www.samajalive.in
Monday, December 8, 2025
27.1 C
Bhubaneswar

ପ୍ରଫୁଲ୍ଲ ପଟେଲ୍‍ଙ୍କୁ ଇଡିରେ ହାଜର ହେବାକୁ ସମନ୍‍ ଜାରି

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏନ୍‍ସିପି ନେତା ତଥା ପୂର୍ବତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ପ୍ରଫୁଲ୍ଲ ପଟେଲ୍‍ଙ୍କୁ ଆସନ୍ତା ସପ୍ତାହରେ ହାଜର ହେବାକୁ ସମନ୍‍ ଜାରି କରିଛି । ୟୁପିଏ ଶାସନକାଳରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ ବହୁ କୋଟି ଟଙ୍କା ସମ୍ବଳିତ ଏକ ଦୁର୍ନୀତି ମାମଲାରେ ତାଙ୍କୁ ସମନ୍‍ ଜାରି କରାଯାଇଛି।

ଖବର ଅନୁସାରେ ଚଳିତ ମାସ ୬ ତାରିଖରେ ଇଡି ଅଫିସରେ ହାଜର ହେବାକୁ ତାଙ୍କୁ କୁହାଯାଇଛି । ଏହି ଦୁର୍ନୀତି ଯୋଗୁଁ ଜାତୀୟ ବିମାନ ଚଳାଚଳ ସଂସ୍ଥା ଏୟାର୍‍ ଇଣ୍ଡିଆକୁ ବହୁ କୋଟି ଟଙ୍କାର କ୍ଷତି ହୋଇଥିଲା। ଗିରଫ ହୋଇଥିବା ଦଲାଲ ଦୀପକ୍‍ ତଲ୍‍ୱାର୍‍ଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଓ ଇଡି ଦ୍ୱାରା ସଂଗ୍ରହ କରାଯାଇଥିବା କିଛି ପ୍ରମାଣକୁ ଭିତ୍ତିକରି ପ୍ରଫୁଲ୍ଲ ପଟେଲ୍‍ଙ୍କୁ ସମନ ଜାରି କରାଯାଇଛି। କିଛିଦିନ ପୂର୍ବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦୀପକ୍‍ ତଲ୍‍ୱାର୍‍ଙ୍କ ବିରୁଦ୍ଧରେ ଅଭିଯୋଗ ଦାଏର କରିଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories