www.samajalive.in
Monday, December 8, 2025
27.1 C
Bhubaneswar

ଯୋଗ କରିବା ସମୟରେ ଏଥିପ୍ରତି ସତର୍କ ରୁହନ୍ତୁ

ସମସ୍ତେ ଏକ ସୁସ୍ଥ ଶରୀରର ସ୍ବପ୍ନ ଦେଖନ୍ତି। ଏହାକୁ ସାକାର କରିବା ଲାଗି ବର୍ତ୍ତମାନର ବ୍ୟସ୍ତବହୁଳ ଏବଂ ବିଷାଦଗ୍ରସ୍ତ ଜୀବନ ମଧ୍ୟରେ ଅଧିକାଂଶ ଲୋକ ଯୋଗର ସହାୟତା ନେଇଥାନ୍ତି। ଯୋଗ ଜରିଆରେ ବ୍ୟକ୍ତି ନିଜର ନିଃଶ୍ଵାସ ପ୍ରଶ୍ଵାସକୁ ନିୟନ୍ତ୍ରଣ କରିବାଠାରୁ ଆରମ୍ଭ କରି ଶରୀରକୁ କୋମଳ କରିବାରେ ସକ୍ଷମ ହୋଇଥାଏ। ତେବେ​‌ ଗୋଟିଏ ପଟେ ଯୋଗ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହେଉଥିବାବେଳେ ଅନ୍ୟପଟେ ଯୋଗ କରିବା ସମୟରେ କେତେକ ତ୍ରୁଟି ଶରୀରରେ ଅଧିକ ସମସ୍ୟା ସୃଷ୍ଟି କରିବା ଆଶଙ୍କା ମଧ୍ୟ ରହିଛି। ତେଣୁ ଯୋଗ କରିବା ପୂର୍ବରୁ ଅଥବା ଯୋଗ କରିବା ସମୟରେ କେଉଁ କେଉଁ ତ୍ରୁଟି ଶରୀର ପ୍ରତି ହାନି ପହଞ୍ଚାଇଥାଏ ସେ ବିଷୟରେ ଆସନ୍ତୁ ଜାଣିବା:-

ଯୋଗ ପୂର୍ବରୁ ଭୋଜନ ଅନୁଚିତ

ଯୋଗ କରିବାର ପାଖାପାଖି ୨ରୁ ୩ ଘଣ୍ଟା ପୂର୍ବରୁ କୌଣସି ପ୍ରକାର ଆହାର ଗ୍ରହଣ ନ କରନ୍ତୁ। କାରଣ ଯଦି ଖାଦ୍ୟ ଗ୍ରହଣ କରି ଯୋଗ କରିବେ, ତେବେ ଶରୀରରେ ମାଂସପେଶୀ ସଙ୍କୁଚିତ ହୋଇପାରେ। ବାନ୍ତି ମଧ୍ୟ ଆସିପାରେ। ଶରୀରରେ ଖାଦ୍ୟ ଜୀର୍ଣ୍ଣ ହେବା ଲାଗି ଅଧିକ ଶକ୍ତିର ଆବଶ୍ୟକତା ରହିଛି। ଏହି କାରଣରୁ ଯୋଗ କରିବା ସମୟରେ ଅଧିକ ହାଲିଆ ଅନୁଭବ କରିପାରନ୍ତି।

- Advertisement -

ଶରୀରରେ ଆଘାତ ଲାଗିଥିଲେ ଯୋଗ କରନ୍ତୁ ନାହିଁ

ଯଦି ଆପଣଙ୍କ ଶରୀରରେ କୌଣସି ପ୍ରକାର କିଛି ଆଘାତ ଲାଗିଛି ଏବଂ ଯୋଗର କୌଣସି ମୁଦ୍ରା କରିବା ସମୟରେ ସମସ୍ୟା ଅନୁଭବ ହେଉଛି, ତେବେ ଏ ସମ୍ପର୍କରେ ଆପଣ ନିଜ ଯୋଗ ଶିକ୍ଷକଙ୍କୁ ଅବଗତ କରାଇବା ଉଚିତ। ଶିକ୍ଷକଙ୍କୁ ନ ଜଣାଇ ଯୋଗ କରନ୍ତୁ ନାହିଁ।

ମୋବାଇଲଠାରୁ ଦୂରେଇ ରୁହନ୍ତୁ

ଯୋଗ କରିବା ସମୟରେ ଅନ୍ୟ ସମସ୍ତ ଜିନିଷଠାରୁ ଧ୍ୟାନ ହଟାଇବା ଜରୁରୀ। କେବଳ ଯୋଗାସନ ଉପରେ ଧ୍ୟାନ ଦେବା ଉଚିତ। ଯୋଗ କ୍ଲାସ କରୁଥିଲେ ମୋବାଇଲ ନେଇ ଯିବା ଉଚିତ ନୁହେଁ। କାରଣ ଏହା ଯୋଗୁ ଆପଣଙ୍କ ଧ୍ୟାନ ଯୋଗରୁ ହଟିପାରେ।

ଉଚିତ ପୋଷାକ ଚୟନ କରିବା

ଯୋଗାଭ୍ୟାସ କରିବା ପାଇଁ ଉଚିତ ପୋଷାକ ଚୟନ କରିବା ଆବଶ୍ୟକ। ଯୋଗ କରିବା ସମୟରେ ଯଦି ଆପଣଙ୍କ ପୋଷାକ ଟାଇଟ ଏବଂ ଶରୀରରୁ ନିର୍ଗତ ହେଉଥିବା ଝାଳ କମ୍‌ ଶୋଷୁଥାଏ, ତା’ହେଲେ ଆପଣଙ୍କ ଧ୍ୟାନ ଯୋଗ ଉପରେ କମ୍‌ ଏବଂ ପୋଷାକ ଉପରେ ଅଧିକ ରହିବ।

କଥାବାର୍ତ୍ତା କରନ୍ତୁ ନାହିଁ

କୌଣସି ଶ୍ରେଣୀରେ ବସିବା ବେଳେ ପରସ୍ପର ସହ ଆଲୋଚନା କରିବା ଭଲ ଅଭ୍ୟାସ। କିନ୍ତୁ ଯୋଗ କ୍ଲାସରେ ଯେତେ ସମ୍ଭବ କମ୍‌ କଥା ହୁଅନ୍ତୁ। ନଚେତ କଥା ହେବା ଦ୍ବାରା ଆପଣଙ୍କ ଧ୍ୟାନ ସ୍ଥିର ରହିବ ନାହିଁ ଏବଂ ଅନ୍ୟ ଲୋକମାନେ ବି ଧ୍ୟାନର ସହିତ ଯୋଗ କରିପାରିବେ ନାହିଁ।

ଟାୱେଲ ପାଖରେ ରଖିବାକୁ ଭୁଲନ୍ତୁ ନାହିଁ

ଯୋଗ କରିବା ପୂର୍ବରୁ କ୍ଲାସକୁ ଟାୱେଲ କିମ୍ବା ରୁମାଲ ସାଥୀରେ ନେଇ ଯିବାକୁ ଭୁଲନ୍ତୁ ନାହିଁ। ଫଳରେ ଝାଳ ନିର୍ଗତ ହେବା ସମୟରେ ଆପଣ ତାହାକୁ ସଫା କରିପାରିବେ।

ଅଧିକ ଉତ୍ସାହିତ ହୋଇ ଯୋଗ କରନ୍ତୁ ନାହିଁ

ଯୋଗ କରିବା ସମୟରେ ଅଧିକ ଉତ୍ସାହିତ ହୋଇ କୌଣସି ମୁଦ୍ରାକୁ ଜବରଦସ୍ତି କରିବାକୁ ଉଦ୍ୟମ ନ କରନ୍ତୁ। ଏଥିପ୍ରତି ଦୃଷ୍ଟି ନ ଦେଲେ ଆପଣଙ୍କ ଶରୀରର ମାଂସପେଶୀ ସଙ୍କୁଚିତ ହୋଇପାରେ। ତେଣୁ ଧୀରେ ଧୀରେ ସମୟ ନେଇ ଯୋଗ କରନ୍ତୁ।

ଆଲେଖ୍ୟ: ନିରାକାର ସାହୁ

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories