www.samajalive.in
Monday, December 8, 2025
27.1 C
Bhubaneswar

ଦୋଳ ପାଇଁ ସଜ ପିପିଲି ଚାନ୍ଦୁଆ

ପିପିଲି : ଦୋଳଯାତ୍ରା ଯେ ନିକଟତର ଏହା ହୃଦବୋଧ ହୁଏ ପିପିଲି ବଜାରରୁ। କାରଣ ବିଶ୍ୱପ୍ରସିଦ୍ଧ ପିପିଲି ଚାନ୍ଦୁଆ ବଜାର ସଂପ୍ରତି ପୂର୍ଣ୍ଣଶୃଙ୍ଗାରରେ ମଣ୍ଡିତ ହୋଇଛି ରଙ୍ଗିନ ଛତ୍ରୀ, ତ୍ରାସ, ଆଲଟ ସାଙ୍ଗକୁ ଦୋଳସଜ୍ଜ ଇତ୍ୟାଦିରେ। ଦୋଳଯାତ୍ରା ଯେତିକି ପାଖେଇ ଆସୁଛି ଚାନ୍ଦୁଆ ବଜାର ଭିଡ ସେତିକି ବଢିବାରେ ଲାଗିଛି।
ଉତ୍କଳୀୟ ପରମ୍ପରାରେ ଚାନ୍ଦୁଆ ସର୍ବତ୍ର ଦେବ କାର୍ଯ୍ୟରେ ଲାଗିଥାଏ। ପିପିଲି ଚାନ୍ଦୁଆର ରଙ୍ଗବେରଙ୍ଗ ଅନନ୍ୟ ସୁକ୍ଷ୍ମ କାରୁକାର୍ଯ୍ୟ ଦର୍ଶକଙ୍କ ମନକୁ ମୋହିତ କରିଥାଏ। ପାରମ୍ପରିକ ଶୈଳୀରେ ପ୍ରସ୍ତୁତ ଚାନ୍ଦୁଆ ଛତ୍ରୀ, ତ୍ରାସ, ଆଲଟ ଇତ୍ୟାଦି ଠାକୁରଙ୍କ ବିଜେ ସମୟରେ ଏକାନ୍ତ ପ୍ରୟୋଜନୀୟ ହୋଇଥିବାରୁ ପ୍ରାୟ ଦୋଳଯାତ୍ରା ପୂର୍ବରୁ ଏହାର ବଜାର ଜମିଥାଏ। ଛତ୍ରୀ ସାଧାରଣତଃ ଦୁଇପ୍ରକାର ଅଟେ। ଯଥା କଳା ଓ ଧଳା ଯାହାକି ରାତି ଓ ଦିନ ଅଥବା ଚନ୍ଦ୍ର ଓ ସୂର୍ଯ୍ୟଙ୍କ ପ୍ରତୀକ ରୂପେ ଗ୍ରହଣ କରାଯାଏ।

ଆଗକୁ ଦୋଳଯାତ୍ରା ଆସୁଥିବାରୁ ପିପିଲି ଚାନ୍ଦୁଆବଜାରରେ ଭିଡ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଗ୍ରାହକମାନେ ଚାନ୍ଦୁଆ ଛତ୍ରୀ, ତ୍ରାସ, ଆଲଟ ଓ ଦୋଳସଜ୍ଜ ଇତ୍ୟାଦିକୁ କିଣିବାକୁ ପିପିଲି ବଜାରକୁ ଧାଇଁ ଆସୁଛନ୍ତି। ବିଭିନ୍ନ ମଠ ଓ ମନ୍ଦିର ପକ୍ଷରୁ ମଧ୍ୟ ଏହିସବୁ ସମଗ୍ରୀ ପିପିଲି ଚାନ୍ଦୁଆ ବଜାରରୁ ସଂଗ୍ରହ କରାଯାଉଥିବା ସୂଚନା ମିଳିଛି। ପୁରୁଣା ଚାନ୍ଦୁଆ ଛତ୍ରୀ, ତ୍ରାସ, ଆଲଟ ଓ ଦୋଳସଜ୍ଜର ମରାମତି ମଧ୍ୟ ପିପିଲିରେ କରାଯାଉଛି। ଉଭୟ କପଡା ଓ ଭେଲଭେଟ୍‍ରେ ପ୍ରସ୍ତୁତ ଏହିସବୁ ସାମଗ୍ରୀ ବଜାରରେ ଉପଲବ୍ଧ ହେଉଛି। ଗୋଟିଏ ଚାନ୍ଦୁଆ ଛତ୍ରୀର ସର୍ବନିମ୍ନ ମୂଲ୍ୟ ୯ଶହ ଟଙ୍କା ହୋଇଥିବା ବେଳେ ଏହାର ସର୍ବାଧିକ ମୂଲ୍ୟ ୧୦ ହଜାର ଅଟେ। ସେହିପରି ଆଲଟର ମୂଲ୍ୟ ୨ଶହରୁ ୨ହଜାର ମଧ୍ୟରେ ହୋଇଥିବା ବେଳେ ତ୍ରାସର ମୂଲ୍ୟ ୮ଶହରୁ ୩ହଜାର୫ଶହ ମଧ୍ୟରେ ହୋଇଥିବା ସୂଚନା ମିଳିଛି। ସେହିପରି ଦୋଳବିମାନର ମାପ ଅନୁଯାଇ ଦୋଳସଜ୍ଜ ତିଆରି କରାଯାଇଥାଏ। ଯାହାର ମୂଲ୍ୟ ଏକ ହଜାରରୁ ୧୦ ହଜାର ମଧ୍ୟରେ ହୋଇଥାଏ। କପଡା କିମ୍ବା ଭେଲ୍‍ଭେଟ୍‍ରେ ଛୁଞ୍ଚି ସୂତା ଦ୍ୱାରା ପ୍ରସ୍ତୁତ ଏବଂ ଲେସ୍‍ ବ୍ୟବହାର ଉପରେ ଏହାର ମୂଲ୍ୟ ନିର୍ଭର କରିଥାଏ। ଏହି ସବୁ ସାମଗ୍ରୀ ଉପଲବ୍ଧ ଥିବା ଦୋକାନରେ ଏବେ ଦୈନିକ ୫ହଜାରରୁ ୨୦ ହଜାର ପର୍ଯ୍ୟନ୍ତ ବ୍ୟବସାୟ ହେଉଥିବା ସୂଚନା ମିଳିଛି। ଏହି ସବୁ ଚାନ୍ଦୁଆରେ ବ୍ୟବହୃତ କପଡା ପୂର୍ବରୁ ୬ଟି ରଙ୍ଗର ଯଥା- ଧଳା, କଳା, ନୀଳ, ନାଲି, ହଳଦିଆ ଓ ସବୁଜ ରଙ୍ଗର ଥିଲା। ଏହି ରଙ୍ଗ ଗୁଡିକ ହିନ୍ଦୁ ଦେବାଦେବୀଙ୍କ କାର୍ଯ୍ୟରେ ବ୍ୟବହୃତ ଶାସ୍ତ୍ରନୁମୋଦିତ ରଙ୍ଗ ଅଟେ। ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରକାର ରଙ୍ଗର କପଡାରେ ପ୍ରସ୍ତୁତ କରାଯାଉଛି ଏହି ଚାନ୍ଦୁଆ ସାମଗ୍ରୀ। ଯାହାକି ସୁଦୃଶ୍ୟ ଓ ଲୋଭନୀୟ ଭାବେ ପ୍ରତୀତ ହେଉଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories