www.samajalive.in
Monday, December 8, 2025
20.1 C
Bhubaneswar

ଭାରତ ବିଶ୍ୱର ୮୧ତମ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ର

ନୂଆଦିଲ୍ଲୀ : ବିଶ୍ୱ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ର ତାଲିକାରେ ବିଶ୍ୱ ୮୧ତମ ସ୍ଥାନରେ ରହିଛି। ବିଶ୍ୱ ଦୁର୍ନୀତି ଅବଧାରଣା ସୂଚକାଙ୍କରେ ଭାରତକୁ ବର୍ଷ ୨୦୧୭ ପାଇଁ ୪୦ ଅଙ୍କ ମିଳିଥିବା ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି। ଏହି ସୂଚକାଙ୍କରେ ୦-୧୦୦ ପର୍ଯ୍ୟନ୍ତ ମୂଲ୍ୟାଙ୍କନ କରାଯାଏ। ୦ ସବୁଠାରୁ ବେଶୀ ଦୁର୍ନୀତିଗ୍ରସ୍ତ ଏବଂ ୧୦୦ ସବୁଠାରୁ ସ୍ୱଚ୍ଛ ବୋଲି ସୂଚୀତ ହୋଇଥାଏ। ୨୦୧୬ ତୁଳନାରେ ୨୦୧୭ରେ ଭାରତର ମୂଲ୍ୟାଙ୍କନରେ ବିଶେଷ ପରିବର୍ତ୍ତନ ଆସି ନାହିଁ। ଏଥର ଭାରତକୁ ୪୦ ନମ୍ବର ମିଳିଛି। ୨୦୧୬ରେ ଏହି ତାଲିକାରେ ଭାରତ ୭୬ତମ ସ୍ଥାନରେ ଥିଲା। ୨୦୧୫ରେ ଏହା ୩୮ ନମ୍ବର ପାଇଥିଲା। ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ପକ୍ଷରୁ ଏହାର ରିପୋର୍ଟରେ ଭାରତକୁ ଦୁର୍ନୀତି ଏବଂ ଗଣମାଧ୍ୟମର ସ୍ୱାଧିନତା ମାମଲାରେ ଭାରତ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସବୁଠାରୁ ବେଶୀ ଅପରାଧ ଘଟିଥିବା ଦେଶ ତାଲିକାରେ ସ୍ଥାନିତ କରାଯାଇଥିଲା। ୧୮୦ଟି ରାଷ୍ଟ୍ର ଏବଂ ଅଞ୍ଚଳରେ ସାର୍ବଜନିକ କ୍ଷେତ୍ରରେ ଘଟିଥିବା ଦୁର୍ନୀତିକୁ ଭିତ୍ତି କରି ଏହି ତାଲିକା ପ୍ରସ୍ତୁତ କରାଯାଇଛି।
ରିପୋର୍ଟ ଅନୁଯାୟୀ, ଏସୀୟ ପ୍ରଶାନ୍ତ ମହାସାଗର କ୍ଷେତ୍ରର କିଛି ଦେଶରେ ସାମ୍ବାଦିକ, ସମାଜସେବକ, ବିରୋଧୀ ଦଳର ନେତା ତଥା ଆଇନ ପ୍ରଣୟନକାରୀ ସଂସ୍ଥା ତଥା ଦୁର୍ନୀତି ନିବାରଣ ସଂସ୍ଥାଗୁଡିକୁ ଧମକ ଦିଆଯାଇଥାଏ। କେତେକ କ୍ଷେତ୍ରରେ ଏହି ଲୋକମାନଙ୍କୁ ହତ୍ୟା ମଧ୍ୟ କରାଯାଉଥିବା ଲକ୍ଷ୍ୟ କରାଯାଇଛି। ଫିଲିପାଇନ୍ସ, ଭାରତ ଏବଂ ମାଳଦ୍ୱୀପ ଏଭଳି ଦେଶ ଯେଉଁଠାରେ ଏଭଳି ଘଟଣା ବହୁଳ ଭାବେ ଘଟୁଛି। ଦୁର୍ନୀତି ଦୃଷ୍ଟିରୁ ଏହି ତିନୋଟି ଦେଶ ସବୁଠାରୁ ଆଗରେ ରହିଥିବା କୁହାଯାଏ। ଏଠାରେ ଗଣତନ୍ତ୍ରର ସ୍ୱାଧୀନତା ସୀମିତ ହୋଇଥିବା ବେଳେ ବହୁ ସାମ୍ବାଦିକଙ୍କୁ ହତ୍ୟା ଘଟଣା ମଧ୍ୟ ଶୁଣିବାକୁ ମିଳୁଛି। ସାମ୍ବାଦିକଙ୍କ ସୁରକ୍ଷା ସମ୍ବନ୍ଧୀୟ କମିଟିର ସୂଚନା ମୁତାବକ ବିଗତ ୬ ବର୍ଷ ମଧ୍ୟରେ ଦୁର୍ନୀତି ଉପରେ ରିପୋଟିଂ କରିଥିବା ୧୫ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ସଦ୍ୟ ପ୍ରକାଶିତ ସୂଚକାଙ୍କରେ ନ୍ୟୁଜଲାଣ୍ଡ ଏବଂ ଡେନମାର୍କକୁ ସୂଚକାଙ୍କରେ ଯଥାକ୍ରମେ ୮୯ ଏବଂ ୮୮ ଅଙ୍କ ମିଳିଛି। ଅର୍ଥାତ୍‌ ଏହି ଦେଶଗୁଡିକରେ ଦୁର୍ନୀତି କମ୍‌ ହୋଇଛି। ସିରିଆ, ଦକ୍ଷିଣ ସୁଦାନ ଏବଂ ସେମାଲିଆକୁ ଯଥାକ୍ରମେ ୧୪,୧୨ ଏବଂ ୯ ଅଙ୍କ ମିଳିଥିବା ବେଳେ ଏଗୁଡିକରେ ବେଶୀ ଦୁର୍ନୀତି ହୋଇଥିବା କୁହାଯାଇଛି। ଚୀନ୍‌ ୪୧ ଅଙ୍କ ପାଇ ୭୭ ତମ ସ୍ଥାନରେ ରହିଛି। ବାଜିଲ ୩୭ ଅଙ୍କ ପାଇ ୯୬ ତମ ଏବଂ ରୁଷ ୨୯ ଅଙ୍କ ସହିତ ୧୩୫ତମ ସ୍ଥାନରେ ରହିଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories