www.samajalive.in
Monday, December 8, 2025
27.1 C
Bhubaneswar

ମହୌଷଧି ଗୁଜୁରାତିର ବ୍ୟବହାର

ପ୍ରାଚୀନ କାଳରୁ ଗୁଜୁରାତିକୁ ଆୟୁର୍ବେଦିକ ଔଷଧ ରୂପେ ବ୍ୟବହାର କରାଯାଇଥାଏ। ଗୁଜୁରାତିରେ ଆଇରନ, ଭିଟାମିନ-ସି, ନିୟାସିନ, ପୋଟାସିୟମ, ମ୍ୟାଗ୍ନେସିୟମ ଓ କ୍ୟାଲସିୟମ ଭରପୂର ମାତ୍ରାରେ ରହିଛି। ଏହାର ବ୍ୟବହାର ସମସ୍ତ ପ୍ରକାର ଖାଦ୍ୟଦ୍ରବ୍ୟରେ କରାଯାଇଥାଏ। ଏହା ଖାଦ୍ୟରେ ବ୍ୟବହାର କରିବା ଦ୍ବାରା ଭଲ ବାସ୍ନା ହୋଇଥାଏ। ଏହାକୁ ଖାଇବା ଦ୍ବାରା ପାଟି ଦୁର୍ଗନ୍ଧ ଦୂର ହୋଇଥାଏ। ଗୁଜୁରାତିରେ ଅନେକ ଔଷଧୀୟ ଗୁଣ ରହିଛି। ଏହାକୁ ଅଧିକ ସେବନ କରିବା ଦ୍ବାରା ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ।

ଆସନ୍ତୁ ଜାଣିବା ଗୁଜୁରାତି ଖାଇବା ଦ୍ବାରା କ’ଣ କ୍ଷତି ହୋଇଥାଏ ..

- Advertisement -

ଗୁଜୁରାତିର ଅଧିକ ସେବନ ଦ୍ବାରା ମୁହଁ କୁଣ୍ଡାଇ ହେବା ପରି ସମସ୍ୟା ଦୂର ହୋଇଥାଏ। ଏହାସହ ମୁହଁରେ ଦାଗ ହୋଇଥାଏ ଓ ଲାଲ ରଙ୍ଗର ଚିହ୍ନ ହୋଇଥାଏ। ଅଧିକ ଗୁଜୁରାତି ଖାଇବା ଦ୍ବାରା ନିଶ୍ବାସପ୍ରଶ୍ବାସ ନେବାରେ ଅସୁବିଧା, ତଣ୍ଟି ଦରଜ ଓ ନିଦ୍ରାରେ ସମସ୍ୟା ସୃଷ୍ଟି ହୋଇଥାଏ। ଏଣୁ ଗୁଜୁରାତିରେ ସଠିକ ପରିମାଣରେ ଖାଇବା ଉଚିତ।

ଗୁଜୁରାତିର ଦାନା ଅଧିକ ଖାଇବା ଦ୍ବାରା ବାନ୍ତି ହୋଇଥାଏ। ତେଣୁ ଗୁଜୁରାତିକୁ ଠିକ ମାତ୍ରାରେ ​‌ଖାଇବା ଉଚିତ।

ଗୁଜୁରାତି ଖାଇବା ଦ୍ବାରା ଯଦି ଆପଣଙ୍କ ଶରୀରରେ ଏଲାର୍ଜି ହେଉଥାଏ, ତେବେ ଆପଣ ତାହା ଖାଆନ୍ତୁ ନାହିଁ। ଏହାଦ୍ବାରା ଆପଣଙ୍କ ଚର୍ମରେ କୁଞ୍ଚନ ହେବା ସହ କୁଣ୍ଡାଇ ହୋଇଥାଏ। ଶୀତଦିନେ ଏହିପରି ସମସ୍ୟା ଅଧିକ ହୋଇଥାଏ।

ଅଧିକ ଗୁଜୁରାତି ଖାଇବା ଦ୍ବାରା ପାଚନ କ୍ରିୟାରେ ଅସୁବିଧା ସୃଷ୍ଟି ହୋଇଥାଏ। ଏହାସହ ପିତ୍ତକୋଷରେ ଷ୍ଟୋନ ହୋଇପାରେ। କିଡନୀ ରୋଗରେ ଯଦି ଆପଣ ଆକ୍ରାନ୍ତ ତେବେ ଗୁଜୁରାତି ଖାଆନ୍ତୁ ନାହିଁ।

ଯଦି ଆପଣ କୌଣସି ପ୍ରକାରର ଔଷଧ ସେବନ କରୁ ଥାଆନ୍ତି, ତେବେ ଗୁଜୁରାତି ଖାଆନ୍ତୁ ନାହିଁ। କାରଣ ଗୁଜୁରାତିରେ ଥିବା ଏନଜାଇମ ଔଷଧ ଉପରେ କୁପ୍ରଭାବ ପକାଇଥାଏ। ଏହାଦ୍ବାରା ସ୍ବାସ୍ଥ୍ୟ ଖରାପ ହୋଇଥାଏ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories