www.samajalive.in
Thursday, December 11, 2025
27.1 C
Bhubaneswar

ସୂଚନା ପ୍ରଯୁକ୍ତି କ୍ଷେତ୍ରରେ୨.୫ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ

ନୂଆଦିଲ୍ଲୀ : ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଦେଶରେ ୨ଲକ୍ଷ ୫୦ ହଜାର ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ଏହା କହିଛନ୍ତି । ଆଗାମୀ ଦିନରେ ଦକ୍ଷତା ବିକାଶ ଯୋଜନାକୁ ବ୍ୟାପକ କରାଯାଇ ଏହି ନୂତନ ନିଯୁକ୍ତି ସୃଷ୍ଟି କରାଯିବ । ନୂଆଦିଲ୍ଲୀଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପାଣ୍ଡେ କହିଛନ୍ତି ଯେ ବିଶ୍ୱର ବୃହତ୍ତମ ଯୁବଶକ୍ତିର ଦକ୍ଷତା ବିକାଶ କରିବା ଏନ୍‍ଡିଏ ସରକାରଙ୍କର ପ୍ରାଥମିକ ଲକ୍ଷ୍ୟ। ଡିଜିଟାଲ୍‍ କ୍ଷେତ୍ରରେ ଦେଶରେ ବ୍ୟାପକ ଯୋଜନା ହାତକୁ ନିଆଯାଇଥିବାରୁ ୨୦୧୮ ବର୍ଷରେ ଏହି କ୍ଷେତ୍ର ୨.୫ ବିଲିୟନ୍‍ ଡଲାରରୁ ୭.୨ ବିଲିୟନ୍‍ ଡଲାର ସ୍ତରରେ ପହଞ୍ଚି ପାରିଛି।

ଆଗାମୀ ବର୍ଷଗୁଡ଼ିକରେ ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ଦେଶଗୁଡ଼ିକ ସହ କାନ୍ଧକୁ କାନ୍ଧ ମିଶାଇ ଭାରତ କାର୍ଯ୍ୟ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଦେଶର ଯୁବକମାନେ ଆଧୁନିକ ଜ୍ଞାନ କୌଶଳକୁ ଉପଯୋଗ କରି ଚତୁର୍ଥ ଶିଳ୍ପ ବିପ୍ଳବକୁ ସଫଳ କରିବା ପାଇଁ ଆଗେଇ ଆସିବାକୁ ସେ ଆହ୍ୱାନ କରିଛନ୍ତି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories