www.samajalive.in
Monday, December 8, 2025
20.1 C
Bhubaneswar

ମାଓବାଦୀଙ୍କ ବର୍ବରକାଣ୍ଡ ; ସୁପରଭାଇଜରଙ୍କ ତଣ୍ଟି କାଟି ହତ୍ୟା

ମାଲକାନଗିରି : ନିର୍ବାଚନ ପୂର୍ବରୁ ମାଲକାନଗିରିରେ ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି। ସୋମବାର ରାତିରେ ମାଓବାଦୀମାନେ ଜଣେ ଯୁବକଙ୍କ ତଣ୍ଟି କାଟି ହତ୍ୟା କରିଛନ୍ତି। ଏହାସହ ରାସ୍ତା କାମରେ ନିୟୋଜିତ ହୋଇଥିବା ଗୋଟିଏ ଜେସିବି ଓ ଟ୍ରାକ୍ଟରକୁ ପୋଡି ଦେଇଥିବା ସୂଚନା ମିଳିଛି। ମାଓବାଦୀମାନେ ରାସ୍ତା କାମକୁ ବିରୋଧ କରି ଏପରି କାଣ୍ଡ ଘଟାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ସୋମବାର ସନ୍ଧ୍ୟା ସମୟରେ ମାଥିଲି ବ୍ଲକ ଅନ୍ତର୍ଗତ ଡୁମୁରିଗୁଡା ଠାରେ ୨୦ରୁ ୩୦ଜଣ ସଶସ୍ତ୍ର ମାଓବାଦୀ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଚାଲିଥିବା ଠିକାଦାରଙ୍କ ଶିବିରରେ ପହଞ୍ଚି ଥି​‌ଲେ। ସେଠାରେ ପହଞ୍ଚି ଜଣେ ସୁପରଭାଇଜରଙ୍କୁ ମାଡ ମାରିବା ସହ ତାଙ୍କ ତଣ୍ଟି କାଟି ହତ୍ୟା କରିଥିଲେ। ଏହାସହ ଅନ୍ୟ ଜଣଙ୍କୁ ମଧ୍ୟ ମାଡ ମାରିବା ସହ ତଣ୍ଟି କାଟିଥିଲେ। କିନ୍ତୁ ସେ ସୌଭାଗ୍ୟବଶତଃ ସେଠାରୁ ଖସି ଆସିଥିଲେ। ଆହତ ବ୍ୟକ୍ତି ଜଣକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି।

- Advertisement -

ମାଓବାଦୀମାନେ ରାସ୍ତା କାମରେ ନିୟୋଜିତ ହୋଇଥିବା ଗୋଟିଏ ଜେସିବି ଓ ଟ୍ରାକ୍ଟରକୁ ପୋଡି ଦେଇଥିଲେ। ତେବେ ନିର୍ବାଚନ ବିଗୁଲ ବାଜିବା ପରେ ମାଓବାଦୀମାନେ ଅଧିକ ସକ୍ରିୟ ହୋଇ ଏପରି କାଣ୍ଡ ଘଟାଇଥିବା କୁହାଯାଉଛି। ଏଥିପାଇଁ ଜିଲାରେ ଭୟର ବାତାବରଣ ଦେଖାଦେଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories