୍ନାଇକୁ ଯୋଗାଇ ଦିଆଯିବ।

Image credit : thehindu.com

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories