ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଭିତରେ ରାଜ୍ୟର ଅନେକ ଜିଲାରେ ବର୍ଷା, ଝଡ଼ତୋଫାନ ସହ ବଜ୍ରପାତ ହେବାର ଆଶଙ୍କା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୬ଟି ଜିଲା ଲାଗି ସତର୍କ ସୂଚନା ଜାରି କରିଛି। ବାଲେଶ୍ୱର, ଭଦ୍ରକ, କୋରାପୁଟ, ରାୟଗଡ଼ା, ମୟୂରଭଞ୍ଜ ଓ ଗଜପତି ଜିଲାରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବ । ଝଡ଼ତୋଫାନ ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ତେଣୁ ଏହି ସମୟରେ ସତର୍କ ରହିବା ପାଇଁ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।
ଅନ୍ୟପକ୍ଷରେ ଲଗାତାର ଦ୍ବିତୀୟ ଦିନ ପାଇଁ ରାଜ୍ୟର ବିଭିନ୍ନ ସହରରେ ତାତି କମିଛି। ଆଜି କୌଣସି ସହରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରି ନାହିଁ। ସୁନ୍ଦରଗଡ଼ରେ ସର୍ବାଧିକ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ମାଲକାନଗିରିରେ ୩୮.୮, ଟିଟିଲାଗଡ଼ରେ ୩୮.୫, ଭବାନୀପାଟଣାରେ ୩୮, ଭୁବନେଶ୍ବରରେ ୩୭.୬, ଝାରସୁଗୁଡ଼ାରେ ୩୫.୭, ତାଳଚେରରେ ୩୫.୬ ଡିଗ୍ରୀ ରେକର୍ଡ କରାଯାଇଛି। ସବୁଠାରୁ କମ୍ ଉତ୍ତପ୍ତ ସହର ଭାବେ ବାରିପଦାରେ ୩୨.୫ ଡିଗ୍ରୀ ରେକର୍ଡ ହୋଇଛି।
ପାରଦ ଖସିଲା : ୩ ଦିନ କାଳବୈଶାଖୀ ଆଶଙ୍କା
Popular Categories



